ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପ୍ରସଙ୍ଗରେ ନବୀନଙ୍କ କଡ଼ା ସମାଲୋଚନା: ଓଡ଼ିଶାର ନ୍ୟାଯ୍ୟ ଅଧିକାର ସହ ସାଲିସ୍‌ କରିଛି ରାଜ୍ୟ ବିଜେପି

Madhusudan Das Picture
Published On

ଭୁବନେଶ୍ୱର: କେନ୍ଦ୍ର ସରକାର ଆଣିଥିବା ସମ୍ବିଧାନର ୧୩୧ ତମ ସଂଶୋଧନ ବିଲ୍‌ ୨୦୨୬କୁ ନେଇ   ବିଭିନ୍ନ ରାଜନୈତିକ ଦଳ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ଏପରିକି ଶୁକ୍ରବାର ମହିଳା ସଂରକ୍ଷଣ ବିଲ୍‌ ସଂସଦରେ କାଟ୍‌ ଖାଇବା ପରେ ଏହା ବିରୋଧୀଙ୍କ ନୈତିକ ବିଜୟ ଏବଂ ସରକାରଙ୍କର ପରାଜୟ ବୋଲି ବିରୋଧୀ ଦଳ ମତବ୍ୟକ୍ତ କରିଛନ୍ତି। ଏପରିକି ମହିଳା ସଂରକ୍ଷଣ ବିଲ୍‌ ସହ ସୀମା ପୁନଃ ନିର୍ଦ୍ଧାରଣ ବିଲକୁ ଯୋଡ଼ିବା ପଛରେ କେନ୍ଦ୍ର ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ଥିଲା ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏହିକ୍ରମରେ ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପ୍ରରିପେକ୍ଷୀରେ ବିଜେପି କିପରି ଓଡ଼ିଶାର ଅଧିକାର, ସ୍ୱାର୍ଥ ସହ ସାଲିସ କଲା, ତାହା ରାଜ୍ୟବାସୀ ଦେଖିଲେ ବୋଲି କହି କଡ଼ା ସମାଲୋଚନା କରିଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏପରିକି ଏହି ଅନ୍ୟାୟ ବିରୋଧରେ ଓଡ଼ିଶାର ଜଣେ ହେଲେ ବି ବିଜେପି ସାଂସଦ ସ୍ୱର ଉତ୍ତୋଳନ ନ କରିବା ରାଜ୍ୟବାସୀଙ୍କୁ ଚକିତ କରିଛି ବୋଲି ନବୀନ ମତବ୍ୟକ୍ତ କରିଛନ୍ତି। 

ଆହୁରି ପଢ଼ନ୍ତୁ: ଦହିବରା ଖାଇ ଶତାଧିକ ଲୋକ ଆକ୍ରାନ୍ତ ଘଟଣା: ଯାଜପୁର ପୌରାଞ୍ଚଳରେ ୭ ଦିନ ପାଇଁ ସମସ୍ତ ଦହିବରା ଓ ଫାଷ୍ଟଫୁଡ଼ ଦୋକାନ ବନ୍ଦ ନିର୍ଦ୍ଦେଶ

ଶନିବାର ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ନବୀନ କହିଛନ୍ତି ଯେ ବିଜେଡି ସର୍ବଦା ପଞ୍ଚାୟତ ସ୍ତରରୁ ସଂସଦ ପର୍ଯ୍ୟନ୍ତ ମହିଳା ସଶକ୍ତୀକରଣ ପାଇଁ ଠିଆ ହୋଇଛି। ମାତ୍ର ଆମେ ସୀମା ନିର୍ଦ୍ଧାରଣ ମାଧ୍ୟମରେ ଓଡ଼ିଶାର ରାଜନୈତିକ ଶକ୍ତି ହ୍ରାସ କରିବା ଉଦ୍ୟମକୁ ସମ୍ପୂର୍ଣ୍ଣ ବିରୋଧ କରୁଛୁ। ଓଡ଼ିଶାର ଲୋକମାନେ ଦେଖିଛନ୍ତି ଯେ ସେମାନଙ୍କ ଅଧିକାର ପାଇଁ କିଏ ଲଢ଼ିଛି ଏବଂ ବିଜେପି କିପରି ଓଡ଼ିଶାର ଅଧିକାର ସହିତ ସାଲିସ୍‌ କରିଛି। ଏହି ଅନ୍ୟାୟ ବିରୁଦ୍ଧରେ ଓଡ଼ିଶାର ଜଣେ ବି ବିଜେପି ସାଂସଦ ସ୍ୱର ଉଠାଇ ନ ଥିବାରୁ ରାଜ୍ୟବାସୀ ପ୍ରକୃତରେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଓଡ଼ିଶାର ରାଜନୈତିକ ଶକ୍ତି ହ୍ରାସକୁ ସମର୍ଥନ କରିବା ଦ୍ୱାରା ଓଡ଼ିଶାବାସୀଙ୍କ ନିକଟରେ ବିଜେପିର ମୁଖା ଖୋଲିଯାଇଛି। ଓଡ଼ିଶାର ଅଧିକାର ପାଇଁ ବିଜେଡି ସର୍ବଦା ଲଢେ଼ଇ ଜାରି ରଖିବ ବୋଲି ନବୀନ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି। 

ଆହୁରି ପଢ଼ନ୍ତୁ: ଘର ଆଗରେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ଗତ ଗୁରବାର ଆଗତ କରିଥିବା ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌-୨୦୨୬ ଦ୍ୱାରା ଓଡ଼ିଶା ବ୍ୟାପକ ଭାବେ କ୍ଷତି ସହିବ ବୋଲି ଆଶଙ୍କା କରି ନବୀନ ପଟ୍ଟନାୟକ ଗତ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ। ଚିଠିରେ ନବୀନ ଉଲ୍ଲେଖ କରିଥିଲେ ଯେ ଓଡ଼ିଶାର ୨୧ ଜଣ ସାଂସଦ ଅଛନ୍ତି, ଯାହା ମୋଟ ସଂଖ୍ୟାର ପ୍ରାୟ ୩.୯ ପ୍ରତିଶତ ଅଟେ। ମାତ୍ର ଅଧିବେଶନରେ ବିଲ୍‌ ପାରିତ ସହ ସଂଶୋଧନ ପ୍ରସ୍ତାବ ଗୃହୀତ ହେଲେ ଏହି ସଂଖ୍ୟା ୨୯କୁ ବୃଦ୍ଧି ପାଇବ; ମାତ୍ର ଏହାର ଅନୁପାତ ୩.୪ ପ୍ରତିଶତକୁ କମିଯିବ। ଜନସଂଖ୍ୟା ନିୟନ୍ତ୍ରଣ ଓ ମାନବ ସମ୍ବଳ ବିକାଶରେ ଅଗ୍ରଣୀ ଥିବା ଓଡ଼ିଶା ଜାତୀୟ ସ୍ତରରେ ପ୍ରାୟ ୧୫ ପ୍ରତିଶତ ପର୍ଯ୍ୟନ୍ତ ରାଜନୈତିକ ପ୍ରତିନିଧିତ୍ୱର ହାନି ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ଏହା ଆମର ରାଜନୈତିକ କଣ୍ଠସ୍ୱର ଓ ପ୍ରଭାବକୁ କ୍ଷୀଣ କରିବ ଏବଂ ଅନ୍ୟ ରାଜ୍ୟମାନଙ୍କ ପକ୍ଷରେ ପୁନର୍ବଣ୍ଟନ କରାଯିବ। ବିଭିନ୍ନ ରିପୋର୍ଟ ଅନୁସାରେ ଏହି ପ୍ରକ୍ରିୟାରେ ଓଡ଼ିଶା ଚତୁର୍ଥ ସବୁଠାରୁ ବଡ଼ କ୍ଷତିଗ୍ରସ୍ତ ରାଜ୍ୟ ହେବ। ତେଣୁ ଏହି ପ୍ରସଙ୍ଗରେ ୪୮ ଘଣ୍ଟା ମଧ୍ୟରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଚିଠିରେ ଦାବି କରିଥିଲେ ନବୀନ। ସ୍ୱତନ୍ତ୍ର ଅଧିବଶନରେ ଏମିତି ଏକ ପ୍ରସ୍ତାବ ପାରିତ କରାଯାଉ, ଯେଉଁଥିରେ ଓଡ଼ିଶାର ୦.୦୦୧ ପ୍ରତିଶତ ରାଜନୈତିକ ଅଧିକାର କ୍ଷତି ହେବ ନାହିଁ ଏବଂ ଅନ୍ୟ କୌଣସି  ରାଜ୍ୟକୁ ହସ୍ତାନ୍ତର ହେବ ନାହିଁ ବୋଲି ନବୀନ ଦାବି କରିଥିଲେ। ସେହିପରି ରାଜ୍ୟର ସମସ୍ତ ସାଂସଦଙ୍କୁ ଚିଠି ଲେଖି କେନ୍ଦ୍ର ସରକାରଙ୍କ ଏପରି ଅନ୍ୟାୟ ବିରୋଧରେ ଏକ ହେବା ପାଇଁ ନବୀନ ଆହ୍ୱାନ ମଧ୍ୟ ଦେଇଥିଲେ। ମାତ୍ର ସମଗ୍ର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚିଠିର କୌଣସି ଉତ୍ତର ରଖି ନ ଥିବା ବେଳେ ବିଜେପି ସାଂସଦମାନେ ମଧ୍ୟ ରାଜ୍ୟସ୍ୱାର୍ଥ ପ୍ରସଙ୍ଗରେ ମୁହଁ ନ ଖୋଲିବାକୁ ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ଘଟଣାସ୍ଥଳରେ ପୋଲିସ୍‌ ଡିଜି ଓ ଡିସିପିଙ୍କ ତଦନ୍ତ

18 Apr 2026 By Madhusudan Das

ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପ୍ରସଙ୍ଗରେ ନବୀନଙ୍କ କଡ଼ା ସମାଲୋଚନା: ଓଡ଼ିଶାର ନ୍ୟାଯ୍ୟ ଅଧିକାର ସହ ସାଲିସ୍‌ କରିଛି ରାଜ୍ୟ ବିଜେପି

ଭୁବନେଶ୍ୱର: କେନ୍ଦ୍ର ସରକାର ଆଣିଥିବା ସମ୍ବିଧାନର ୧୩୧ ତମ ସଂଶୋଧନ ବିଲ୍‌ ୨୦୨୬କୁ ନେଇ   ବିଭିନ୍ନ ରାଜନୈତିକ ଦଳ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ଏପରିକି ଶୁକ୍ରବାର ମହିଳା ସଂରକ୍ଷଣ ବିଲ୍‌ ସଂସଦରେ କାଟ୍‌ ଖାଇବା ପରେ ଏହା ବିରୋଧୀଙ୍କ ନୈତିକ ବିଜୟ ଏବଂ ସରକାରଙ୍କର ପରାଜୟ ବୋଲି ବିରୋଧୀ ଦଳ ମତବ୍ୟକ୍ତ କରିଛନ୍ତି। ଏପରିକି ମହିଳା ସଂରକ୍ଷଣ ବିଲ୍‌ ସହ ସୀମା ପୁନଃ ନିର୍ଦ୍ଧାରଣ ବିଲକୁ ଯୋଡ଼ିବା ପଛରେ କେନ୍ଦ୍ର ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ଥିଲା ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏହିକ୍ରମରେ ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପ୍ରରିପେକ୍ଷୀରେ ବିଜେପି କିପରି ଓଡ଼ିଶାର ଅଧିକାର, ସ୍ୱାର୍ଥ ସହ ସାଲିସ କଲା, ତାହା ରାଜ୍ୟବାସୀ ଦେଖିଲେ ବୋଲି କହି କଡ଼ା ସମାଲୋଚନା କରିଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏପରିକି ଏହି ଅନ୍ୟାୟ ବିରୋଧରେ ଓଡ଼ିଶାର ଜଣେ ହେଲେ ବି ବିଜେପି ସାଂସଦ ସ୍ୱର ଉତ୍ତୋଳନ ନ କରିବା ରାଜ୍ୟବାସୀଙ୍କୁ ଚକିତ କରିଛି ବୋଲି ନବୀନ ମତବ୍ୟକ୍ତ କରିଛନ୍ତି। 

ଶନିବାର ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ନବୀନ କହିଛନ୍ତି ଯେ ବିଜେଡି ସର୍ବଦା ପଞ୍ଚାୟତ ସ୍ତରରୁ ସଂସଦ ପର୍ଯ୍ୟନ୍ତ ମହିଳା ସଶକ୍ତୀକରଣ ପାଇଁ ଠିଆ ହୋଇଛି। ମାତ୍ର ଆମେ ସୀମା ନିର୍ଦ୍ଧାରଣ ମାଧ୍ୟମରେ ଓଡ଼ିଶାର ରାଜନୈତିକ ଶକ୍ତି ହ୍ରାସ କରିବା ଉଦ୍ୟମକୁ ସମ୍ପୂର୍ଣ୍ଣ ବିରୋଧ କରୁଛୁ। ଓଡ଼ିଶାର ଲୋକମାନେ ଦେଖିଛନ୍ତି ଯେ ସେମାନଙ୍କ ଅଧିକାର ପାଇଁ କିଏ ଲଢ଼ିଛି ଏବଂ ବିଜେପି କିପରି ଓଡ଼ିଶାର ଅଧିକାର ସହିତ ସାଲିସ୍‌ କରିଛି। ଏହି ଅନ୍ୟାୟ ବିରୁଦ୍ଧରେ ଓଡ଼ିଶାର ଜଣେ ବି ବିଜେପି ସାଂସଦ ସ୍ୱର ଉଠାଇ ନ ଥିବାରୁ ରାଜ୍ୟବାସୀ ପ୍ରକୃତରେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଓଡ଼ିଶାର ରାଜନୈତିକ ଶକ୍ତି ହ୍ରାସକୁ ସମର୍ଥନ କରିବା ଦ୍ୱାରା ଓଡ଼ିଶାବାସୀଙ୍କ ନିକଟରେ ବିଜେପିର ମୁଖା ଖୋଲିଯାଇଛି। ଓଡ଼ିଶାର ଅଧିକାର ପାଇଁ ବିଜେଡି ସର୍ବଦା ଲଢେ଼ଇ ଜାରି ରଖିବ ବୋଲି ନବୀନ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି। 

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ଗତ ଗୁରବାର ଆଗତ କରିଥିବା ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌-୨୦୨୬ ଦ୍ୱାରା ଓଡ଼ିଶା ବ୍ୟାପକ ଭାବେ କ୍ଷତି ସହିବ ବୋଲି ଆଶଙ୍କା କରି ନବୀନ ପଟ୍ଟନାୟକ ଗତ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ। ଚିଠିରେ ନବୀନ ଉଲ୍ଲେଖ କରିଥିଲେ ଯେ ଓଡ଼ିଶାର ୨୧ ଜଣ ସାଂସଦ ଅଛନ୍ତି, ଯାହା ମୋଟ ସଂଖ୍ୟାର ପ୍ରାୟ ୩.୯ ପ୍ରତିଶତ ଅଟେ। ମାତ୍ର ଅଧିବେଶନରେ ବିଲ୍‌ ପାରିତ ସହ ସଂଶୋଧନ ପ୍ରସ୍ତାବ ଗୃହୀତ ହେଲେ ଏହି ସଂଖ୍ୟା ୨୯କୁ ବୃଦ୍ଧି ପାଇବ; ମାତ୍ର ଏହାର ଅନୁପାତ ୩.୪ ପ୍ରତିଶତକୁ କମିଯିବ। ଜନସଂଖ୍ୟା ନିୟନ୍ତ୍ରଣ ଓ ମାନବ ସମ୍ବଳ ବିକାଶରେ ଅଗ୍ରଣୀ ଥିବା ଓଡ଼ିଶା ଜାତୀୟ ସ୍ତରରେ ପ୍ରାୟ ୧୫ ପ୍ରତିଶତ ପର୍ଯ୍ୟନ୍ତ ରାଜନୈତିକ ପ୍ରତିନିଧିତ୍ୱର ହାନି ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ଏହା ଆମର ରାଜନୈତିକ କଣ୍ଠସ୍ୱର ଓ ପ୍ରଭାବକୁ କ୍ଷୀଣ କରିବ ଏବଂ ଅନ୍ୟ ରାଜ୍ୟମାନଙ୍କ ପକ୍ଷରେ ପୁନର୍ବଣ୍ଟନ କରାଯିବ। ବିଭିନ୍ନ ରିପୋର୍ଟ ଅନୁସାରେ ଏହି ପ୍ରକ୍ରିୟାରେ ଓଡ଼ିଶା ଚତୁର୍ଥ ସବୁଠାରୁ ବଡ଼ କ୍ଷତିଗ୍ରସ୍ତ ରାଜ୍ୟ ହେବ। ତେଣୁ ଏହି ପ୍ରସଙ୍ଗରେ ୪୮ ଘଣ୍ଟା ମଧ୍ୟରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଚିଠିରେ ଦାବି କରିଥିଲେ ନବୀନ। ସ୍ୱତନ୍ତ୍ର ଅଧିବଶନରେ ଏମିତି ଏକ ପ୍ରସ୍ତାବ ପାରିତ କରାଯାଉ, ଯେଉଁଥିରେ ଓଡ଼ିଶାର ୦.୦୦୧ ପ୍ରତିଶତ ରାଜନୈତିକ ଅଧିକାର କ୍ଷତି ହେବ ନାହିଁ ଏବଂ ଅନ୍ୟ କୌଣସି  ରାଜ୍ୟକୁ ହସ୍ତାନ୍ତର ହେବ ନାହିଁ ବୋଲି ନବୀନ ଦାବି କରିଥିଲେ। ସେହିପରି ରାଜ୍ୟର ସମସ୍ତ ସାଂସଦଙ୍କୁ ଚିଠି ଲେଖି କେନ୍ଦ୍ର ସରକାରଙ୍କ ଏପରି ଅନ୍ୟାୟ ବିରୋଧରେ ଏକ ହେବା ପାଇଁ ନବୀନ ଆହ୍ୱାନ ମଧ୍ୟ ଦେଇଥିଲେ। ମାତ୍ର ସମଗ୍ର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚିଠିର କୌଣସି ଉତ୍ତର ରଖି ନ ଥିବା ବେଳେ ବିଜେପି ସାଂସଦମାନେ ମଧ୍ୟ ରାଜ୍ୟସ୍ୱାର୍ଥ ପ୍ରସଙ୍ଗରେ ମୁହଁ ନ ଖୋଲିବାକୁ ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର