ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟର ୟୁଜି ପରୀକ୍ଷାଫଳ ପ୍ରକାଶିତ, ପାସହାର ୫୨.୫୭%

The Sakala Picture
Published On

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ତକତପୁର ସ୍ଥିତ ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟ ୟୁଜି ଶେଷବର୍ଷ(ରେଗୁଲାର) ପରୀକ୍ଷା-୨୦୨୩ର ଫଳ ପ୍ରକାଶ ପାଇଛି । ୯୩୪ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୫୨.୫୭ ପ୍ରତିଶତ ହାରରେ ୪୯୧ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀ ଡିଷ୍ଟିନକସନରେ ୪୮୬ ଜଣ, ଦ୍ୱିତୀୟ ଶ୍ରେଣୀ ଡିଷ୍ଟିନକସନରେ ୫ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ୪୩୯ଜଣ ଫେଲ ହେଇଛନ୍ତି। ୪ଜଣ କପି କରି ଧରା ପଡିଛନ୍ତି। ତେବେ ଇଂରାଜୀ ବିଷୟରେ ସର୍ବାଧିକ ପାସ […]

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ତକତପୁର ସ୍ଥିତ ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟ ୟୁଜି ଶେଷବର୍ଷ(ରେଗୁଲାର) ପରୀକ୍ଷା-୨୦୨୩ର ଫଳ ପ୍ରକାଶ ପାଇଛି । ୯୩୪ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୫୨.୫୭ ପ୍ରତିଶତ ହାରରେ ୪୯୧ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀ ଡିଷ୍ଟିନକସନରେ ୪୮୬ ଜଣ, ଦ୍ୱିତୀୟ ଶ୍ରେଣୀ ଡିଷ୍ଟିନକସନରେ ୫ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ୪୩୯ଜଣ ଫେଲ ହେଇଛନ୍ତି। ୪ଜଣ କପି କରି ଧରା ପଡିଛନ୍ତି। ତେବେ ଇଂରାଜୀ ବିଷୟରେ ସର୍ବାଧିକ ପାସ ହାର ୮୩.୩୩ଥିବା ବେଳେ ସାନ୍ତାଳୀ ବିଷୟରେ ସର୍ବନିମ୍ନ ୧୨.୫୦ ରହିଛି।

ଆହୁରି ପଢ଼ନ୍ତୁ: ପ୍ରଭାତୀଙ୍କ ବିରୋଧରେ ସମୀରଙ୍କ ଯୁଦ୍ଧଂ ଦେହି ଡକରା: ପଞ୍ଚାୟତ ନିର୍ବାଚନରେ ପ୍ରଭାତୀଙ୍କ ପ୍ରାର୍ଥୀଙ୍କୁ ବିରୋଧ ଚେତାବନୀ

ଶୁକ୍ରବାର ସନ୍ଧ୍ୟା ୬ଟା ୩୦ରୁ କଲେଜ ୱେବସାଇଟରୁ ଛାତ୍ରଛାତ୍ରୀମାନେ ସେମାନଙ୍କର ପ୍ରୋଭିଜନାଲ ପ୍ରମାଣପତ୍ର ତଥା ଗ୍ରେଡସିଟ ଡାଉନଲୋଡ କରିପାରିବେ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ମୁକ୍ତିକାନ୍ତ ପଣ୍ଡା ଜଣାଇଛନ୍ତି । ଚଳିତ ବର୍ଷ ପରୀକ୍ଷାରେ ଉଦ୍ଭିଦ ବିଜ୍ଞାନର ଛାତ୍ରୀ ଅଦିତି ଅର୍ପିତା ପୋଥାଳ ଶ୍ରେଷ୍ଠ ସ୍ନାତ୍ତକ ଭାବେ ବିବେଚିତ ହୋଇଛନ୍ତି । ସେହିପରି ନୃତତ୍ୱରେ ଶିବନାଥ ମୁଣ୍ଡା, ଅର୍ଥନୀତିରେ ଆଶିଷ କୁମାର ଦଳେଇ, ଶିକ୍ଷାରେ ମାନସ ଗୋଚ୍ଛାୟତ, ଇଂରାଜୀରେ ଆଦ୍ୟା ବାରିକ, ଭୁତତ୍ୱରେ ଅର୍ପିତ କୁମାର ଗିରି, ହିନ୍ଦୀରେ ସୀତାରା ଖାତୁନ, ଇତିହାସରେ ବିକାଶ କୁମାର ମହାନ୍ତ, ଓଡିଆରେ ଶୁଭଶ୍ରୀ ମହାପାତ୍ର, ଦର୍ଶନଶାସ୍ତ୍ରରେ ରୂପା ନାଏକ, ରାଜନୀତି ବିଜ୍ଞାନରେ ସୀମା ଘୋଷ, ମନବିଜ୍ଞାନରେ ଅଙ୍କିତା ମେହେର, ସଂସ୍କୃତରେ କାକଳୀ ଦାସ, ସାନ୍ତାଳୀରେ ହୀରାମଣି ବେଶ୍ରା, ସମାଜ ବିଜ୍ଞାନରେ ଯଶଶ୍ୱୀ ଆୟୂଷ ମହାପାତ୍ର, ପରିସଂଖ୍ୟାନରେ ନମ୍ରତା ମହାନ୍ତ, ରସାୟନ ବିଜ୍ଞାନରେ ଅଙ୍କିତା ରାମ, କମ୍ପ୍ୟୁଟର ସାଇନ୍ସରେ ଶକ୍ତିମାନ ମଲ୍ଲିକ, ଭୂ-ବିଜ୍ଞାନରେ ପିନାକ ନାୟକ, ଗଣିତରେ ଦେବାଶିଷ ସାହୁ, ପଦାର୍ଥ ବିଜ୍ଞାନରେ ଶୁଭମ ଦାସ, ପ୍ରାଣୀ ବିଜ୍ଞାନରେ ଶ୍ରୀ ସଙ୍କଳ୍ପ ମିଶ୍ର, ବାଣିଜ୍ୟରେ ବିଦିଶା ଚକ୍ରବର୍ତୀ ଓ ବିସିଏରେ ସଦାଶିବ ପାଲ ଟପ୍ପର ହୋଇଛନ୍ତି । କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରୀଛାତ୍ରଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିବା କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଆରମ୍ଭ ହେଲା ରଥ କାଠ ଚିରଟ

07 Jul 2023 By The Sakala

ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟର ୟୁଜି ପରୀକ୍ଷାଫଳ ପ୍ରକାଶିତ, ପାସହାର ୫୨.୫୭%

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ତକତପୁର ସ୍ଥିତ ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟ ୟୁଜି ଶେଷବର୍ଷ(ରେଗୁଲାର) ପରୀକ୍ଷା-୨୦୨୩ର ଫଳ ପ୍ରକାଶ ପାଇଛି । ୯୩୪ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୫୨.୫୭ ପ୍ରତିଶତ ହାରରେ ୪୯୧ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀ ଡିଷ୍ଟିନକସନରେ ୪୮୬ ଜଣ, ଦ୍ୱିତୀୟ ଶ୍ରେଣୀ ଡିଷ୍ଟିନକସନରେ ୫ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ୪୩୯ଜଣ ଫେଲ ହେଇଛନ୍ତି। ୪ଜଣ କପି କରି ଧରା ପଡିଛନ୍ତି। ତେବେ ଇଂରାଜୀ ବିଷୟରେ ସର୍ବାଧିକ ପାସ ହାର ୮୩.୩୩ଥିବା ବେଳେ ସାନ୍ତାଳୀ ବିଷୟରେ ସର୍ବନିମ୍ନ ୧୨.୫୦ ରହିଛି।

ଶୁକ୍ରବାର ସନ୍ଧ୍ୟା ୬ଟା ୩୦ରୁ କଲେଜ ୱେବସାଇଟରୁ ଛାତ୍ରଛାତ୍ରୀମାନେ ସେମାନଙ୍କର ପ୍ରୋଭିଜନାଲ ପ୍ରମାଣପତ୍ର ତଥା ଗ୍ରେଡସିଟ ଡାଉନଲୋଡ କରିପାରିବେ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ମୁକ୍ତିକାନ୍ତ ପଣ୍ଡା ଜଣାଇଛନ୍ତି । ଚଳିତ ବର୍ଷ ପରୀକ୍ଷାରେ ଉଦ୍ଭିଦ ବିଜ୍ଞାନର ଛାତ୍ରୀ ଅଦିତି ଅର୍ପିତା ପୋଥାଳ ଶ୍ରେଷ୍ଠ ସ୍ନାତ୍ତକ ଭାବେ ବିବେଚିତ ହୋଇଛନ୍ତି । ସେହିପରି ନୃତତ୍ୱରେ ଶିବନାଥ ମୁଣ୍ଡା, ଅର୍ଥନୀତିରେ ଆଶିଷ କୁମାର ଦଳେଇ, ଶିକ୍ଷାରେ ମାନସ ଗୋଚ୍ଛାୟତ, ଇଂରାଜୀରେ ଆଦ୍ୟା ବାରିକ, ଭୁତତ୍ୱରେ ଅର୍ପିତ କୁମାର ଗିରି, ହିନ୍ଦୀରେ ସୀତାରା ଖାତୁନ, ଇତିହାସରେ ବିକାଶ କୁମାର ମହାନ୍ତ, ଓଡିଆରେ ଶୁଭଶ୍ରୀ ମହାପାତ୍ର, ଦର୍ଶନଶାସ୍ତ୍ରରେ ରୂପା ନାଏକ, ରାଜନୀତି ବିଜ୍ଞାନରେ ସୀମା ଘୋଷ, ମନବିଜ୍ଞାନରେ ଅଙ୍କିତା ମେହେର, ସଂସ୍କୃତରେ କାକଳୀ ଦାସ, ସାନ୍ତାଳୀରେ ହୀରାମଣି ବେଶ୍ରା, ସମାଜ ବିଜ୍ଞାନରେ ଯଶଶ୍ୱୀ ଆୟୂଷ ମହାପାତ୍ର, ପରିସଂଖ୍ୟାନରେ ନମ୍ରତା ମହାନ୍ତ, ରସାୟନ ବିଜ୍ଞାନରେ ଅଙ୍କିତା ରାମ, କମ୍ପ୍ୟୁଟର ସାଇନ୍ସରେ ଶକ୍ତିମାନ ମଲ୍ଲିକ, ଭୂ-ବିଜ୍ଞାନରେ ପିନାକ ନାୟକ, ଗଣିତରେ ଦେବାଶିଷ ସାହୁ, ପଦାର୍ଥ ବିଜ୍ଞାନରେ ଶୁଭମ ଦାସ, ପ୍ରାଣୀ ବିଜ୍ଞାନରେ ଶ୍ରୀ ସଙ୍କଳ୍ପ ମିଶ୍ର, ବାଣିଜ୍ୟରେ ବିଦିଶା ଚକ୍ରବର୍ତୀ ଓ ବିସିଏରେ ସଦାଶିବ ପାଲ ଟପ୍ପର ହୋଇଛନ୍ତି । କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରୀଛାତ୍ରଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିବା କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର