ଗଞ୍ଜେଇ ଚୋରାଚାଲାଣ ମାମଲାରେ ୩ ଅଭିଯୁକ୍ତଙ୍କୁ ୧୦ବର୍ଷ ଲେଖାଏଁ କାରାଦଣ୍ଡାଦେଶ

The Sakala Picture
Published On

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟରେ ଗୁରୁବାର ଏକ ଗଞ୍ଜେଇ ଚୋରାଚାଲାଣ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ଅରବିନ୍ଦ ପଟ୍ଟନାୟକ ଏହାର ବିଚାର କରି ୩ଜଣ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ଲେଖାଏଁ କାରାଦଣ୍ଡ ଆଦେଶ ଦେଇଛନ୍ତି । ଏଥି ସହିତ ୧ଲକ୍ଷ ଟଙ୍କାର ଜୋରିମାନା ଅନାଦେୟ ଅଧିକ ୬ ମାସର କାରାଦଣ୍ଡ ନେଇ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ମାନେ ହେଲେ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ମଙ୍ଗଳପୁର ଅଞ୍ଚଳର […]

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟରେ ଗୁରୁବାର ଏକ ଗଞ୍ଜେଇ ଚୋରାଚାଲାଣ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ଅରବିନ୍ଦ ପଟ୍ଟନାୟକ ଏହାର ବିଚାର କରି ୩ଜଣ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ଲେଖାଏଁ କାରାଦଣ୍ଡ ଆଦେଶ ଦେଇଛନ୍ତି । ଏଥି ସହିତ ୧ଲକ୍ଷ ଟଙ୍କାର ଜୋରିମାନା ଅନାଦେୟ ଅଧିକ ୬ ମାସର କାରାଦଣ୍ଡ ନେଇ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ମାନେ ହେଲେ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ମଙ୍ଗଳପୁର ଅଞ୍ଚଳର ଶେଖ୍ ରଫାକତ ଅଲ୍ଲୀ(୪୨), ରୁପସା ଥାନା ଜାମୁଣିଆ ଅଞ୍ଚଳର ମିହିର ବିଶ୍ବାଳ(୨୦) ଏବଂ ରାସଗୋବିନ୍ଦପୁର ଥାନା ଶ୍ୟାମନନ୍ଦପୁର ଅଞ୍ଚଳର ରବୀନ୍ଦ୍ର କୁମାର ଦେ(୫୦)।

ଆହୁରି ପଢ଼ନ୍ତୁ: ପୁରୀ ରଥଯାତ୍ରାକୁ UNESCO ତାଲିକାରେ ସାମିଲ୍ ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଅଭିଯୋଗ ଅନୁଯାୟୀ, ଗତ ୨୦୨୦ ମସିହାର ନଭେମ୍ବର ୮ତାରିଖରେ ରାସଗୋବିନ୍ଦପୁର ଥାନା ପୁଲିସ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ରାତ୍ରି କାଳୀନ ପେଟ୍ରୋଲିଂ ସମୟରେ ଏକ ବୋଲେରୋ ଗାଡିରେ ବେଆଇନ ଭାବେ ଗଞ୍ଜେଇ ବାଲେଶ୍ଵର ଜିଲ୍ଲାର ବସ୍ତା ଅଞ୍ଚଳରୁ ଚାଲାଣ ହେଉଥିବା ଖବର ମିଳିଥିଲା। ପେଟ୍ରୋଲିଂ ଟିମ ପକ୍ଷରୁ ସାରୁମୂଳା ନିକଟସ୍ଥ ଶ୍ୟାମନନ୍ଦପୁର ଛକ ନିକଟରେ ଉକ୍ତ ଗାଡିକୁ ଅଟକାଇବାରୁ ୩ଜଣ ଦୌଡ଼ି ପଳାଉଥିବା ବେଳେ ପୁଲିସ ତାଙ୍କୁ ଧରିବା ସହ ଗାଡି ଯାଞ୍ଚ କରି ୬୦ କିଲୋ ୯୯୦ ଗ୍ରାମ ଗଞ୍ଜେଇ ଜବତ କରିଥିଲେ। ବୋଲେରୋ ଗାଡିରେ ସମ୍ମୁଖ ପାର୍ଶ୍ୱ ଗୋଟେ ଗାଡି ନମ୍ବର ଏବଂ ପଛ ପାର୍ଶ୍ୱରେ ଆଉ ଏକ ଗାଡି ନମ୍ବର ଥାଇ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ। ଏହାକୁ ନେଇ ରାସଗୋବିନ୍ଦପୁର ଥାନାରେ ଏନଡିପିସି ମାମଲା ରୁଜ୍ଜୁ କରିବା ସହ ପୁଲିସ ତଦନ୍ତ ଆରମ୍ଭ କରିଥିଲେ। ଏଥି ସହିତ ୩ଜଣକୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିଲେ। ମାମଲାର ବିଚାର ସମୟରେ ସାକ୍ଷୀଙ୍କ ବୟାନ, ତଦନ୍ତ ରିପୋର୍ଟକୁ ଭିତ୍ତି କରି ବିଚାରପତି ଉପରୋକ୍ତ ରାୟ ଶୁଣାଣି କରିଛନ୍ତି। ଉକ୍ତ ମାମଲାକୁ ସତନ୍ତ୍ର ପିପି ବଜେନ୍ଦ୍ର ମହାନ୍ତି ପରିଚାଳନା କରୁଥିଲେ।

ଆହୁରି ପଢ଼ନ୍ତୁ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକଙ୍କୁ ବିଜେପି ବିଧାୟକଙ୍କ ଗାଳିଗୁଲଜକୁ ବିଜେଡିର ନିନ୍ଦା

31 Aug 2023 By The Sakala

ଗଞ୍ଜେଇ ଚୋରାଚାଲାଣ ମାମଲାରେ ୩ ଅଭିଯୁକ୍ତଙ୍କୁ ୧୦ବର୍ଷ ଲେଖାଏଁ କାରାଦଣ୍ଡାଦେଶ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟରେ ଗୁରୁବାର ଏକ ଗଞ୍ଜେଇ ଚୋରାଚାଲାଣ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ଅରବିନ୍ଦ ପଟ୍ଟନାୟକ ଏହାର ବିଚାର କରି ୩ଜଣ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ଲେଖାଏଁ କାରାଦଣ୍ଡ ଆଦେଶ ଦେଇଛନ୍ତି । ଏଥି ସହିତ ୧ଲକ୍ଷ ଟଙ୍କାର ଜୋରିମାନା ଅନାଦେୟ ଅଧିକ ୬ ମାସର କାରାଦଣ୍ଡ ନେଇ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ମାନେ ହେଲେ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ମଙ୍ଗଳପୁର ଅଞ୍ଚଳର ଶେଖ୍ ରଫାକତ ଅଲ୍ଲୀ(୪୨), ରୁପସା ଥାନା ଜାମୁଣିଆ ଅଞ୍ଚଳର ମିହିର ବିଶ୍ବାଳ(୨୦) ଏବଂ ରାସଗୋବିନ୍ଦପୁର ଥାନା ଶ୍ୟାମନନ୍ଦପୁର ଅଞ୍ଚଳର ରବୀନ୍ଦ୍ର କୁମାର ଦେ(୫୦)।

ଅଭିଯୋଗ ଅନୁଯାୟୀ, ଗତ ୨୦୨୦ ମସିହାର ନଭେମ୍ବର ୮ତାରିଖରେ ରାସଗୋବିନ୍ଦପୁର ଥାନା ପୁଲିସ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ରାତ୍ରି କାଳୀନ ପେଟ୍ରୋଲିଂ ସମୟରେ ଏକ ବୋଲେରୋ ଗାଡିରେ ବେଆଇନ ଭାବେ ଗଞ୍ଜେଇ ବାଲେଶ୍ଵର ଜିଲ୍ଲାର ବସ୍ତା ଅଞ୍ଚଳରୁ ଚାଲାଣ ହେଉଥିବା ଖବର ମିଳିଥିଲା। ପେଟ୍ରୋଲିଂ ଟିମ ପକ୍ଷରୁ ସାରୁମୂଳା ନିକଟସ୍ଥ ଶ୍ୟାମନନ୍ଦପୁର ଛକ ନିକଟରେ ଉକ୍ତ ଗାଡିକୁ ଅଟକାଇବାରୁ ୩ଜଣ ଦୌଡ଼ି ପଳାଉଥିବା ବେଳେ ପୁଲିସ ତାଙ୍କୁ ଧରିବା ସହ ଗାଡି ଯାଞ୍ଚ କରି ୬୦ କିଲୋ ୯୯୦ ଗ୍ରାମ ଗଞ୍ଜେଇ ଜବତ କରିଥିଲେ। ବୋଲେରୋ ଗାଡିରେ ସମ୍ମୁଖ ପାର୍ଶ୍ୱ ଗୋଟେ ଗାଡି ନମ୍ବର ଏବଂ ପଛ ପାର୍ଶ୍ୱରେ ଆଉ ଏକ ଗାଡି ନମ୍ବର ଥାଇ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ। ଏହାକୁ ନେଇ ରାସଗୋବିନ୍ଦପୁର ଥାନାରେ ଏନଡିପିସି ମାମଲା ରୁଜ୍ଜୁ କରିବା ସହ ପୁଲିସ ତଦନ୍ତ ଆରମ୍ଭ କରିଥିଲେ। ଏଥି ସହିତ ୩ଜଣକୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିଲେ। ମାମଲାର ବିଚାର ସମୟରେ ସାକ୍ଷୀଙ୍କ ବୟାନ, ତଦନ୍ତ ରିପୋର୍ଟକୁ ଭିତ୍ତି କରି ବିଚାରପତି ଉପରୋକ୍ତ ରାୟ ଶୁଣାଣି କରିଛନ୍ତି। ଉକ୍ତ ମାମଲାକୁ ସତନ୍ତ୍ର ପିପି ବଜେନ୍ଦ୍ର ମହାନ୍ତି ପରିଚାଳନା କରୁଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର