ଶିକ୍ଷା ଅଧିକାର ଆଇନର ଖୋଲା ଉଲଂଘନ: ଏକକ ଶ୍ରେଣୀ ଗୃହରେ ଚାଲିଛି ମୟୂରଭଞ୍ଜ ଜିଲ୍ଲାର ୧୨୦ଟି ସ୍କୁଲ

Madhusudan Das Picture
Published On

ବାରିପଦା: ସରକାରୀ ଓ ବେସରକାରୀ ସ୍ତରରେ ଉନ୍ନତ ଶିକ୍ଷା ଦାନ ପାଇଁ ସମ୍ପ୍ରତି ନୂତନ ଶିକ୍ଷାନୀତି ପ୍ରଣୟନ ହେଲାଣି । ପରନ୍ତୁ ରାଜ୍ୟର ସର୍ବବୃହତ୍ତ ଓ ଅନଗ୍ରସର ଜିଲ୍ଲା ମୟୂରଭଞ୍ଜରେ ସର୍ବାଧିକ ୧୨୦ଟି ସରକାରୀ ବିଦ୍ୟାଳୟରେ ଏବେ ବି ଛାତ୍ରଛାତ୍ରୀ ଗୋଟିଏ ଶ୍ରେଣୀ ଗୃହରେ ଶିକ୍ଷା ଗ୍ରହଣ କରୁଛନ୍ତି । ଏପରି ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀ ଗୃହ ନିର୍ମାଣ ନହେବା ଶିକ୍ଷା ଅଧିକାର ଆଇନକୁ ଉଲଂଘନ କରୁଛି । ନିକଟରେ ବିଧାନସଭାରେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୌସଙ୍କ ପ୍ରଶ୍ନ ଉଠାଇ ରାଜ୍ୟର ସରକାରୀ ବିଦ୍ୟାଳୟରେ ଶିକ୍ଷା ଗୁଣବତ୍ତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି। ସେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରଖିଥିବା ତଥ୍ୟ ଚିନ୍ତା ଜନକ ରହିଛି ।  

ଆହୁରି ପଢ଼ନ୍ତୁ: ଗୋ-ମାଫିଆଙ୍କ ବିରୋଧରେ ତିନି ଜିଲ୍ଲାରେ ବଡ କାର୍ଯ୍ୟାନୁଷ୍ଠାନ: ମୟୁରଭଞ୍ଜର ୧୫ ସ୍ଥାନରେ ଚଢ଼ାଉ, ବିପୁଳ ନଗଦ ଓ ସୁନା-ରୂପା ଜବତ

ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ରାଜ୍ୟରେ ପ୍ରାୟ ୧,୮୯୮ରୁ ୧,୯୦୦ ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟରେ ଏକ କ୍ଲାସରୁମରେ ଏକାଧିକ ଶ୍ରେଣୀ (ମଲ୍ଟି-ଗ୍ରେଡ୍ ଟିଚିଂ) ଚାଲିଆସୁଛି। ୩୦ଟି ଜିଲ୍ଲା ମଧ୍ୟରୁ କୋରାପୁଟ ପରେ ଦ୍ବିତୀୟ ସର୍ବାଧିକ ମୟୂରଭଞ୍ଜ ଜିଲ୍ଲାରେ ୧୨୦ଟି ବିଦ୍ୟାଳୟରେ ଏକକ ଶ୍ରେଣୀଗୃହରେ ଶିକ୍ଷାଦାନ ଜାରି ରହିଥିବା ଜଣାପଡିଛି । ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକ ମଧ୍ୟରୁ ବଡସାହି ଓ ଠାକୁରମୁଣ୍ଡା ବ୍ଲକରେ ସର୍ବାଧିକ ୧୨ଟି ଲେଖାଏଁ ସରକାରୀ ବିଦ୍ୟାଳୟରେ ଏଭଳି ସ୍ଥିତିରେ ଥିବା ବେଳେ ରାଷ୍ଟ୍ରପତିଙ୍କ ବ୍ଲକ କୁସୁମୀରେ ୧୧ଟି, ଉଦଳା ଓ ଗୋପବନ୍ଧୁନଗରରେ ୧୦ଟି ଲେଖାଏଁ, କପ୍ତିପଦାରେ ୭ଟି, ରରୁଆଁରେ ୬ଟି, ଶୁଳିଆପଦା, ବିଜାତଳା ଓ ବହଳଦାରେ ୫ଟି ଲେଖାଏଁ, ବାଙ୍ଗିରିପୋଷି, ମୋରଡା, ରାସଗୋବିନ୍ଦପୁର ଓ ସାରସକଣାରେ ୪ଟି ଲେଖାଏଁ ସରକାରୀ ବିଦ୍ୟାଳୟ ଉପରୋକ୍ତ ସମସ୍ୟାରେ ଗତି କରୁଛନ୍ତି । ଶ୍ରେଣୀ ଗୃହ ଅଭାବରୁ, ବାରଣ୍ଡା, ଅଫିସ ଗୃହ, ରୋଷେଇଘର ଏପରିକି ଗଛତଳେ ମଧ୍ୟ ପାଡପଢା ଚାଲିଛି । 

ଆହୁରି ପଢ଼ନ୍ତୁ: ଭୁବନେଶ୍ବର ଆଜାଦନଗର ବିସ୍ଫୋରଣ ଘଟଣା: ଅପରାଧିକ ଲିଙ୍କ୍‌, ଆତଙ୍କୀ ହମ୍‌ଲା ସମ୍ପର୍କିତ ତଦନ୍ତ କରିବ NIA

ଡିଜିଟାଲ ଯୁଗରେ ଦେଶ ବିଶ୍ବଗୁରୁ ବୋଲି ପ୍ରଚାର ଚାଲିଥିବା ବେଳେ ଏପରି ଘଟଣା ନେଇ ବିଧାୟିକା ସୋଫିଆ ଫିରଦୌସ ଏହାକୁ ସରକାରୀ ଶିକ୍ଷା ବ୍ୟବସ୍ଥାରେ ଅବହେଳା ଓ ଅନୁକୂଳ ଶିକ୍ଷା ପରିବେଶ ଅଭାବର ପ୍ରମାଣ ବୋଲି ସମାଲୋଚନା କରିଛନ୍ତି। ବିଶେଷକରି ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳରେ ଏହି ସମସ୍ୟା ଅଧିକ ଦେଖାଯାଉଛି। ମନ୍ତ୍ରୀ ଶ୍ରୀ କହିଛନ୍ତି ଯେ ଭିତ୍ତିଭୂମି ବିକାଶ ଓ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ତେବେ ଏହା ରାଇଟ୍ ଟୁ ଏଜୁକେସନ୍ ଆଇନ୍‌ର କେତେକ ଧାରାର ଉଲ୍ଲଙ୍ଘନ ହେଉଛି । କାରଣ ରାଇଟ ଟୁ ଏଜୁକେସନ ଅନୁଯାୟୀ ପିଲାମାନଙ୍କୁ ଯଥେଷ୍ଟ ଭିତ୍ତିଭୂମି ଓ ଅଲଗା ଶିକ୍ଷଣ ବ୍ୟବସ୍ଥା ଯୋଗାଇବା ଆବଶ୍ୟକ। ଶିକ୍ଷକ ନିଯୁକ୍ତି ଓ ନୂତନ କ୍ଲାସରୁମ ନିର୍ମାଣ ପାଇଁ ଦ୍ରୁତ ପଦକ୍ଷେପ ଜରୁରୀ। ସରକାରୀ ଶିକ୍ଷା ବ୍ୟବସ୍ଥାରେ ଏହି ସମସ୍ୟା ଦୀର୍ଘଦିନର ଏବଂ ବିଶେଷକରି କମ୍ ଛାତ୍ରସଂଖ୍ୟା ଥିବା କିମ୍ବା ଦୂରବର୍ତ୍ତୀ ବିଦ୍ୟାଳୟରେ ଏହା ସାଧାରଣ ଘଟଣା ହୋଇପଡିଛି। ସମସ୍ତ ପିଲାଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ନିଶ୍ଚିତ କରିବା ପାଇଁ ସରକାରଙ୍କୁ ଆହୁରି ତୀବ୍ରତର ପ୍ରୟାସ କରିବାକୁ ପଡ଼ିବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ପୁଣି ଅଶାନ୍ତ ଯାଜପୁର: ଗୁଳିମାଡ଼ରେ ଯୁବକ ମୃତ, ପୋଲିସର ତଦନ୍ତ ଜାରି

14 Mar 2026 By Madhusudan Das

ଶିକ୍ଷା ଅଧିକାର ଆଇନର ଖୋଲା ଉଲଂଘନ: ଏକକ ଶ୍ରେଣୀ ଗୃହରେ ଚାଲିଛି ମୟୂରଭଞ୍ଜ ଜିଲ୍ଲାର ୧୨୦ଟି ସ୍କୁଲ

ବାରିପଦା: ସରକାରୀ ଓ ବେସରକାରୀ ସ୍ତରରେ ଉନ୍ନତ ଶିକ୍ଷା ଦାନ ପାଇଁ ସମ୍ପ୍ରତି ନୂତନ ଶିକ୍ଷାନୀତି ପ୍ରଣୟନ ହେଲାଣି । ପରନ୍ତୁ ରାଜ୍ୟର ସର୍ବବୃହତ୍ତ ଓ ଅନଗ୍ରସର ଜିଲ୍ଲା ମୟୂରଭଞ୍ଜରେ ସର୍ବାଧିକ ୧୨୦ଟି ସରକାରୀ ବିଦ୍ୟାଳୟରେ ଏବେ ବି ଛାତ୍ରଛାତ୍ରୀ ଗୋଟିଏ ଶ୍ରେଣୀ ଗୃହରେ ଶିକ୍ଷା ଗ୍ରହଣ କରୁଛନ୍ତି । ଏପରି ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀ ଗୃହ ନିର୍ମାଣ ନହେବା ଶିକ୍ଷା ଅଧିକାର ଆଇନକୁ ଉଲଂଘନ କରୁଛି । ନିକଟରେ ବିଧାନସଭାରେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୌସଙ୍କ ପ୍ରଶ୍ନ ଉଠାଇ ରାଜ୍ୟର ସରକାରୀ ବିଦ୍ୟାଳୟରେ ଶିକ୍ଷା ଗୁଣବତ୍ତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି। ସେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରଖିଥିବା ତଥ୍ୟ ଚିନ୍ତା ଜନକ ରହିଛି ।  

ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ରାଜ୍ୟରେ ପ୍ରାୟ ୧,୮୯୮ରୁ ୧,୯୦୦ ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟରେ ଏକ କ୍ଲାସରୁମରେ ଏକାଧିକ ଶ୍ରେଣୀ (ମଲ୍ଟି-ଗ୍ରେଡ୍ ଟିଚିଂ) ଚାଲିଆସୁଛି। ୩୦ଟି ଜିଲ୍ଲା ମଧ୍ୟରୁ କୋରାପୁଟ ପରେ ଦ୍ବିତୀୟ ସର୍ବାଧିକ ମୟୂରଭଞ୍ଜ ଜିଲ୍ଲାରେ ୧୨୦ଟି ବିଦ୍ୟାଳୟରେ ଏକକ ଶ୍ରେଣୀଗୃହରେ ଶିକ୍ଷାଦାନ ଜାରି ରହିଥିବା ଜଣାପଡିଛି । ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକ ମଧ୍ୟରୁ ବଡସାହି ଓ ଠାକୁରମୁଣ୍ଡା ବ୍ଲକରେ ସର୍ବାଧିକ ୧୨ଟି ଲେଖାଏଁ ସରକାରୀ ବିଦ୍ୟାଳୟରେ ଏଭଳି ସ୍ଥିତିରେ ଥିବା ବେଳେ ରାଷ୍ଟ୍ରପତିଙ୍କ ବ୍ଲକ କୁସୁମୀରେ ୧୧ଟି, ଉଦଳା ଓ ଗୋପବନ୍ଧୁନଗରରେ ୧୦ଟି ଲେଖାଏଁ, କପ୍ତିପଦାରେ ୭ଟି, ରରୁଆଁରେ ୬ଟି, ଶୁଳିଆପଦା, ବିଜାତଳା ଓ ବହଳଦାରେ ୫ଟି ଲେଖାଏଁ, ବାଙ୍ଗିରିପୋଷି, ମୋରଡା, ରାସଗୋବିନ୍ଦପୁର ଓ ସାରସକଣାରେ ୪ଟି ଲେଖାଏଁ ସରକାରୀ ବିଦ୍ୟାଳୟ ଉପରୋକ୍ତ ସମସ୍ୟାରେ ଗତି କରୁଛନ୍ତି । ଶ୍ରେଣୀ ଗୃହ ଅଭାବରୁ, ବାରଣ୍ଡା, ଅଫିସ ଗୃହ, ରୋଷେଇଘର ଏପରିକି ଗଛତଳେ ମଧ୍ୟ ପାଡପଢା ଚାଲିଛି । 

ଡିଜିଟାଲ ଯୁଗରେ ଦେଶ ବିଶ୍ବଗୁରୁ ବୋଲି ପ୍ରଚାର ଚାଲିଥିବା ବେଳେ ଏପରି ଘଟଣା ନେଇ ବିଧାୟିକା ସୋଫିଆ ଫିରଦୌସ ଏହାକୁ ସରକାରୀ ଶିକ୍ଷା ବ୍ୟବସ୍ଥାରେ ଅବହେଳା ଓ ଅନୁକୂଳ ଶିକ୍ଷା ପରିବେଶ ଅଭାବର ପ୍ରମାଣ ବୋଲି ସମାଲୋଚନା କରିଛନ୍ତି। ବିଶେଷକରି ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳରେ ଏହି ସମସ୍ୟା ଅଧିକ ଦେଖାଯାଉଛି। ମନ୍ତ୍ରୀ ଶ୍ରୀ କହିଛନ୍ତି ଯେ ଭିତ୍ତିଭୂମି ବିକାଶ ଓ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ତେବେ ଏହା ରାଇଟ୍ ଟୁ ଏଜୁକେସନ୍ ଆଇନ୍‌ର କେତେକ ଧାରାର ଉଲ୍ଲଙ୍ଘନ ହେଉଛି । କାରଣ ରାଇଟ ଟୁ ଏଜୁକେସନ ଅନୁଯାୟୀ ପିଲାମାନଙ୍କୁ ଯଥେଷ୍ଟ ଭିତ୍ତିଭୂମି ଓ ଅଲଗା ଶିକ୍ଷଣ ବ୍ୟବସ୍ଥା ଯୋଗାଇବା ଆବଶ୍ୟକ। ଶିକ୍ଷକ ନିଯୁକ୍ତି ଓ ନୂତନ କ୍ଲାସରୁମ ନିର୍ମାଣ ପାଇଁ ଦ୍ରୁତ ପଦକ୍ଷେପ ଜରୁରୀ। ସରକାରୀ ଶିକ୍ଷା ବ୍ୟବସ୍ଥାରେ ଏହି ସମସ୍ୟା ଦୀର୍ଘଦିନର ଏବଂ ବିଶେଷକରି କମ୍ ଛାତ୍ରସଂଖ୍ୟା ଥିବା କିମ୍ବା ଦୂରବର୍ତ୍ତୀ ବିଦ୍ୟାଳୟରେ ଏହା ସାଧାରଣ ଘଟଣା ହୋଇପଡିଛି। ସମସ୍ତ ପିଲାଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ନିଶ୍ଚିତ କରିବା ପାଇଁ ସରକାରଙ୍କୁ ଆହୁରି ତୀବ୍ରତର ପ୍ରୟାସ କରିବାକୁ ପଡ଼ିବ ବୋଲି କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର