ତିରିଂରେ ଡବଲ ମର୍ଡର: ନିଶାଶକ୍ତ ଅବସ୍ଥାରେ ଶାବଳରେ ନୃଶଂସ ହତ୍ୟା

Madhusudan Das Picture
Published On

ରାଇରଙ୍ଗପୁର: ଦିନକୁ ଦିନ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି। ତିରିଂ ଥାନା ଅଞ୍ଚଳରେ ଡବଲ ମର୍ଡର ହୋଇଛି। ନିଶାଶକ୍ତ ଅବସ୍ଥାରେ ଶାବଳରେ ନୃଶଂସ ହତ୍ୟା କରିଛି। ନିଶାରେ ଲୋକ ହିତାହିତ ଜ୍ଞାନ ଭୁଲି ଯାଏ। ଆଉ ନିଶାରେ ବିନା କାରଣରେ କାହାକୁ ମାରିଦେବା ଘଟଣା ତିରିଙ୍ଗ ଥାନା ଅନ୍ତର୍ଗତ କୁଲୁଘୁଟୁ ଗ୍ରାମରେ ଘଟିଛି। ମୃତକ ଦୁଇଜଣ ହେଲେ କୁଲୁଘୁଟୁ ଗ୍ରାମର ଗୋପୀନାଥ ସର୍ଦ୍ଦାର ଓ ବୁଦ୍ଧେଶ୍ୱର ରଣା। ଅଭିଯୁକ୍ତ ଜଣକ ହେଲା ମୋଚକା ଆଲଦା। 

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ସୂଚନା ଅନୁସାରେ ବୁଧବାର ସକାଳ ପ୍ରାୟ ୮.୩୦ ରୁ ୯ ପାଖାପାଖି ସମୟରେ ଅଭିଯୁକ୍ତ ନିଶାଶକ୍ତ ଅବସ୍ଥାରେ ନିଜ ଘର ସମ୍ମୁଖରେ ଠିଆ ହୋଇଥିଲା।ମୃତକ ଦୁଇ ଜଣ ଆସୁଥିବା ଦେଖି ନିଶାଶକ୍ତ ଅବସ୍ଥାରେ ଆକ୍ରମଣ କରିବା ସହିତ ଲୁହା ଶାବଳରେ ପିଟି ପିଟି ଘଟଣାସ୍ଥଳରେ ଜୀବନରୁ ମାରି ଦେଇଥିଲା। ଗ୍ରାମବାସୀ ପହଞ୍ଚି ଅଭିଯୁକ୍ତ ମୋଚକାକୁ କାବୁ କରି ବାନ୍ଧି ନିସ୍ତୁକ ମାଡ ମାରି ଗୋଡ ଭାଙ୍ଗି ଦେଇଥିଲେ। ପୁଲିସ ସୂଚନା ପାଇ ଅଭିଯୁକ୍ତକୁ ଗ୍ରାମବାସୀ କେବଳରୁ ଉଦ୍ଧାର କରି ଗିରଫ କରିବା ସହିତ ରାଇରଙ୍ଗପୂର ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି। ତେବେ ଆଗରୁ କୌଣସି ପୂର୍ବ ଶତ୍ରୁତା ନଥାଇ ନିଶାଶକ୍ତ ଅବସ୍ଥାରେ ହତ୍ୟାକାଣ୍ଡ ଘଟାଇଥିବା ପୁଲିସ ସୂତ୍ରରୁ ଜଣାପଡିଛି। ତିରିଂ ଥାନା ଅଞ୍ଚଳରେ ଡବଲ ମର୍ଡରା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତିରିଂ ଥାନା ପୋଲିସ ଡବଲ ମର୍ଡର ନେଇ ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର