ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ବିରୋଧୀ ଦଳମାନେ ସମର୍ଥନ ନଦେବାରୁ ସଂସଦରେ ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇଗଲା ବୋଲି ବିଜେପି ପକ୍ଷରୁ ପ୍ରଚାର ଚାଲିଥିବା ବେଳେ ଏହାର ଦୃଢ଼ ଖଣ୍ଡନ କରିଛି ବିଜେଡି। ଯେଉଁଭଳି ଭାବେ ଡିମିଲଟେସନ ବିଲ ସହିତ ମହିଳା ସଂରକ୍ଷଣ ବିଲକୁ ଯୋଡି ସଂସଦରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଆଣିଲା, ତାହା କୌଣସି  ପ୍ରହସନରୁ କମ ନଥିଲା ବୋଲି ଦଳ କଟାକ୍ଷ କରିଛି।  ରବିବାର ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପିଏସି ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠି ମହିଳା ସଂରକ୍ଷଣ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ରାଜ୍ୟ ବିଜେପି ଚଞ୍ଚକତା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି । 

ଆହୁରି ପଢ଼ନ୍ତୁ: ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ବିଜେପି ସରକାର ପ୍ରହସନ ନକରୁ: ବିଜେଡି

ଶର୍ମିଷ୍ଠା ସେଠି କହିଛନ୍ତି ଯେ  ସେପ୍ଟେମ୍ୱର ୨୦୨୩ରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ସମସ୍ତ ରାଜନୈତିକ ଦଳମାନଙ୍କ ସମର୍ଥନରେ ପାସ ହୋଇଥିଲା। ଏହାକୁ ତୁରନ୍ତ ଲାଗୁ ନ କରି ନୂତନ ଜନଗଣନା ମାଧ୍ୟମରେ ଡିମିଲଟେସନ ପରେ ଏହାକୁ ଲାଗୁ କରାଯିବ ବୋଲି କୁହାଯାଇଥିଲା । କିନ୍ତୁ ଅପ୍ରତ୍ୟାଶିତ ଭାବେ ହଠାତ କେନ୍ଦ୍ର ସରକାର ଡିଲିମିଟେସନ ବିଲ ସହିତ ମହିଳା ସଂରକ୍ଷଣ ବିଲକୁ ଯୋଡି ସଂସଦର ବିଶେଷ ଅଧିବେଶନରେ ଉପସ୍ଥାପନା କଲେ। ମହିଳା ସଂରକ୍ଷଣ ବିଲ ନେଇ କୌଣସି ରାଜନୈତିକ ଦଳର ସଂଶୟ ନ ଥିଲା, କିନ୍ତୁ ପ୍ରସ୍ତାବିତ ଡିମିଲଟେସନ ବିଲକୁ ନେଇ ଅନେକ ଅସହମତି ରହିଥିଲା । ବିଶେଷକରି ଡିଲିମିଟେସନ ମାଧ୍ୟମରେ ଓଡ଼ିଶାର ପ୍ରତିନିଧିତ୍ୱ ୩.୯ ପ୍ରତିଶତରୁ ୩.୫ ପ୍ରତିଶତ ହ୍ରାସ ପାଉଥିବା ଆଶଙ୍କା ଉପୁଜିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟର ସମସ୍ତ ସାଂସଦଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ । ଓଡ଼ିଶା ପ୍ରତି ହେବାକୁ ଯାଉଥିବା ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଥିଲେ । କିନ୍ତୁ ବିଜେପି ସାଂସଦ ମାନେ ଏହା ବିରୋଧରେ ସ୍ୱର ଉତ୍ତୋଳନ ଦୂରର କଥା ସେମାନେ ଏହି ବିଲ ସପକ୍ଷରେ ଭୋଟ ଦେଲେ । ବିଲ କାଟ ଖାଇବା ପରେ ମହିଳା ସଂରକ୍ଷଣ ବିଲକୁ ବିଜେଡି ବିରୋଧ କଲା ବୋଲି ଅମୂଳକ ଅଭିଯୋଗ କରାଯାଉଛି। ମହିଳା ସଂରକ୍ଷଣ ବିଲକୁ ବିଜେଡି ପ୍ରଥମ ଦିନରୁ ସମର୍ଥନ ଦେଇ ଆସୁଛି । କିନ୍ତୁ ଡିଲିମିଟେସନ ମାଧ୍ୟମରେ ଓଡ଼ିଶାର ପ୍ରତିନିଧିତ୍ୱ ହ୍ରାସ ପାଉଥିବାରୁ ବିଜେଡି ଏହାକୁ ବିରୋଧ କରୁଛି । ଏହା ହେଲେ ଓଡ଼ିଶାର ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ସ୍ତରରେ କ୍ଷତି ହେବ। 

ଆହୁରି ପଢ଼ନ୍ତୁ: ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍‌ କିଷାନ ଟଙ୍କା

ଟୁକୁନି ସାହୁ କହିଥିଲେ ଯେ ମହିଳା ସଂରକ୍ଷଣ ପ୍ରଦାନ ବା ମହିଳା ସଶକ୍ତିକରଣ କ୍ଷେତ୍ରରେ ବିଜୁ ଜନତା ଦଳ ସବୁ ସମୟରେ ଆଗରେ ରହି ଆସିଛି । ମହିଳା ମାନଙ୍କୁ ସାମ୍ୱିଧାନିକ ପଦବୀରେ ଅବସ୍ଥାପିତ କରିବା ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୧୯୯୨ ମସିହାରେ ରାଜ୍ୟର ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଓ ପୌରସଂସ୍ଥାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ ।  ନବୀନ ପଟ୍ଟନାୟକ ତାଙ୍କ ଶାସନ ସମୟରେ ଏହି ସଂରକ୍ଷଣ ସଂଖ୍ୟାକୁ ୫୦ପ୍ରତିଶତକୁ ବଢ଼ାଇଥିଲେ । ଏହାଛଡା ସଂସଦ ଓ ବିଧାନସଭାରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ ପାଇଁ ୨୦୧୮ ମସିହାରେ ବିଜେଡି ସରକାରଙ୍କ ଦ୍ୱାରା ବିଧାନସଭାରେ ଏକ ସଙ୍କଳ୍ପ ପାରିତ କରାଯାଇଥିଲା । ଏଥି ସହିତ ଦେଶର ପ୍ରାୟ ୨୨ଟି ରାଜନୈତିକ ଦଳଙ୍କୁ ବିଜେଡି ପ୍ରତିନିଧି ମଣ୍ଡଳୀ ଭେଟି ଏହା ସପକ୍ଷରେ ମତ ଦେବାପାଇଁ ପ୍ରବର୍ତ୍ତାଇ ଥିଲେ । ୨୦୧୯ ଓ ୨୦୨୪ ନିର୍ବାଚନରେ ଓଡ଼ିଶାର ସଂସଦ କ୍ଷେତ୍ର ଗୁଡିକରେ ବିଜେଡି ୩୩ ପ୍ରତିଶତ ସ୍ଥାନରେ ମହିଳା ମାନଙ୍କୁ ପ୍ରାର୍ଥୀ କରିଥିଲା । ଏହା ବିଜେଡିର ମହିଳା ସଂରକ୍ଷଣ ବା ମହିଳା ସଶକ୍ତିକରଣ ପ୍ରତି ଥିବା ପ୍ରତିବଦ୍ଧତାକୁ ସ୍ପଷ୍ଟ କରୁଛି। ଏହାଛଡା ମହିଳାମାନଙ୍କୁ ଆର୍ଥିକ ସ୍ତରରେ ସ୍ୱାବଲମ୍ୱି କରିବା କ୍ଷେତ୍ରରେ ନବୀନ ସରକାରଙ୍କର ଯୋଜନା ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ୮୦ ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଥିଲା । ଆଜି ବିଜେପି ସରକାର କ୍ଷମତାକୁ ଆସିବାର ଦୁଇ ବର୍ଷ ପରେ ମିଶନ ଶକ୍ତି ଦ୍ୱାରା ସଶକ୍ତ ହୋଇଥିବା ମହିଳା ମାନେ ଘର କୋଣରେ ସୀମିତ ହୋଇ ଯାଇଥିବା ଦେଖିବାକୁ ମିଳୁଛି। ତେଣୁ ମହିଳା ସରଂକ୍ଷଣ ବିଲକୁ ବିଜେଡି ବିରୋଧ କରୁଛି ବୋଲି ବିଜେପିର ଦାବିକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ।

ଆହୁରି ପଢ଼ନ୍ତୁ: ବାର୍ଷିକ ରିଭିଜନରେ ଓଡ଼ିଶାର ୧୦ ଲକ୍ଷ ଭୋଟରଙ୍କ ନାମ ବାଦ୍‌; ନିର୍ବାଚନ କମିସନଙ୍କ କାର୍ଯ୍ୟକୁ ନେଇ ବିଜେଡିର ସନ୍ଦେହ

19 Apr 2026 By Madhusudan Das

ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ଭୁବନେଶ୍ୱର: ବିରୋଧୀ ଦଳମାନେ ସମର୍ଥନ ନଦେବାରୁ ସଂସଦରେ ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇଗଲା ବୋଲି ବିଜେପି ପକ୍ଷରୁ ପ୍ରଚାର ଚାଲିଥିବା ବେଳେ ଏହାର ଦୃଢ଼ ଖଣ୍ଡନ କରିଛି ବିଜେଡି। ଯେଉଁଭଳି ଭାବେ ଡିମିଲଟେସନ ବିଲ ସହିତ ମହିଳା ସଂରକ୍ଷଣ ବିଲକୁ ଯୋଡି ସଂସଦରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଆଣିଲା, ତାହା କୌଣସି  ପ୍ରହସନରୁ କମ ନଥିଲା ବୋଲି ଦଳ କଟାକ୍ଷ କରିଛି।  ରବିବାର ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପିଏସି ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠି ମହିଳା ସଂରକ୍ଷଣ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ରାଜ୍ୟ ବିଜେପି ଚଞ୍ଚକତା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି । 

ଶର୍ମିଷ୍ଠା ସେଠି କହିଛନ୍ତି ଯେ  ସେପ୍ଟେମ୍ୱର ୨୦୨୩ରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ସମସ୍ତ ରାଜନୈତିକ ଦଳମାନଙ୍କ ସମର୍ଥନରେ ପାସ ହୋଇଥିଲା। ଏହାକୁ ତୁରନ୍ତ ଲାଗୁ ନ କରି ନୂତନ ଜନଗଣନା ମାଧ୍ୟମରେ ଡିମିଲଟେସନ ପରେ ଏହାକୁ ଲାଗୁ କରାଯିବ ବୋଲି କୁହାଯାଇଥିଲା । କିନ୍ତୁ ଅପ୍ରତ୍ୟାଶିତ ଭାବେ ହଠାତ କେନ୍ଦ୍ର ସରକାର ଡିଲିମିଟେସନ ବିଲ ସହିତ ମହିଳା ସଂରକ୍ଷଣ ବିଲକୁ ଯୋଡି ସଂସଦର ବିଶେଷ ଅଧିବେଶନରେ ଉପସ୍ଥାପନା କଲେ। ମହିଳା ସଂରକ୍ଷଣ ବିଲ ନେଇ କୌଣସି ରାଜନୈତିକ ଦଳର ସଂଶୟ ନ ଥିଲା, କିନ୍ତୁ ପ୍ରସ୍ତାବିତ ଡିମିଲଟେସନ ବିଲକୁ ନେଇ ଅନେକ ଅସହମତି ରହିଥିଲା । ବିଶେଷକରି ଡିଲିମିଟେସନ ମାଧ୍ୟମରେ ଓଡ଼ିଶାର ପ୍ରତିନିଧିତ୍ୱ ୩.୯ ପ୍ରତିଶତରୁ ୩.୫ ପ୍ରତିଶତ ହ୍ରାସ ପାଉଥିବା ଆଶଙ୍କା ଉପୁଜିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟର ସମସ୍ତ ସାଂସଦଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ । ଓଡ଼ିଶା ପ୍ରତି ହେବାକୁ ଯାଉଥିବା ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଥିଲେ । କିନ୍ତୁ ବିଜେପି ସାଂସଦ ମାନେ ଏହା ବିରୋଧରେ ସ୍ୱର ଉତ୍ତୋଳନ ଦୂରର କଥା ସେମାନେ ଏହି ବିଲ ସପକ୍ଷରେ ଭୋଟ ଦେଲେ । ବିଲ କାଟ ଖାଇବା ପରେ ମହିଳା ସଂରକ୍ଷଣ ବିଲକୁ ବିଜେଡି ବିରୋଧ କଲା ବୋଲି ଅମୂଳକ ଅଭିଯୋଗ କରାଯାଉଛି। ମହିଳା ସଂରକ୍ଷଣ ବିଲକୁ ବିଜେଡି ପ୍ରଥମ ଦିନରୁ ସମର୍ଥନ ଦେଇ ଆସୁଛି । କିନ୍ତୁ ଡିଲିମିଟେସନ ମାଧ୍ୟମରେ ଓଡ଼ିଶାର ପ୍ରତିନିଧିତ୍ୱ ହ୍ରାସ ପାଉଥିବାରୁ ବିଜେଡି ଏହାକୁ ବିରୋଧ କରୁଛି । ଏହା ହେଲେ ଓଡ଼ିଶାର ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ସ୍ତରରେ କ୍ଷତି ହେବ। 

ଟୁକୁନି ସାହୁ କହିଥିଲେ ଯେ ମହିଳା ସଂରକ୍ଷଣ ପ୍ରଦାନ ବା ମହିଳା ସଶକ୍ତିକରଣ କ୍ଷେତ୍ରରେ ବିଜୁ ଜନତା ଦଳ ସବୁ ସମୟରେ ଆଗରେ ରହି ଆସିଛି । ମହିଳା ମାନଙ୍କୁ ସାମ୍ୱିଧାନିକ ପଦବୀରେ ଅବସ୍ଥାପିତ କରିବା ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୧୯୯୨ ମସିହାରେ ରାଜ୍ୟର ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଓ ପୌରସଂସ୍ଥାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ ।  ନବୀନ ପଟ୍ଟନାୟକ ତାଙ୍କ ଶାସନ ସମୟରେ ଏହି ସଂରକ୍ଷଣ ସଂଖ୍ୟାକୁ ୫୦ପ୍ରତିଶତକୁ ବଢ଼ାଇଥିଲେ । ଏହାଛଡା ସଂସଦ ଓ ବିଧାନସଭାରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ ପାଇଁ ୨୦୧୮ ମସିହାରେ ବିଜେଡି ସରକାରଙ୍କ ଦ୍ୱାରା ବିଧାନସଭାରେ ଏକ ସଙ୍କଳ୍ପ ପାରିତ କରାଯାଇଥିଲା । ଏଥି ସହିତ ଦେଶର ପ୍ରାୟ ୨୨ଟି ରାଜନୈତିକ ଦଳଙ୍କୁ ବିଜେଡି ପ୍ରତିନିଧି ମଣ୍ଡଳୀ ଭେଟି ଏହା ସପକ୍ଷରେ ମତ ଦେବାପାଇଁ ପ୍ରବର୍ତ୍ତାଇ ଥିଲେ । ୨୦୧୯ ଓ ୨୦୨୪ ନିର୍ବାଚନରେ ଓଡ଼ିଶାର ସଂସଦ କ୍ଷେତ୍ର ଗୁଡିକରେ ବିଜେଡି ୩୩ ପ୍ରତିଶତ ସ୍ଥାନରେ ମହିଳା ମାନଙ୍କୁ ପ୍ରାର୍ଥୀ କରିଥିଲା । ଏହା ବିଜେଡିର ମହିଳା ସଂରକ୍ଷଣ ବା ମହିଳା ସଶକ୍ତିକରଣ ପ୍ରତି ଥିବା ପ୍ରତିବଦ୍ଧତାକୁ ସ୍ପଷ୍ଟ କରୁଛି। ଏହାଛଡା ମହିଳାମାନଙ୍କୁ ଆର୍ଥିକ ସ୍ତରରେ ସ୍ୱାବଲମ୍ୱି କରିବା କ୍ଷେତ୍ରରେ ନବୀନ ସରକାରଙ୍କର ଯୋଜନା ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ୮୦ ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଥିଲା । ଆଜି ବିଜେପି ସରକାର କ୍ଷମତାକୁ ଆସିବାର ଦୁଇ ବର୍ଷ ପରେ ମିଶନ ଶକ୍ତି ଦ୍ୱାରା ସଶକ୍ତ ହୋଇଥିବା ମହିଳା ମାନେ ଘର କୋଣରେ ସୀମିତ ହୋଇ ଯାଇଥିବା ଦେଖିବାକୁ ମିଳୁଛି। ତେଣୁ ମହିଳା ସରଂକ୍ଷଣ ବିଲକୁ ବିଜେଡି ବିରୋଧ କରୁଛି ବୋଲି ବିଜେପିର ଦାବିକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର