ମନୋରଞ୍ଜନ
ପୁଣି କଟକ SCB ରେ ଅଘଟଣ, ନନ୍ ଟ୍ରମା କେୟାରର କାଜୁଆଲିଟିରେ ନିଆଁ
କଟକ: ପୁଣି କଟକ SCBରେ ଅଗ୍ନିକାଣ୍ଡ । ନନ୍ ଟ୍ରମା କେୟାରରେ ଲାଗିଲା ନିଆଁ । ନନ୍ ଟ୍ରମା କେୟାରର କାଜୁଆଲିଟିରେ ସର୍ଟସର୍କିଟ୍ରୁ ଜଳିଗଲା ଇଲେକ୍ଟ୍ରି ବୋର୍ଡ । ଅଳ୍ପକେ ବର୍ତ୍ତିଲେ ରୋଗୀ । ନନ ଟ୍ରମା କାଜୁଆଲଟିରେ ଶହେରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିଲେ । ଧୂଆଁ ବାହାରିବା କାରଣରୁ ସ୍ମୋକ ଡିଟେକ୍ଟର ଅକ୍ଟିଭ ହୋଇ ଯାଇଥିଲା । ସଠିକ ସମୟରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏକ ପ୍ୟାନେଲ ବୋର୍ଡରେ ସର୍ଟସର୍କିଟ ହୋଇଥିବା ସୂଚନା ମିଳିଛି । ଅଘଟଣ ପୂର୍ବରୁ ଆୟତ କଲେ ଅଗ୍ନିଶମ କର୍ମଚାରୀ ।
ସୂଚନାଯୋଗ୍ୟ, ଗତ ରବିବାର ବିଳମ୍ବିତ ରାତିରେ କଟକ ଏସ୍ସିବି ଟ୍ରମା କେୟାର ଆଇସିୟୁରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ସମୟରେ ଟ୍ରମା କେୟାର ଆଇସିୟୁରେ ୨୩ ରୋଗୀ ଥିଲେ । ଅଗ୍ନିକାଣ୍ଡ ଯୋଗୁଁ ୧୨ ଜଣଙ୍କର ଜୀବନ ଯାଇଥିଲା । ତେବେ ବୁଧବାର ନନ୍ ଟ୍ରମା କାଜୁଆଲିଟିରେ ଏଭଳି ସର୍ଟ ସର୍କିଟ୍ ଘଟଣା ପରେ ରୋଗୀମାନେ ଭୟଭୀତ ହୋଇଥିବା ଜଣାପଡିଛି ।