ମା ତାରିଣୀ ବସ୍ତ୍ରାଳୟର ଗୋଦାମରେ ଅଗ୍ନିକାଣ୍ଡ, ସେଲସ୍‌ମ୍ୟାନଙ୍କ ମୃତ୍ୟୁ

The Sakala Picture
Published On

ଭୁବନେଶ୍ବର : କଳ୍ପନା ଛକରେ ଥିବା ମା ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ। ବୁଧବାର ବିଳମ୍ବିତ ରାତିରେ ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଗୋଦାମର ପ୍ରାୟ କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ଜଳିଯାଇଛି । ଏହି ଅଗ୍ନିକାଣ୍ଡରେ ଜଣେ କର୍ମଚାରୀଙ୍କ ମଧ୍ୟ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ବୁଧବାର ବିଳମ୍ବିତ ରାତିରେ କଳ୍ପନା ଛକ ନିକଟରେ ଥିବା ମା ତାରିଣୀ ବସ୍ତ୍ରାଳୟର ୫ ମହଲା ବିଶିଷ୍ଟ ଗୋଦାମ ଘରେ ନିଆଁ […]

ଭୁବନେଶ୍ବର : କଳ୍ପନା ଛକରେ ଥିବା ମା ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ। ବୁଧବାର ବିଳମ୍ବିତ ରାତିରେ ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଗୋଦାମର ପ୍ରାୟ କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ଜଳିଯାଇଛି । ଏହି ଅଗ୍ନିକାଣ୍ଡରେ ଜଣେ କର୍ମଚାରୀଙ୍କ ମଧ୍ୟ ମୃତ୍ୟୁ ହୋଇଛି।

ଆହୁରି ପଢ଼ନ୍ତୁ: ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ

ମିଳିଥିବା ସୂଚନା ଅନୁସାରେ ବୁଧବାର ବିଳମ୍ବିତ ରାତିରେ କଳ୍ପନା ଛକ ନିକଟରେ ଥିବା ମା ତାରିଣୀ ବସ୍ତ୍ରାଳୟର ୫ ମହଲା ବିଶିଷ୍ଟ ଗୋଦାମ ଘରେ ନିଆଁ ଲାଗିଯାଇଥିଲା। ରାତିରେ ଗୋଦାମ ଘରେ ଧୂଆଁ ସହ ନିଆଁ ଦେଖାଯିବାରୁ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ନିଆଁ ପ୍ରଥମ ଓ ଦ୍ୱିତୀୟ ମହଲାକୁ ବ୍ୟାପି ଯାଇଥିଲା । ତେବେ ଦ୍ୱିତୀୟ ମହଲାରେ ନିଆଁ ଲିଭାଇବାକୁ ଉଦ୍ୟମ କରୁଥିଲାବେଳେ ଡ୍ରେସ ରଖାଯାଇଥିବା ଏକ ର‌୍ୟାକ ଜଣେ କର୍ମଚାରୀଙ୍କ ଉପରେ ପଡ଼ିଯାଇଥିଲା । ସେ ର‌୍ୟାକ୍‌ ତଳେ ଚାପି ହୋଇଯାଇଥିଲେ ।

ଆହୁରି ପଢ଼ନ୍ତୁ: ନଭେମ୍ବର ୨୪ରୁ ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରା: ଉଭୟ ଉପର ଓ ତଳ ପଡ଼ିଆରେ ହେବ ଭବ୍ୟ ଆୟୋଜନ

ଏପଟେ ଖବରପାଇ ଅଗ୍ନିଶମ କେନ୍ଦ୍ରରୁ ଦମକଳ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ । ଅଗ୍ନିଶମ କର୍ମଚାରୀ ଭିତରକୁ ପଶି ପ୍ରଥମେ ଫସି ରହିଥିବା କର୍ମଚାରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଦେଇଥିଲେ । ଏହାପରେ ଅଗ୍ନିଶମର ୪ଟି ଗାଡି ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହେବାର ଦୀର୍ଘ ଏକ ଘଣ୍ଟା ନିଆଁକୁ ଆୟତ କରିଥିଲେ।

ଆହୁରି ପଢ଼ନ୍ତୁ: ସମୁଦ୍ର ମଝିରେ ବୁଡ଼ିଲା କାର୍ଗୋ ଜାହାଜ: ମୃତ୍ୟୁ ସହ ଲଢ଼େଇ କରି ପାରାଦୀପରେ ପହଞ୍ଚିଲେ ଉଦ୍ଧାର ହୋଇଥିବା ୨ ଚୀନ୍ ନାବିକ

ସେପଟେ ଅଗ୍ନିଶମ କର୍ମଚାରୀ ଯେଉଁ କର୍ମଚାରୀଙ୍କୁ ଶ୍ୱାସରୁଦ୍ଧ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ, ତାଙ୍କର ମେଡିକାଲରେ ମୃତ୍ୟୁ ହୋଇଛି। ଏନେଇ ଲକ୍ଷ୍ମୀସାଗର ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର