ମନୋରଞ୍ଜନ
ପାରିବାରିକ କଳହକୁ କେନ୍ଦ୍ରକରି ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଲେ ମହିଳା !
ପୁରୀ: ଜିଅନ୍ତା ଜଳିଗଲେ ମହିଳା । କିରୋସିନି ନିଆଁରେ ପୋଡ଼ି ହୋଇ ମହିଳାଙ୍କ ଆତ୍ମହତ୍ୟା । ପୁରୀ ସତ୍ୟବାଦୀ ବ୍ଲକ୍ ବଳଙ୍ଗା ଥାନା କେତକୀପାଟଣା ପଞ୍ଚାୟତରେ ଘଟିଛି ଏପରି ଅଘଟଣ । ପାରିପାର୍ଶ୍ୱିକ ସ୍ଥିତିରୁ ନିଜେ ପୋଡ଼ିହୋଇ ମରିଥିବା କହିଛନ୍ତି ପିପିଲି SDPO । ସୂଚନା ଅନୁସାରେ, ସକାଳ ସାଢେ଼ ଆଠ ସମୟରେ ଘର ଭିତରେ କବାଟ କିଳୀ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ଘରୁ ଧୂଆଁ ବାହାରିବା ପରେ ଘଟଣା ବିଷୟରେ ଜଣାପଡ଼ିଥିଲା । କବାଟ ଭାଙ୍ଗି ଉଦ୍ଧାର କଲାବେଳକୁ ମହିଳାଙ୍କ ଶରୀରର ୯୦ ଭାଗ ପୋଡିଯାଇଥିଲା । କିଛି ସମୟ ପରେ ମହିଳା ଜଣକ ମୃତ୍ୟୁବରଣ କରିଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।