ଗୋଠ ଛଡା ହାତୀର ଉପଦ୍ରବ; ଘରର କାନ୍ଥ ପଡି ଦୁଇ ବର୍ଷ ଶିଶୁପୁତ୍ର ମୃତ

Madhusudan Das Picture
Published On

ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା କେନ୍ଦୁଖୁଣ୍ଟା ଗ୍ରାମରେ ଗୋଠ ଛଡା ହାତୀର ଉପଦ୍ରଵ । ଭାଙ୍ଗିଲା ଘରର କାନ୍ଥ । କାନ୍ଥ ପଡି ମାଆ କୋଳରେ ଶୋଇଥିବା ଦୁଇ ବର୍ଷ ଶିଶୁ ପୁତ୍ର ମୃତ । ପରିବାରର ଅନ୍ୟ ସଦସ୍ୟମାନେ ଆହତ ହୋଇଥିବାବେଳେ ରାଇବଣିଆ ଵନ୍ୟ ବିଭାଗ ଦ୍ୱାରା ଉଦ୍ଧାର ହୋଇ ହାତୀଗଡ଼ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୃତ ଶିଶୁ ହେଲେ ଉଦ୍ଧବ ବେଶ୍ରାଙ୍କର ପୁଅ ରାମ । ବନବିଭାଗ ଦ୍ୱାରା ହାତି ଘୋଡାଇବା ପାଇଁ ଉଦ୍ୟମ ଜାରି ରହିଛି । ରାଇବଣିଆ ଅଞ୍ଚଳର ଆଖପାଖ ଜଙ୍ଗଲରେ ୩୦ ଟିକିଆ ହାତୀପଲ ଦିର୍ଘ ଦିନ ଧରି ଘୁରି ବୁଲୁଛନ୍ତି । ଦିନ ସମୟରେ ଜଙ୍ଗଲରେ ରହୁଛନ୍ତି। ରାତି ହେଲେ ଗାଁରେ ପଶି ଉପଦ୍ରବ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ଶିକ୍ଷା ଅଧିକାର ଆଇନର ଖୋଲା ଉଲଂଘନ: ଏକକ ଶ୍ରେଣୀ ଗୃହରେ ଚାଲିଛି ମୟୂରଭଞ୍ଜ ଜିଲ୍ଲାର ୧୨୦ଟି ସ୍କୁଲ

ସୂଚନା ଅନୁସାରେ, ଗତକାଲି ରାତିରେ କେନ୍ଦୁଖୁଣ୍ଟା ଗ୍ରାମର ଉଦ୍ଧବ ମାରାଣ୍ଡିଙ୍କ ଘର ଭାଙ୍ଗି ଦେଇଛି ଗୋଠ ଛଡା ହାତୀ । ରାତିରେ ଶୋଇଥିବା ବେଳେ ପରିବାର ଲୋକଙ୍କ ଉପରେ କାନ୍ଥ ପଡିଯିବାରୁ ଉଦ୍ଧବଙ୍କ ୨ବର୍ଷର ପୁଅ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକ ତୁରନ୍ତ ମେଡିକାଲ ନେଇଥିଲେ । ହେଲେ ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଛନ୍ତି । ବନବିଭାଗ କର୍ମଚାରୀ ପହଞ୍ଚି ହାତୀଙ୍କୁ ଘଉଡ଼ାଇଥିଲେ । ଉଦ୍ଧବ ଜଣେ ଗରିବ ପରିବାରର ହୋଇଥିବାରୁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ପରିବାର ଲୋକ। 

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ମାଓ ଦମନ ଅଭିଯାନକୁ ବଡ଼ ସଫଳତା: ଆତ୍ମସମର୍ପଣ କଲେ ୧୦ ହାର୍ଡକୋର ମାଓବାଦୀ

17 Mar 2026 By Madhusudan Das

ଗୋଠ ଛଡା ହାତୀର ଉପଦ୍ରବ; ଘରର କାନ୍ଥ ପଡି ଦୁଇ ବର୍ଷ ଶିଶୁପୁତ୍ର ମୃତ

ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା କେନ୍ଦୁଖୁଣ୍ଟା ଗ୍ରାମରେ ଗୋଠ ଛଡା ହାତୀର ଉପଦ୍ରଵ । ଭାଙ୍ଗିଲା ଘରର କାନ୍ଥ । କାନ୍ଥ ପଡି ମାଆ କୋଳରେ ଶୋଇଥିବା ଦୁଇ ବର୍ଷ ଶିଶୁ ପୁତ୍ର ମୃତ । ପରିବାରର ଅନ୍ୟ ସଦସ୍ୟମାନେ ଆହତ ହୋଇଥିବାବେଳେ ରାଇବଣିଆ ଵନ୍ୟ ବିଭାଗ ଦ୍ୱାରା ଉଦ୍ଧାର ହୋଇ ହାତୀଗଡ଼ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୃତ ଶିଶୁ ହେଲେ ଉଦ୍ଧବ ବେଶ୍ରାଙ୍କର ପୁଅ ରାମ । ବନବିଭାଗ ଦ୍ୱାରା ହାତି ଘୋଡାଇବା ପାଇଁ ଉଦ୍ୟମ ଜାରି ରହିଛି । ରାଇବଣିଆ ଅଞ୍ଚଳର ଆଖପାଖ ଜଙ୍ଗଲରେ ୩୦ ଟିକିଆ ହାତୀପଲ ଦିର୍ଘ ଦିନ ଧରି ଘୁରି ବୁଲୁଛନ୍ତି । ଦିନ ସମୟରେ ଜଙ୍ଗଲରେ ରହୁଛନ୍ତି। ରାତି ହେଲେ ଗାଁରେ ପଶି ଉପଦ୍ରବ କରୁଛନ୍ତି ।

ସୂଚନା ଅନୁସାରେ, ଗତକାଲି ରାତିରେ କେନ୍ଦୁଖୁଣ୍ଟା ଗ୍ରାମର ଉଦ୍ଧବ ମାରାଣ୍ଡିଙ୍କ ଘର ଭାଙ୍ଗି ଦେଇଛି ଗୋଠ ଛଡା ହାତୀ । ରାତିରେ ଶୋଇଥିବା ବେଳେ ପରିବାର ଲୋକଙ୍କ ଉପରେ କାନ୍ଥ ପଡିଯିବାରୁ ଉଦ୍ଧବଙ୍କ ୨ବର୍ଷର ପୁଅ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକ ତୁରନ୍ତ ମେଡିକାଲ ନେଇଥିଲେ । ହେଲେ ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଛନ୍ତି । ବନବିଭାଗ କର୍ମଚାରୀ ପହଞ୍ଚି ହାତୀଙ୍କୁ ଘଉଡ଼ାଇଥିଲେ । ଉଦ୍ଧବ ଜଣେ ଗରିବ ପରିବାରର ହୋଇଥିବାରୁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ପରିବାର ଲୋକ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର