ଗେଲ କରିବା ନାଁରେ କୁନି କୁନି ଛାତ୍ରୀଙ୍କୁ ଅସଦାଚରଣ କରୁଥିଲେ ଶିକ୍ଷକ, ଭିଡ଼ିଓ ଭାଇରାଲ ପରେ ଶିକ୍ଷକ ସସ୍‌ପେଣ୍ଡ

The Sakala Picture
Published On

ବେତନଟୀ : ଗେଲ କରିବା ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ। ଜଣେ ଅଧେ ନୁହେଁ ବରଂ ସାତ ଆଠ ଜଣ ଛାତ୍ରୀଙ୍କୁ ଗେଲ କରିବା ବାହାନାରେ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଆଉ ଏହି ଘଟଣାରେ ଜଣେ ସ୍କୁଲ ଶିକ୍ଷକ କାର୍ଯ୍ୟରୁ ନିଳମ୍ବିତ ହୋଇଛନ୍ତି। ଏହିପରି ଏକ ଲଜ୍ୟା ଜନନ ଘଟଣା ଆସିଛି ମୟୂରଭଞ୍ଜ ଜିଲ୍ଲାରୁ । ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧୀନରେ ଥିବା ଏକ ସରକାରୀ ଉପ୍ରା ବିଦ୍ୟାଳୟ ଏଭଳି ଅଭାବନୀୟ […]

ବେତନଟୀ : ଗେଲ କରିବା ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ। ଜଣେ ଅଧେ ନୁହେଁ ବରଂ ସାତ ଆଠ ଜଣ ଛାତ୍ରୀଙ୍କୁ ଗେଲ କରିବା ବାହାନାରେ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଆଉ ଏହି ଘଟଣାରେ ଜଣେ ସ୍କୁଲ ଶିକ୍ଷକ କାର୍ଯ୍ୟରୁ ନିଳମ୍ବିତ ହୋଇଛନ୍ତି। ଏହିପରି ଏକ ଲଜ୍ୟା ଜନନ ଘଟଣା ଆସିଛି ମୟୂରଭଞ୍ଜ ଜିଲ୍ଲାରୁ ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ଜୋରଦାର ପ୍ରସ୍ତୁତି: ଆସନ୍ତାକାଲି ସମସ୍ତ ସ୍କୁଲ ଓ ଅଙ୍ଗନୱାଡ଼ି ଛୁଟି

ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧୀନରେ ଥିବା ଏକ ସରକାରୀ ଉପ୍ରା ବିଦ୍ୟାଳୟ ଏଭଳି ଅଭାବନୀୟ ଘଟଣା ଘଟିଛି। ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କ ଲିଖିତ ଅଭିଯୋଗ ଏବଂ ଏକ ଭାଇରାଲ ଭିଡିଓକୁ ଆଧାର କରି ବେତନଟୀ ବ୍ଲକ (ବିଇଓ) ବ୍ଲକ୍ ଶିକ୍ଷାଧିକାରୀ ଅଭିଯୁକ୍ତ ଶିକ୍ଷକ ପ୍ରମୋଦ କୁମାର ମହାନ୍ତଙ୍କୁ ନିଲମ୍ବନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଯଶିପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ୨ ମୃତ, ୨ ଗୁରୁତର

ଆହୁରି ପଢ଼ନ୍ତୁ: ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହାତୀପଲ, ଆକ୍ରମଣରେ ଯୁବକ ମୃତ; ଅଞ୍ଚଳରେ ଆତଙ୍କ

ବିଇଓ କହିଛନ୍ତି କି ଶିକ୍ଷକ ଜଣଙ୍କ ଛାତ୍ରୀଙ୍କୁ ଗେଲ କରିବା ବାହାନାରେ କୁନି କୁନି ପିଲାଙ୍କୁ ଯୌନ ଶୋଷଣ କରିଥିବା ନେଇ ଅଭିଯୋଗ ହୋଇଛି ଏବଂ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ଯାହାକୁ ଦେଖି ସେ ତୁରନ୍ତ ଏହିପରି ପଦକ୍ଷେପ ନେଇଛନ୍ତି ଏବଂ ଏକ କମିଟି ଗଠନ କରି ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ରିପୋର୍ଟ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇବେ ବୋଲି କହିଛନ୍ତି। ପୂର୍ବରୁ ମଧ୍ୟ ଶିକ୍ଷକ ଙ୍କ ନାମରେ ଏହିପରି ଅଭିଯୋଗ ଥିବା ଜଣାପଡିଛି।

ତେବେ ଏହି ଘଟଣା ଜୁଲାଇ ୨୧ ତାରିଖରୁ ହୋଇଥିବା ଜଣାପଡିଛି। ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ପରେ ବେତନଟୀ ବ୍ଲକ ଶିକ୍ଷାଧିକାରୀ ଅଭିଯୁକ୍ତ ଶିକ୍ଷକଙ୍କୁ ଜୁଲାଇ ୨୧ରେ ନିଲମ୍ବନ କରିଥିଲେ ବି ଗଣମାଧ୍ୟମରୁ ଲୁଚାଇ ରଖାଯାଇଥିଲା। ଏପରିକି ବର୍ତ୍ତମାନ ପର୍ଯ୍ୟନ୍ତ ଥାନାରେ ଅଭିଯୁକ୍ତ ଶିକ୍ଷକଙ୍କ ନାଁରେ ମାମଲା ହୋଇନାହିଁ। ତେବେ ଆଜି ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାକୁ ଏହି ଘଟଣାର ଭାଇରାଲ ଭିଡିଓ ସାମ୍ନାକୁ ଆସିବା ପରେ ସବୁ କିଛି ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର