ଡିସେମ୍ବର ୧୯ରୁ ଆରମ୍ଭ ହେବ ମୟୁରଭଞ୍ଜ ମହୋତ୍ସବ

The Sakala Picture
Published On

ବାରିପଦା: ଡିସେମ୍ବର ୧୯ତାରିଖ ଠାରୁ ୨୬ ଡ଼ିସେମ୍ବର ପର୍ଯ୍ଯନ୍ତ ୫ମ ବର୍ଷ ମୟୁରଭଞ୍ଜ ମହୋତ୍ସବ ଆୟୋଜନ ହେବାକୁ ଯାଉଛି । ପାଳନ କମିଟିର ନିଷ୍ପତି କ୍ରମେ ଡିସେମ୍ବର ୧୯ ଦିନ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହେବ ଏବଂ ଡିସେମ୍ବର ୨୦ତାରିଖ ଠାରୁ ଡ଼ିସେମ୍ବର ୨୬ତାରିଖ ପର୍ଯ୍ଯନ୍ତ ବାରିପଦା ଛଉ ପଡିଆରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ଯକ୍ରମ ଆୟୋଜନ କରାଯିବ ବୋଲି ରବିବାର ମହୋତ୍ସବ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି। ତାସହିତ ଏହି […]

ବାରିପଦା: ଡିସେମ୍ବର ୧୯ତାରିଖ ଠାରୁ ୨୬ ଡ଼ିସେମ୍ବର ପର୍ଯ୍ଯନ୍ତ ୫ମ ବର୍ଷ ମୟୁରଭଞ୍ଜ ମହୋତ୍ସବ ଆୟୋଜନ ହେବାକୁ ଯାଉଛି । ପାଳନ କମିଟିର ନିଷ୍ପତି କ୍ରମେ ଡିସେମ୍ବର ୧୯ ଦିନ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହେବ ଏବଂ ଡିସେମ୍ବର ୨୦ତାରିଖ ଠାରୁ ଡ଼ିସେମ୍ବର ୨୬ତାରିଖ ପର୍ଯ୍ଯନ୍ତ ବାରିପଦା ଛଉ ପଡିଆରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ଯକ୍ରମ ଆୟୋଜନ କରାଯିବ ବୋଲି ରବିବାର ମହୋତ୍ସବ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ, ତିନି ଦିନ ହେଲା ମିଳୁନି ପତ୍ତା

ତାସହିତ ଏହି ୭ଦିନ ସାଂସ୍କୃତିକ କାର୍ଯ୍ଯକ୍ରମରେ ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ କଳାକାର ଏବଂ ସମଗ୍ର ଜିଲ୍ଲାର ବିଭିନ୍ନ କଳାକାର ଗ୍ରୁପ, ଛଉ ନୃତ୍ୟ କଳାକାର ମାନଙ୍କୁ ସାମିଲ କରିବାକୁ ପ୍ରସ୍ତୁତି ଜୋରଦାର ଚାଲିଛି ବୋଲି ମହୋତ୍ସବ କମିଟି ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା ସୂଚନା ପ୍ରଦାନ କରିଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ କମିଟି ପକ୍ଷରୁ ପୂର୍ବତନ ବିଧାୟକ ଭାଦବ ହାଁସଦାଃ, ସଂଜୀବ ଦ୍ବିବେଦୀ, କଳିଙ୍ଗ କେଶରୀ ଜେନା, ବିପ୍ଳବ ବୁଗୁଡ଼େଇ, ତାପସ ପାଢ଼ୀ, ନିରଞ୍ଜନ ସାହୁ ଓ ଅସୀମା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

ସୂଚନାଯୋଗ୍ୟ ,୨୦୧୬ ମସିହାରୁ ଆରମ୍ଭ ମୟୁରଭଞ୍ଜ ମହୋତ୍ସବ। ୨୦୧୬ ରୁ ୨୦୧୯ ମସିହା ସର୍ବମୋଟ ୪ ବର୍ଷ ଅତି ସଫଳତାର ସହ ପାଳନ ହୋଇଥିଲା ଏହି ମହୋତ୍ସବ, ମାତ୍ର କରୋନା ମହାମାରୀର ସରକାରୀ କଟକଣା ଯୋଗୁଁ ଗତ ୨୦୨୦ ମସିହା ରେ ୫ମ ବର୍ଷ ଏହି ମହୋତ୍ସବ ହୋଇପାରିନ ଥିଲା। କିଛିଦିନ ତଳେ ରାଜ୍ୟ ସରକାର କଟକଣାକୁ କୋହଳ କରି ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ଯକ୍ରମ ପାଇଁ କଟକଣା ଯୁକ୍ତ ଅନୁମତି ପ୍ରଦାନ ଯୋଗୁଁ ମୋହତ୍ସବ କମିଟି ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରିଛି ।

ଆହୁରି ପଢ଼ନ୍ତୁ: ଚାକିରି ଲୋଭ ଦେଖାଇ ଆଦିବାସୀ ଯୁବତୀଙ୍କୁ ଦିଲ୍ଲୀରେ ବିକ୍ରି; ୫ ବର୍ଷ ପରେ ଘରକୁ ଯୋଗାଯୋଗ କଲେ

28 Nov 2021 By The Sakala

ଡିସେମ୍ବର ୧୯ରୁ ଆରମ୍ଭ ହେବ ମୟୁରଭଞ୍ଜ ମହୋତ୍ସବ

ବାରିପଦା: ଡିସେମ୍ବର ୧୯ତାରିଖ ଠାରୁ ୨୬ ଡ଼ିସେମ୍ବର ପର୍ଯ୍ଯନ୍ତ ୫ମ ବର୍ଷ ମୟୁରଭଞ୍ଜ ମହୋତ୍ସବ ଆୟୋଜନ ହେବାକୁ ଯାଉଛି । ପାଳନ କମିଟିର ନିଷ୍ପତି କ୍ରମେ ଡିସେମ୍ବର ୧୯ ଦିନ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହେବ ଏବଂ ଡିସେମ୍ବର ୨୦ତାରିଖ ଠାରୁ ଡ଼ିସେମ୍ବର ୨୬ତାରିଖ ପର୍ଯ୍ଯନ୍ତ ବାରିପଦା ଛଉ ପଡିଆରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ଯକ୍ରମ ଆୟୋଜନ କରାଯିବ ବୋଲି ରବିବାର ମହୋତ୍ସବ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି।

ତାସହିତ ଏହି ୭ଦିନ ସାଂସ୍କୃତିକ କାର୍ଯ୍ଯକ୍ରମରେ ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ କଳାକାର ଏବଂ ସମଗ୍ର ଜିଲ୍ଲାର ବିଭିନ୍ନ କଳାକାର ଗ୍ରୁପ, ଛଉ ନୃତ୍ୟ କଳାକାର ମାନଙ୍କୁ ସାମିଲ କରିବାକୁ ପ୍ରସ୍ତୁତି ଜୋରଦାର ଚାଲିଛି ବୋଲି ମହୋତ୍ସବ କମିଟି ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା ସୂଚନା ପ୍ରଦାନ କରିଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ କମିଟି ପକ୍ଷରୁ ପୂର୍ବତନ ବିଧାୟକ ଭାଦବ ହାଁସଦାଃ, ସଂଜୀବ ଦ୍ବିବେଦୀ, କଳିଙ୍ଗ କେଶରୀ ଜେନା, ବିପ୍ଳବ ବୁଗୁଡ଼େଇ, ତାପସ ପାଢ଼ୀ, ନିରଞ୍ଜନ ସାହୁ ଓ ଅସୀମା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ,୨୦୧୬ ମସିହାରୁ ଆରମ୍ଭ ମୟୁରଭଞ୍ଜ ମହୋତ୍ସବ। ୨୦୧୬ ରୁ ୨୦୧୯ ମସିହା ସର୍ବମୋଟ ୪ ବର୍ଷ ଅତି ସଫଳତାର ସହ ପାଳନ ହୋଇଥିଲା ଏହି ମହୋତ୍ସବ, ମାତ୍ର କରୋନା ମହାମାରୀର ସରକାରୀ କଟକଣା ଯୋଗୁଁ ଗତ ୨୦୨୦ ମସିହା ରେ ୫ମ ବର୍ଷ ଏହି ମହୋତ୍ସବ ହୋଇପାରିନ ଥିଲା। କିଛିଦିନ ତଳେ ରାଜ୍ୟ ସରକାର କଟକଣାକୁ କୋହଳ କରି ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ଯକ୍ରମ ପାଇଁ କଟକଣା ଯୁକ୍ତ ଅନୁମତି ପ୍ରଦାନ ଯୋଗୁଁ ମୋହତ୍ସବ କମିଟି ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର