ନକଲି ପୋଲିସ ସାଜି ଲୋକଙ୍କୁ ଲୁଟୁଥିଲେ, ଠକ ବାପା-ପୁଅଙ୍କୁ ବାନ୍ଧିଲା ଅସଲି ପୋଲିସ

Madhusudan Das Picture
Published On

ଭୁବନେଶ୍ୱର: ନକଲି ପୋଲିସ ସାଜି ଲୋକଙ୍କୁ ଲୁଟୁଥିଲେ ଠକ ବାପା-ପୁଅ । ଉଭୟଙ୍କୁ ବାନ୍ଧିଲା କମିସନରେଟ୍ ପୋଲିସ । କେତେବେଳେ ପିସିଆର ଇନଚାର୍ଜ ତ ପୁଣି କେତେବେଳେ ଥାନା ବାବୁ । ଟ୍ରୁ କଲରରେ ପୋଲିସ ବେଶର ନକଲି ଫଟୋ ଲଗାଇ, ବାବୁ କରୁଥିଲେ ଅସଲି ଲୁଟ । ମାଳ ମାଳ ଅଭିଯୋଗ ପରେ, ସମାନାକୁ ଆସିଛି ବାପା, ପୁଅଙ୍କ ଅସଲ କାରନାମା । ଏକାଧିକ ଯୁବତୀଙ୍କୁ କ୍ରିକେଟ ଟିକେଟ କରାଇଦେବାକୁ କହି ଲୁଟି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଶେଷରେ ଅସଲି ପୋଲିସ ହାତରେ ଧରାପଡ଼ିଛନ୍ତି ଠକ ବାପା-ପୁଅ । ଆଧାରକାର୍ଡ ଓ ପରିଚୟପତ୍ର ଜବତ କରି ପଚରା ଉଚରା ଜାରି ରଖିଛି ଏୟାରଫିଲ୍ଡ ଥାନା ପୋଲିସ ।

ଆହୁରି ପଢ଼ନ୍ତୁ: କଣାସରେ ଯୁବକଙ୍କୁ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣକୁ ନେଇ ନବୀନଙ୍କ କ୍ଷୋଭ; କହିଲେ, ଓଡ଼ିଶାରେ ଆଇନର ଶାସନ ଅଛି ତ?

ଠକ ପୁଅ ଅମିତ କୁମାର ଓଝା ଯିଏକି ନିଜକୁ SI ଅଭିଷେକ ମିଶ୍ରର ପରିଚୟ ଦେଉଥିଲା । ଆଉ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କ ନ୍ୟୁଡ଼ ଭିଡ଼ିଓ ରଖିଥିଲା । ତେଵେ ଉଭୟ ଠକ ବାପା-ପୁଅଙ୍କୁ ଗିରଫ କରିବା ପରେ ସେମାନଙ୍କ ପାଖରୁ ଜବତ ମୋବାଇଲରୁ ଶତାଧିକ ନ୍ୟୁଡ଼ ଫଟୋ ଓ ଭିଡ଼ିଓ ମିଳିବା ଘଟଣା ପୁଲିସର ନିଦ ହଜାଇ ଦେଇଛି । ଗିରଫ ପରେ ସେମାନଙ୍କୁ ଜେରା ମଧ୍ୟ କରିଛି ପୋଲିସ । ଏହି ଜେରା ସମୟରେ ପୋଲିସକୁ ଅନେକ ତଥ୍ୟ ମିଳିଥିବା ସୂଚନା ମିଳିଛି । କିପରି ଲୁଟ୍ କରୁଥିଲେ, କିପରି ଠକେଇ କରୁଥିଲେ । ଏନେଇ ଅନେକ ତଥ୍ୟ ପୋଲିସର ହସ୍ତଗତ ହୋଇଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା ତହସିଲ୍‌ ଅମିନ, ୧୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡିବସିଲା ଭିଜିଲାନ୍ସ

07 May 2026 By Madhusudan Das

ନକଲି ପୋଲିସ ସାଜି ଲୋକଙ୍କୁ ଲୁଟୁଥିଲେ, ଠକ ବାପା-ପୁଅଙ୍କୁ ବାନ୍ଧିଲା ଅସଲି ପୋଲିସ

ଭୁବନେଶ୍ୱର: ନକଲି ପୋଲିସ ସାଜି ଲୋକଙ୍କୁ ଲୁଟୁଥିଲେ ଠକ ବାପା-ପୁଅ । ଉଭୟଙ୍କୁ ବାନ୍ଧିଲା କମିସନରେଟ୍ ପୋଲିସ । କେତେବେଳେ ପିସିଆର ଇନଚାର୍ଜ ତ ପୁଣି କେତେବେଳେ ଥାନା ବାବୁ । ଟ୍ରୁ କଲରରେ ପୋଲିସ ବେଶର ନକଲି ଫଟୋ ଲଗାଇ, ବାବୁ କରୁଥିଲେ ଅସଲି ଲୁଟ । ମାଳ ମାଳ ଅଭିଯୋଗ ପରେ, ସମାନାକୁ ଆସିଛି ବାପା, ପୁଅଙ୍କ ଅସଲ କାରନାମା । ଏକାଧିକ ଯୁବତୀଙ୍କୁ କ୍ରିକେଟ ଟିକେଟ କରାଇଦେବାକୁ କହି ଲୁଟି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଶେଷରେ ଅସଲି ପୋଲିସ ହାତରେ ଧରାପଡ଼ିଛନ୍ତି ଠକ ବାପା-ପୁଅ । ଆଧାରକାର୍ଡ ଓ ପରିଚୟପତ୍ର ଜବତ କରି ପଚରା ଉଚରା ଜାରି ରଖିଛି ଏୟାରଫିଲ୍ଡ ଥାନା ପୋଲିସ ।

ଠକ ପୁଅ ଅମିତ କୁମାର ଓଝା ଯିଏକି ନିଜକୁ SI ଅଭିଷେକ ମିଶ୍ରର ପରିଚୟ ଦେଉଥିଲା । ଆଉ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କ ନ୍ୟୁଡ଼ ଭିଡ଼ିଓ ରଖିଥିଲା । ତେଵେ ଉଭୟ ଠକ ବାପା-ପୁଅଙ୍କୁ ଗିରଫ କରିବା ପରେ ସେମାନଙ୍କ ପାଖରୁ ଜବତ ମୋବାଇଲରୁ ଶତାଧିକ ନ୍ୟୁଡ଼ ଫଟୋ ଓ ଭିଡ଼ିଓ ମିଳିବା ଘଟଣା ପୁଲିସର ନିଦ ହଜାଇ ଦେଇଛି । ଗିରଫ ପରେ ସେମାନଙ୍କୁ ଜେରା ମଧ୍ୟ କରିଛି ପୋଲିସ । ଏହି ଜେରା ସମୟରେ ପୋଲିସକୁ ଅନେକ ତଥ୍ୟ ମିଳିଥିବା ସୂଚନା ମିଳିଛି । କିପରି ଲୁଟ୍ କରୁଥିଲେ, କିପରି ଠକେଇ କରୁଥିଲେ । ଏନେଇ ଅନେକ ତଥ୍ୟ ପୋଲିସର ହସ୍ତଗତ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର