ରାଜ୍ୟରେ ପ୍ରଥମ: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତାବ

Madhusudan Das Picture
Published On

ବାରିପଦା: ଓଡ଼ିଶା ସରକାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ(ଏସଟିଆର)କୁ ଆନ୍ତର୍ଜାତିକ ସ୍ତରରେ ସ୍ବୀକୃତି ପାଇଁ ମନୋନୟନ ପୂର୍ବକ ପ୍ରସ୍ତାବ ରଖିଛନ୍ତି। ଏହା କନଜର୍ଭେସନ ଆସ୍ୟୁର୍ଡ/ଟାଇଗର ଷ୍ଟାଣ୍ଡାର୍ଡ(ସିଏ/ଟିଏସ) ଫ୍ରେମୱର୍କ ଅନ୍ତର୍ଗତ ରେଜିଷ୍ଟ୍ରେସନ୍ ଓ ଆକ୍ରେଡିଟେସନ୍ ପାଇଁ ମନୋନୀତ କରାଯାଇଛି। ଏହା ବିଶ୍ୱସ୍ତରରେ ବ୍ୟାଘ୍ର ସଂରକ୍ଷଣ ଓ ସଂରକ୍ଷିତ ଅଞ୍ଚଳ ପରିଚାଳନାର ଉତ୍କୃଷ୍ଟ ମାନଦଣ୍ଡ ଭାବେ ପରିଗଣିତ ହେବାକୁ ଯାଉଛି । ସୂଚନା ଅନୁଯାୟୀ, ଆନ୍ତର୍ଜାତିକ ବିଗ୍ କ୍ୟାଟ୍ ଆଲାଏନ୍ସ (ଆଇବିସିଏ)ର ମହାନିର୍ଦ୍ଦେଶକ ଜେନେରାଲ୍ ଏସ ପି ଯାଦବଙ୍କୁ ଏହି ବିଷୟରେ ପତ୍ର ଲେଖାଯାଇଛି। ରାଜ୍ୟର ପିସିସିଏଫ (ୱାଇଲ୍ଡଲାଇଫ୍) ତଥା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ପ୍ରେମ କୁମାର ଝା ଏହି ବିଷୟରେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ଶିମିଳିପାଳ ପ୍ରାୟ ୨,୭୫୦ ବର୍ଗ କିଲୋମିଟର୍ ବିସ୍ତୃତ ଏକ ସଂଯୁକ୍ତ ବନାଞ୍ଚଳ ଅଞ୍ଚଳ ଅଟେ। ଏହା ୧୯୭୩ ମସିହାରେ ପ୍ରୋଜେକ୍ଟ୍ ଟାଇଗର୍ ଅନ୍ତର୍ଗତ ପ୍ରତିଷ୍ଠିତ ନବମ ଟାଇଗର୍ ରିଜର୍ଭ ମଧ୍ୟରୁ ଗୋଟିଏ। ଏହା ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ବିଶେଷ ଗୁରୁତ୍ୱ ରଖିଛି। ତୀବ୍ର ସୁରକ୍ଷା ବ୍ୟବସ୍ଥା, ବୈଜ୍ଞାନିକ ପରିଚାଳନା ଓ ଆଧୁନିକ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ଶିମିଳିପାଳ ଉଲ୍ଲେଖନୀୟ ପରିବେଶଗତ ପୁନରୁଦ୍ଧାର କରିଛି। ଏକଦା ବାଘ ସଂଖ୍ୟା ବହୁତ କମି କେବଳ ଗୋଟିଏ ପୁରୁଷ ବାଘ ଥିବା କଥା ଜଣାପଡ଼ିଥିଲା, କିନ୍ତୁ ଲଗାତାର ପ୍ରୟାସ ଫଳରେ ବାଘ ସଂଖ୍ୟା ଉଲ୍ଲେଖନୀୟ ଭାବେ ୩୫କୁ ବୃଦ୍ଧି ପାଇଛି ୧୮ଟି ମାଈ ଓ ୧୭ଟି ଅଣ୍ଡିରା ବାଘ ମଧ୍ୟରୁ ୧୯ଟି କଳା ମେଲାନାଷ୍ଟିକ ବାଘ ରହିଛନ୍ତି। ଯାହା ବିଶ୍ୱରେ ବିରଳ ଓ ପ୍ରସିଦ୍ଧ। ବାଘ ଶାବକ ସଂଖ୍ୟା ମଧ୍ୟ ୧୬ଟି ଥିବାରୁ ଆସନ୍ତା ବର୍ଷକୁ ବାଘ ସଂଖ୍ୟା ୫୦ଅତିକ୍ରମ କରିବ ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ  (ଏନଟିସିଏ)ର ସାମ୍ପ୍ରତିକ ମ୍ୟାନେଜମେଣ୍ଟ୍ ଇଫେକ୍ଟିଭନେସ୍ ଇଭାଲୁଏସନ୍ (ଏମଇଇ)ରେ ଶିମିଳିପାଳ ୯୦.୧୫ ପ୍ରତିଶତ ସ୍କୋର୍ ପାଇ ଉତ୍କୃଷ୍ଟ ବର୍ଗରେ ସ୍ଥାନ ପାଇଛି। ଏହାର ବ୍ୟାଘ୍ର ସଂରକ୍ଷଣ ଯୋଜନା  ସମ୍ପୂର୍ଣ୍ଣ ଭାବେ କନଜର୍ଭେସନ ଆସ୍ୟୁର୍ଡ/ଟାଇଗର ଷ୍ଟାଣ୍ଡାର୍ଡ (ସିଏ/ଟିଏସ)
 ଫ୍ରେମୱର୍କ ସହ ସମନ୍ୱୟିତ। 

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

ଆନ୍ତର୍ଜାତିକ ବିଗ୍ କ୍ୟାଟ୍ ଆଲାଏନ୍ସ (ଆଇବିସିଏ)ର ଟେକ୍ନିକାଲ୍ ସେଲ୍ ଓ ଗ୍ଲୋବାଲ୍ ଟାଇଗର ଫୋରମ୍ (ଜିଟିଏଫ) ସହ ଯୋଗାଯୋଗ କରିବା ପାଇଁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଏହି ପ୍ରକ୍ରିୟାର ନୋଡାଲ୍ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ଏହି ଆକ୍ରେଡିଟେସନ୍ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ୍ ପ୍ରସ୍ତୁତ କରାଯାଉଛି।

ଶ୍ରୀ ଝା ଆହୁରି କହିଛନ୍ତି ଯେ, ଓଡ଼ିଶାରେ ଏପର୍ଯ୍ୟନ୍ତ କୌଣସି ଟାଇଗର୍ ରିଜର୍ଭ କନଜର୍ଭେସନ ଆସ୍ୟୁର୍ଡ/ଟାଇଗର ଷ୍ଟାଣ୍ଡାର୍ଡ (ସିଏ/ଟିଏସ) ସ୍ୱୀକୃତି ପାଇ ନାହିଁ। ଶିମିଳିପାଳ ଏହି ସମ୍ମାନ ପାଇବା ଦ୍ୱାରା ରାଜ୍ୟର ପ୍ରଥମ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ହେବାର ଆଶା ରହିଛି। ଏହି ସଫଳତା ଶିମିଳିପାଳର ସଂରକ୍ଷଣ ପ୍ରୟାସର ଏକ ବଡ଼ ମାଇଲ୍ ଖୁଣ୍ଟ ହେବ ବୋଲି ଆଶା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର