ଚାଲାଣକାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ବଜ୍ରକାପ୍ତାର ହେଲା ସ୍ୱାବ ପରୀକ୍ଷା

The Sakala Picture
Published On

ବାରିପଦା: ମୟୁରଭଞ୍ଜ ଏସପି ସ୍ମିଥ ପି ପରମାରଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ଏକ ସ୍ୱତନ୍ତ୍ର ଟିମ୍‍ ୭ତାରିଖ ରାତିରେ ବାଙ୍ଗିରିପୋଷି ଥାନା ନିଶ୍ଚିନ୍ତା ପଞ୍ଚାୟତର ଗୋହିରାପାଳ ଗ୍ରାମରୁ ୮କିଲୋଗ୍ରାମ ଓଜନର ଏକ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ସିଙ୍ଗୁ ବାସ୍କେ(୪୦)ଙ୍କୁ ଗିରଫ କରାଯାଇଥିଲା। ତେବେ ଅଭିଯୁକ୍ତ ଜଣଙ୍କ କରୋନା ଆକ୍ରାନ୍ତ ପରେ ଉଦ୍ଧାର ବଜ୍ରକାପ୍ତା ସଂକ୍ରମିତ କି ନୁହଁ ଜାଣିବା ପାଇଁ ତା’ର ସ୍ୱାବ ସଂଗ୍ରହ କରି ବନବିଭାଗ ପରୀକ୍ଷା ପାଇଁ ପଠାଇଛି। ବାରିପଦା ରେଞ୍ଜ […]

ବାରିପଦା: ମୟୁରଭଞ୍ଜ ଏସପି ସ୍ମିଥ ପି ପରମାରଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ଏକ ସ୍ୱତନ୍ତ୍ର ଟିମ୍‍ ୭ତାରିଖ ରାତିରେ ବାଙ୍ଗିରିପୋଷି ଥାନା ନିଶ୍ଚିନ୍ତା ପଞ୍ଚାୟତର ଗୋହିରାପାଳ ଗ୍ରାମରୁ ୮କିଲୋଗ୍ରାମ ଓଜନର ଏକ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ସିଙ୍ଗୁ ବାସ୍କେ(୪୦)ଙ୍କୁ ଗିରଫ କରାଯାଇଥିଲା। ତେବେ ଅଭିଯୁକ୍ତ ଜଣଙ୍କ କରୋନା ଆକ୍ରାନ୍ତ ପରେ ଉଦ୍ଧାର ବଜ୍ରକାପ୍ତା ସଂକ୍ରମିତ କି ନୁହଁ ଜାଣିବା ପାଇଁ ତା’ର ସ୍ୱାବ ସଂଗ୍ରହ କରି ବନବିଭାଗ ପରୀକ୍ଷା ପାଇଁ ପଠାଇଛି।

ଆହୁରି ପଢ଼ନ୍ତୁ: ଆଜି ଓଡ଼ିଶାରେ ପହଞ୍ଚିବେ ରାଷ୍ଟ୍ରପତି; ସଜେଇ ହେଉଛି ପାହାଡ଼ପୁର, ଅପେକ୍ଷା କରିଛି ରାଇରଙ୍ଗପୁର

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ସହ ମିଶି ଆଦିବାସୀଙ୍କ ଗୋଷାଣୀ ପୀଠରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

ବାରିପଦା ରେଞ୍ଜ ଅଧୀନ ଶିମିଳିପାଳର ସ୍ଥାୟୀ ବନ୍ୟପ୍ରାଣୀ ଚିକିତ୍ସକ ଡ଼ାକ୍ତର ପିୟୁଷ ସୋରେନ ସ୍ୱାବ ସଂଗ୍ରହ କରିଛନ୍ତି। ଏହା ରାଜ୍ୟରେ କୌଣସି ବନ୍ୟପ୍ରାଣୀର କୋଭିଡ଼ ପରୀକ୍ଷା ପ୍ରଥମ ଘଟଣା ବୋଲି କୁହାଯାଉଛି। ବଜ୍ରକାପ୍ତାଟିର ବୟସ ୨ରୁ ୩ବର୍ଷ ମଧ୍ୟରେ ହେବ। ଅଭିଯୁକ୍ତ ଜଣଙ୍କ ସଂକ୍ରମିତ, ସେ ବଜ୍ରକାପ୍ତାଟିକୁ ଘରେ ରଖିବା ସହିତ ହାତରେ ବାରମ୍ବାର ଧରିଥିବାରୁ ସଂକ୍ରମଣ ଆଶଙ୍କା କରି ବନବିଭାଗ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଛି। ତେବେ ପରୀକ୍ଷା ରିପୋର୍ଟ ନେଇ ବନଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।

12 May 2021 By The Sakala

ଚାଲାଣକାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ବଜ୍ରକାପ୍ତାର ହେଲା ସ୍ୱାବ ପରୀକ୍ଷା

ବାରିପଦା: ମୟୁରଭଞ୍ଜ ଏସପି ସ୍ମିଥ ପି ପରମାରଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ଏକ ସ୍ୱତନ୍ତ୍ର ଟିମ୍‍ ୭ତାରିଖ ରାତିରେ ବାଙ୍ଗିରିପୋଷି ଥାନା ନିଶ୍ଚିନ୍ତା ପଞ୍ଚାୟତର ଗୋହିରାପାଳ ଗ୍ରାମରୁ ୮କିଲୋଗ୍ରାମ ଓଜନର ଏକ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ସିଙ୍ଗୁ ବାସ୍କେ(୪୦)ଙ୍କୁ ଗିରଫ କରାଯାଇଥିଲା। ତେବେ ଅଭିଯୁକ୍ତ ଜଣଙ୍କ କରୋନା ଆକ୍ରାନ୍ତ ପରେ ଉଦ୍ଧାର ବଜ୍ରକାପ୍ତା ସଂକ୍ରମିତ କି ନୁହଁ ଜାଣିବା ପାଇଁ ତା’ର ସ୍ୱାବ ସଂଗ୍ରହ କରି ବନବିଭାଗ ପରୀକ୍ଷା ପାଇଁ ପଠାଇଛି।

ବାରିପଦା ରେଞ୍ଜ ଅଧୀନ ଶିମିଳିପାଳର ସ୍ଥାୟୀ ବନ୍ୟପ୍ରାଣୀ ଚିକିତ୍ସକ ଡ଼ାକ୍ତର ପିୟୁଷ ସୋରେନ ସ୍ୱାବ ସଂଗ୍ରହ କରିଛନ୍ତି। ଏହା ରାଜ୍ୟରେ କୌଣସି ବନ୍ୟପ୍ରାଣୀର କୋଭିଡ଼ ପରୀକ୍ଷା ପ୍ରଥମ ଘଟଣା ବୋଲି କୁହାଯାଉଛି। ବଜ୍ରକାପ୍ତାଟିର ବୟସ ୨ରୁ ୩ବର୍ଷ ମଧ୍ୟରେ ହେବ। ଅଭିଯୁକ୍ତ ଜଣଙ୍କ ସଂକ୍ରମିତ, ସେ ବଜ୍ରକାପ୍ତାଟିକୁ ଘରେ ରଖିବା ସହିତ ହାତରେ ବାରମ୍ବାର ଧରିଥିବାରୁ ସଂକ୍ରମଣ ଆଶଙ୍କା କରି ବନବିଭାଗ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଛି। ତେବେ ପରୀକ୍ଷା ରିପୋର୍ଟ ନେଇ ବନଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର