କଟକ ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ଶୋକ ପ୍ରକାଶ କଲେ ସାଂସଦ ମାନସ ମଙ୍ଗରାଜ

Madhusudan Das Picture
Published On

ଭୁବନେଶ୍ବର : କଟକ ଏସସିବି ବଡ଼ ମେଡିକାଲରେ ଅଗ୍ନିକାଣ୍ଡ ଘଟଣାରେ ଶୋକ ପ୍ରକାଶ କଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ଏସସିବି ଅଗ୍ନିକାଣ୍ଡରେ ୧୦ ଜଣଙ୍କ ହୋଇଛି ମୃତ୍ୟୁ । ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ରୋଗୀଙ୍କ ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ମାନସ । ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିବା ସହ ଏହି ଦୁର୍ଘଟଣାରେ ସେ ମର୍ମାହତ ଥିବା ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ 'X' ରେ ଲେଖିଛନ୍ତି ମାନସ । 

ଆହୁରି ପଢ଼ନ୍ତୁ: ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ

ଅନ୍ୟପଟେ ବ୍ରେକଫାଷ୍ଟ ମିଟିଂ ଲାଗି ଓଡ଼ିଶାର ସମସ୍ତ ସାଂସଦଙ୍କୁ ଆମନ୍ତ୍ରଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେବେ ଏହି ମିଟିଂରେ ଯୋଗଦେଇ ପାରିନାହାନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। କଟକ ଏସସିବି ବଡ଼ ମେଡିକାଲରେ ଘଟିଥିବା ମର୍ମନ୍ତୁଦ ଅଗ୍ନିକାଣ୍ଡ ଘଟଣା ଯୋଗୁ ରାଷ୍ଟ୍ରପତିଙ୍କ ଅନୁରୋଧ ରକ୍ଷା କରିପାରିନାହାନ୍ତି ସାଂସଦ। ଏହି ମର୍ମନ୍ତୁଦ ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ତାଙ୍କୁ ଅତ୍ୟନ୍ତ ଦୁଃଖିତ କରିଛି। ଏପରି ଏକ ଦୁଃଖଦ ପରିସ୍ଥିତି ସମୟରେ ରାଷ୍ଟ୍ରପତିଙ୍କ ଅନୁରୋଧକୁ ରକ୍ଷା କରିପାରିନାହାନ୍ତି ସାଂସଦ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର