କାଲି ନିଜ ଜନ୍ମକଲା ୨ ଶିଶୁଙ୍କୁ କୂଅରେ ପକାଇ ହତ୍ୟା କରିଥିଲା, ଆଜି ନିଜେ ଆତ୍ମହତ୍ୟା କଲା ମାଆ

Madhusudan Das Picture
Published On

ସମ୍ବଲପୁର: କାଲି ଦୁଇ ଝିଅଙ୍କୁ ମାରିଥିଲା, ଆଜି ନିଜେ ଆତ୍ମହତ୍ୟା କଲା ମା' । ଜଙ୍ଗଲରୁ ମିଳିଲା ମାଆର ଝୁଲନ୍ତା ମୃତଦେହ। ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ସର୍ଗିଡ଼ିହି ଗାଁରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା। ଗତକାଲି ୨ ଛୁଆଙ୍କୁ କୁଅରେ ପକାଇ ମାରିଥିଲା ମା'। ଆଜି ଦୁମକୁ ନାଳ ନିକଟ ଏକ ଗଛରେ ମା’ର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। 

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ସୂଚନାଯୋଗ୍ୟ, ଗତକାଲି ସର୍ଗିଡିହି ଗାଁର ସଞ୍ଜୁ ମାଡ଼କି ନିଜ ଜନ୍ମକଲା ୨ ଝିଅଙ୍କୁ ଘର ପାଖ ଚାଷ ଜମିରେ ଥିବା ଏକ କୂଅରେ ଫିଙ୍ଗି ଦେଇଥିଲା । ପରେ ପରିବାର ସଦସ୍ୟ କୂଅରୁ ଉଭୟଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୁଇ ଝିଅଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ଦୁଇ  ଝିଅଙ୍କ ମଧ୍ୟରୁ ବଡ଼ ଝିଅ ସୁହାନା ୬ ବର୍ଷର ହୋଇଥିବା ବେଳେ ସାନକୁ ମାତ୍ର ୪ ମାସ ହୋଇଥିଲା ବୋଲି ଜଣାପଡିଛି । କୂଅରେ ଦୁଇ ଝିଅଙ୍କୁ ଫିଙ୍ଗି ମା' ସଞ୍ଜୁ ମାଡ଼କି କେଉଁଆଡେ ଫେରାର ହୋଇଯାଇଥିଲା । ତେବେ ଆଜି ଦୁମକୁ ନାଳ ନିକଟ ଏକ ଗଛରେ ମା’ ରଶି ଲଗାଇ ଝୁଲିପଡିଥିବା ଦେଖିବାକୁ ମିଳିଥିଲା। ଏନେଇ ମହୁଲପାଲି ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

14 Mar 2026 By Madhusudan Das

କାଲି ନିଜ ଜନ୍ମକଲା ୨ ଶିଶୁଙ୍କୁ କୂଅରେ ପକାଇ ହତ୍ୟା କରିଥିଲା, ଆଜି ନିଜେ ଆତ୍ମହତ୍ୟା କଲା ମାଆ

ସମ୍ବଲପୁର: କାଲି ଦୁଇ ଝିଅଙ୍କୁ ମାରିଥିଲା, ଆଜି ନିଜେ ଆତ୍ମହତ୍ୟା କଲା ମା' । ଜଙ୍ଗଲରୁ ମିଳିଲା ମାଆର ଝୁଲନ୍ତା ମୃତଦେହ। ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ସର୍ଗିଡ଼ିହି ଗାଁରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା। ଗତକାଲି ୨ ଛୁଆଙ୍କୁ କୁଅରେ ପକାଇ ମାରିଥିଲା ମା'। ଆଜି ଦୁମକୁ ନାଳ ନିକଟ ଏକ ଗଛରେ ମା’ର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। 

ସୂଚନାଯୋଗ୍ୟ, ଗତକାଲି ସର୍ଗିଡିହି ଗାଁର ସଞ୍ଜୁ ମାଡ଼କି ନିଜ ଜନ୍ମକଲା ୨ ଝିଅଙ୍କୁ ଘର ପାଖ ଚାଷ ଜମିରେ ଥିବା ଏକ କୂଅରେ ଫିଙ୍ଗି ଦେଇଥିଲା । ପରେ ପରିବାର ସଦସ୍ୟ କୂଅରୁ ଉଭୟଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୁଇ ଝିଅଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ଦୁଇ  ଝିଅଙ୍କ ମଧ୍ୟରୁ ବଡ଼ ଝିଅ ସୁହାନା ୬ ବର୍ଷର ହୋଇଥିବା ବେଳେ ସାନକୁ ମାତ୍ର ୪ ମାସ ହୋଇଥିଲା ବୋଲି ଜଣାପଡିଛି । କୂଅରେ ଦୁଇ ଝିଅଙ୍କୁ ଫିଙ୍ଗି ମା' ସଞ୍ଜୁ ମାଡ଼କି କେଉଁଆଡେ ଫେରାର ହୋଇଯାଇଥିଲା । ତେବେ ଆଜି ଦୁମକୁ ନାଳ ନିକଟ ଏକ ଗଛରେ ମା’ ରଶି ଲଗାଇ ଝୁଲିପଡିଥିବା ଦେଖିବାକୁ ମିଳିଥିଲା। ଏନେଇ ମହୁଲପାଲି ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର