ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ

Madhusudan Das Picture
Published On

ଭୁବନେଶ୍ୱର: କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ । ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ । ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଓ ବାରବାଟୀ- କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କୁ ନିଲମ୍ବିତ କରିଛି  କଂଗ୍ରେସ । ରାଜ୍ୟସଭା ନିର୍ବାଚନରେ ଏହି ୩ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିବାରୁ ଏଭଳି ବଡ କାର୍ଯ୍ୟାନୁଷ୍ଠାନ ନେଇଛି କଂଗ୍ରେସ । ଦଳୀୟ ହ୍ବିପ ଉଲଂଘନ କରି ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ ଏହି କଂଗ୍ରେସର ଏହି ୩ ବିଧାୟକ । ପ୍ରେସ୍‌ମିଟ୍‌ ମାଧ୍ୟମରେ କଂଗ୍ରେସ ମିଡିଆ ସେଲ୍‌ ଅଧ୍ୟକ୍ଷ ଏନେଇ ସୂଚନା ଦେଇଛନ୍ତି । ସେହିପରି ଦଳ ବିରୋଧୀ କାର୍ଯ୍ୟ ପାଇଁ କଟକ ନଗର କଂଗ୍ରେସର ସଭାନେତ୍ରୀ ଗିରିବାଳା ବେହେରାଙ୍କୁ ମଧ୍ୟ ଦଳରୁ ବହିଷ୍କୃତ କରାଯାଇଛି  । 

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

Congress

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ପ୍ରେସ୍‌ମିଟ୍‌ରେ କୁହାଯାଇଛି କି, ଆମେ ଅକ୍ଲାନ୍ତ ପରିଶ୍ରମ କଲୁ , ବିଜେଡି ଏବଂ କଂଗ୍ରେସ ମଧ୍ୟ ବହୁତ ପରିଶ୍ରମ କରିଥିଲେ । କିନ୍ତୁ ଆମେ ହାରିଲୁ ଏଥିପାଇଁ କିଛି ବିଧାୟକ ବିଧାୟିକା ଘୋଡ଼ା ବେପାରରେ ସାମିଲ ହେଲେ । ଏବେ କେବଳ ନିଲମ୍ବନ କରାଯାଇଛି । ଆଗକୁ ଆହୁରି କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ , ଏମିତିକି ସେମାନେ ଦଳରୁ ବହିଷ୍କୃତ ମଧ୍ୟ ହୋଇପାରନ୍ତି । 

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର