ଟ୍ରଷ୍ଟ ଗଠନ ନେଇ ସ୍ପଷ୍ଟୀକରଣ ରଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

Madhusudan Das Picture
Published On

ଭୁବନେଶ୍ୱର: ଟ୍ରଷ୍ଟ ଗଠନ ନେଇ ସ୍ପଷ୍ଟୀକରଣ ରଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଲେ ଯେ, ବିଜୁ ବାବୁ ଚାରିଟେବୁଲ କାମ ପାଇଁ ଜଣାଶୁଣା ଥିଲେ । ୩୦ ବର୍ଷ ବୟସରେ ସେ ବିଜ୍ଞାନର ପ୍ରଚାରପ୍ରସାର ପାଇଁ କଳିଙ୍ଗ ଯୁନେସ୍କୋ ପୁରସ୍କାର ଦାନ କରିଥିଲେ । ସେ ନିଜ ଜୀବନରେ ଅନେକ ଭଲ କାମ କରିଛନ୍ତି । ମୁଁ, ମୋ ଭାଇ ଓ ଭଉଣୀ କଟକ ଆନନ୍ଦ ଭବନକୁ ଓଡ଼ିଶାବାସୀଙ୍କ ପାଇଁ ଦାନ କରିଥିଲୁ । ଯେବେ ମୁଁ ମୁମ୍ବାଇ ଯାଇଥିଲି ବେକ ଅପରେସନ ପାଇଁ, ତା ପୂର୍ବରୁ ପ୍ରଥମେ ମୁଁ ଦିଲ୍ଲୀ ଯାଇଥିଲି । ସେଠି ଅନେକ ବଡ଼ ବଡ଼ ଓକିଲ ଓ CA ଙ୍କୁ ଭେଟିଥିଲି । ମୁଁ ବିଜୁ ବାବୁଙ୍କ ନାଁରେ ଏକ ଟ୍ରଷ୍ଟ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲି । ଏହି ଟ୍ରଷ୍ଟ ଓଡ଼ିଶାବାସୀଙ୍କ ହିତ ପାଇଁ ଖୋଲିଲି । ମୋ ନିଜ ପାଣ୍ଠିରୁ ଏକ ଲକ୍ଷ ଟଙ୍କାର ଛୋଟ ଅର୍ଥ ରାଶିରୁ ଟ୍ରଷ୍ଟ ଆରମ୍ଭ କଲି । ବିଜେଡି କି ଦଳୀୟ ପାଣ୍ଠି ସହ ଏହାର କିଛି ସମ୍ପର୍କ ନାହିଁ । ମିଡ଼ିଆ negative story କରୁଥିବାରୁ, ମୁଁ ଏହି ସ୍ପଷ୍ଟୀକରଣ ରଖିଲି ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଏଥିସହ ସେ ଆହୁରି ବି କହିଛନ୍ତି କି, ମୁଁ ପୁଣି କହୁଛି, ମୁଁ କଟକ SCB ହସ୍ପିଟାଲ ଯାଇଥିଲି । ଅଧିକ ଲୋକ ମଲେ । ମୋ ସରକାର ସମୟରେ ଘରୋଇ ହସ୍ପିଟାଲରେ ନିଆଁ ଲାଗିଲା । ସ୍ୱାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦେଲେ । ହେଲେ ସରକାରୀ ହସ୍ପିଟାଲରେ ନିଆଁ ଲାଗିଲା । ବିଜେପି ସରକାର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା କରାଇ ଦେଲେନି । ଏହା ଚିନ୍ତାଜନକ, ରାଜ୍ୟର ସମସ୍ତ ହସ୍ପିଟାଲ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକାଶ ପାଇଁ ସରକାର ପଦକ୍ଷେପ ନେବା କଥା ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର