ଜି-୨୦ ସମ୍ମିଳନୀରେ ଯୋଗଦେବେ ମୟୂରଭଞ୍ଜର ମାଣ୍ଡିଆ ମା’ ସୁବାସା

The Sakala Picture
Published On

ବାରିପଦା: ବିଶ୍ଵ ଜାଣିବ ଓଡ଼ିଶା ରାଜ୍ୟର ମିଲେଟ୍ ମିଶନର ସଫଳତା। ଏହି ସଫଳତା ବଖଣିବା ପାଇଁ ଜି-୨୦ ସମ୍ମିଳନୀରେ ଯୋଗ ଦେବେ ମୟୂରଭଞ୍ଜ ଜିଲ୍ଲାର ସଫଳ ମହିଳା ମାଣ୍ଡିଆ ଚାଷୀ ସୁବାସା ମହାନ୍ତ ଚୟନ ହୋଇଛନ୍ତି। ଆସନ୍ତା ୯ ତାରିଖ ଠାରୁ ନୂଆଦିଲ୍ଲୀ ଠାରେ ଜି-୨୦ ସମ୍ମିଳନୀ ଆରମ୍ଭ ହେଉଛି। ଏଥିରେ ମାଣ୍ଡିଆ ଚାଷ ଉପରେ ନିଜର ଅନୁଭୂତି ବଖାଣିବା ପାଇଁ ଓଡ଼ିଶାରୁ ୨ ମହିଳା ଚାଷୀ ଯୋଗ ଦେବା ନେଇ ଚୟନ ହୋଇଛନ୍ତି। ଯେଉଁଥିରେ କି […]

ବାରିପଦା: ବିଶ୍ଵ ଜାଣିବ ଓଡ଼ିଶା ରାଜ୍ୟର ମିଲେଟ୍ ମିଶନର ସଫଳତା। ଏହି ସଫଳତା ବଖଣିବା ପାଇଁ ଜି-୨୦ ସମ୍ମିଳନୀରେ ଯୋଗ ଦେବେ ମୟୂରଭଞ୍ଜ ଜିଲ୍ଲାର ସଫଳ ମହିଳା ମାଣ୍ଡିଆ ଚାଷୀ ସୁବାସା ମହାନ୍ତ ଚୟନ ହୋଇଛନ୍ତି। ଆସନ୍ତା ୯ ତାରିଖ ଠାରୁ ନୂଆଦିଲ୍ଲୀ ଠାରେ ଜି-୨୦ ସମ୍ମିଳନୀ ଆରମ୍ଭ ହେଉଛି। ଏଥିରେ ମାଣ୍ଡିଆ ଚାଷ ଉପରେ ନିଜର ଅନୁଭୂତି ବଖାଣିବା ପାଇଁ ଓଡ଼ିଶାରୁ ୨ ମହିଳା ଚାଷୀ ଯୋଗ ଦେବା ନେଇ ଚୟନ ହୋଇଛନ୍ତି। ଯେଉଁଥିରେ କି ସୁବାସା ଚୟନ ହୋଇଛନ୍ତି। ଯଶିପୁର ବ୍ଲକ ଅଧୀନ ମାଟିଆଗଡ଼ ପଞ୍ଚାୟତର ଗୋଇଲି ଗ୍ରାମରେ ସୁବାସାଙ୍କ ଘର। ଦିଲ୍ଲୀରେ ଜି-୨୦ ସମ୍ମିଳନୀରେ ଯୋଗଦେଇ ନିଜ ଅନୁଭୂତିରୁ ଓଡ଼ିଶାର ମିଲେଟ୍‌ ମିସନ୍‌ର ସଫଳତା ଓ ମାଣ୍ଡିଆର ଉପକାରିତା ସଂପର୍କରେ ବର୍ଣ୍ଣନା କରିବେ।

ଆହୁରି ପଢ଼ନ୍ତୁ: ନିଜ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ପୋଲିସ କନେଷ୍ଟବଳ !

ମଣ୍ଡିଆ ଚାଷ ଯେତେବେଳେ ହଜି ଯାଇଥିଲା ସେତେବେଳେ ୨୦୧୮ମସିହାରେ ସୁବାସା ମଣ୍ଡିଆ ଚାଷ ଆରମ୍ଭ କରିଥିଲେ। ରାଜ୍ୟ ସରକାରଙ୍କ ମିଲେଟ ମିଶନ ଯୋଜନାରେ ସାମିଲ ହୋଇ ଚାଷ କରି ସଫଳ ଚାଷୀ ହେବା ସହ ମଣ୍ଡିଆ ମା’ ଭାବେ ପରିଚୟ ସୃଷ୍ଟି କରିଛନ୍ତି। ମାଣ୍ଡିଆ ଖାଇବା ଦ୍ଵାରା ୨୧ପ୍ରକାର ରୋଗ ଭଲ ହୋଇଥାଏ, ତେଣୁ ସେ ପ୍ରତି ଖାଇବା ଥାଳିରେ ମଣ୍ଡିଆ ପହଞ୍ଚାଇବା ଲକ୍ଷ୍ୟରେ ଚାଷ ଆରମ୍ଭ କରିଥିଲେ ବୋଲି କହିଛନ୍ତି। ବୈଜ୍ଞାନିକ ସମେତ ପାରମ୍ପରିକ ପଦ୍ଧତିର ବିନିଯୋଗ କରି ଚାଷ କରି ରାଜ୍ୟ ତଥା ଜାତୀୟ ସ୍ତରରେ ପୂର୍ବରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି। ପୁଷ୍ଟିସାଧନ ସହ ଚାଷୀଙ୍କ ଅର୍ଥନୈତିକ ବିକାଶରେ ନୂଆ ଅଧ୍ୟାୟ ଯୋଡିବା ପାଇଁ ଜି-୨୦ସମ୍ମିଳନୀ ପାଇଁ ତାଙ୍କୁ ଚୟନ କରାଯାଇଛି।

ଆହୁରି ପଢ଼ନ୍ତୁ: ଯାଜପୁରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମା' ବିରଜାଙ୍କ ଦର୍ଶନ କରିବା ସହ ନାଭିଗୟାରେ ପିଣ୍ଡଦାନ କରିବେ ରାଷ୍ଟ୍ରପତି

ସମ୍ମିଳନୀରେ ଯୋଗ ଦେଇ ମାଣ୍ଡିଆ ଚାଷ ଏବଂ ମିଲେଟ ମିଶନର ଉପଲବ୍ଧି ସହ ତାଙ୍କ ଚାଷ ସମୟର ଯାତ୍ରାର ସ୍ମୃତିକୁ ଅନ୍ତର୍ଜାତୀୟ ସ୍ତରରେ ବଖାଣିବେ। ସୁବାସା ବର୍ତ୍ତମାନ ଆନ୍ତର୍ଜାତିକ ମିଲେଟ ବର୍ଷ-୨୦୨୩ର ଉଚ୍ଚ ଉପଦେଷ୍ଟା କମିଟିର ସଦସ୍ୟା ରହିଛନ୍ତି। ସମ୍ମିଳନୀରେ ଯୋଗଦେବାକୁ ସେପ୍ଟେମ୍ବର ୬ ତାରିଖରେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ବୋଲି ‘ସକାଳ’କୁ ସୂଚନା ଦେଇଛନ୍ତି। ତେବେ ତାଙ୍କୁ ଚୟନ କରାଯାଇଥିବାରୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ସମେତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp