ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ, ତିନି ଦିନ ହେଲା ମିଳୁନି ପତ୍ତା

Madhusudan Das Picture
Published On

ବାରିପଦା: ଗୃହ ଗଣନା କାର୍ଯ୍ୟରେ ନିୟୋଜିତ ଜଣେ ଶିକ୍ଷୟିତ୍ରୀ ନିଖୋଜ ହୋଇଯାଇଛନ୍ତି। ଗତ ୧୮ ତାରିଖ ଶନିବାର ଠାରୁ ଜନଗଣନା କରିବାକୁ ଯାଇ ନିଖୋଜ ଅଛନ୍ତି ଶିକ୍ଷୟିତ୍ରୀ ଜଣକ । ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତରେ ଏଭଳି ଏକ ଘଟଣା ଘଟିଛି। ନିଖୋଜ ଶିକ୍ଷୟିତ୍ରୀଜଣଙ୍କ ହେଲେ,‌ ଜ୍ୟୋତ୍ସ୍ନାରାଣୀ ସାହୁ। ସେ ଢେଙ୍କିନେଞ୍ଜିଆ ୟୁପିଟିଓ ସ୍କୁଲରେ ସହକାରୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ। ତାଙ୍କ ଘର ପୁରୀ ଜିଲ୍ଲାରେ। ଗୃହଗଣନା କାର୍ଯ୍ୟ କରିବାକୁ ଯାଇ ଘରକୁ ନ ଫେରିବାରୁ ଭଡ଼ା ଘର ମାଲିକ ସୁରେଶ ଚନ୍ଦ୍ର ସି ଏନେଇ ଥାନାରେ ଅଭିଯୋଗ କରିଛନ୍ତି। 

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ସୂଚନା ମୁତାବକ, ୬ମାସ ଧରି ସୁରେଶଙ୍କ ଘରେ ଜ୍ୟୋତ୍ସ୍ନା ଭଡ଼ାରେ ରହୁଥିଳେ। ୧୮ ତାରିଖ ସକାଳ ପ୍ରାୟ ୭ଟାରେ ସେ ସ୍କୁଲକୁ ଯାଇଥିଲେ। ଡ୍ୟୁଟି ସାରି ସେ ଗୃହଗଣନା କରିବାକୁ ଯାଇଥିଲେ। କିନ୍ତୁ ଅପରାହ୍‌ଣ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଏବଂ ତାଙ୍କ ମୋବାଇଲ୍‌ ସୁଇଚ୍‌-ଅଫ୍‌ ଥିବାରୁ ସୁରେଶଙ୍କ ସନ୍ଦେହ ହୋଇଥିଲା। ଏ ସଂପର୍କରେ ସେ ଥାନାରେ ଅଭିଯୋଗ କରିଥିଲେ। 

ଆହୁରି ପଢ଼ନ୍ତୁ: ସିଂହଦ୍ୱାର ଗୁମୁଟରେ ‘ଦଶାବତାର ମୂର୍ତ୍ତି’ ପୁନଃ ସଂସ୍ଥାପନ ପ୍ରସ୍ତାବ: ଜଗଦ୍‌ଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଲା ଶ୍ରୀମନ୍ଦିର ପ୍ରଶାସନ

20 Apr 2026 By Madhusudan Das

ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ, ତିନି ଦିନ ହେଲା ମିଳୁନି ପତ୍ତା

ବାରିପଦା: ଗୃହ ଗଣନା କାର୍ଯ୍ୟରେ ନିୟୋଜିତ ଜଣେ ଶିକ୍ଷୟିତ୍ରୀ ନିଖୋଜ ହୋଇଯାଇଛନ୍ତି। ଗତ ୧୮ ତାରିଖ ଶନିବାର ଠାରୁ ଜନଗଣନା କରିବାକୁ ଯାଇ ନିଖୋଜ ଅଛନ୍ତି ଶିକ୍ଷୟିତ୍ରୀ ଜଣକ । ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତରେ ଏଭଳି ଏକ ଘଟଣା ଘଟିଛି। ନିଖୋଜ ଶିକ୍ଷୟିତ୍ରୀଜଣଙ୍କ ହେଲେ,‌ ଜ୍ୟୋତ୍ସ୍ନାରାଣୀ ସାହୁ। ସେ ଢେଙ୍କିନେଞ୍ଜିଆ ୟୁପିଟିଓ ସ୍କୁଲରେ ସହକାରୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ। ତାଙ୍କ ଘର ପୁରୀ ଜିଲ୍ଲାରେ। ଗୃହଗଣନା କାର୍ଯ୍ୟ କରିବାକୁ ଯାଇ ଘରକୁ ନ ଫେରିବାରୁ ଭଡ଼ା ଘର ମାଲିକ ସୁରେଶ ଚନ୍ଦ୍ର ସି ଏନେଇ ଥାନାରେ ଅଭିଯୋଗ କରିଛନ୍ତି। 

ସୂଚନା ମୁତାବକ, ୬ମାସ ଧରି ସୁରେଶଙ୍କ ଘରେ ଜ୍ୟୋତ୍ସ୍ନା ଭଡ଼ାରେ ରହୁଥିଳେ। ୧୮ ତାରିଖ ସକାଳ ପ୍ରାୟ ୭ଟାରେ ସେ ସ୍କୁଲକୁ ଯାଇଥିଲେ। ଡ୍ୟୁଟି ସାରି ସେ ଗୃହଗଣନା କରିବାକୁ ଯାଇଥିଲେ। କିନ୍ତୁ ଅପରାହ୍‌ଣ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଏବଂ ତାଙ୍କ ମୋବାଇଲ୍‌ ସୁଇଚ୍‌-ଅଫ୍‌ ଥିବାରୁ ସୁରେଶଙ୍କ ସନ୍ଦେହ ହୋଇଥିଲା। ଏ ସଂପର୍କରେ ସେ ଥାନାରେ ଅଭିଯୋଗ କରିଥିଲେ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର