ମନୋରଞ୍ଜନ
ଯୁଦ୍ଧରେ ହାରିଲେ ଶିଶୁପାଳ, ରୁକ୍ମିଣୀଙ୍କୁ ବିବାହ କଲେ ମହାପ୍ରଭୁ
ପୁରୀ: ବିଦର୍ଭ ରାଜା ଭୀଷ୍ମକଙ୍କ କନ୍ୟା ରୁକ୍ମିଣୀ ମା’ ବିମଳାଙ୍କ ଦର୍ଶନ ସାରି ଫେରୁଥିବା ବେଳେ ମହାପ୍ରଭୁ ତାଙ୍କୁ ହରଣ କରି ନେଉଥିଲେ। ଏହି ସମୟରେ ବାଟ ଓଗାଳିଥିଲେ ଶିଶୁପାଳ। ଦୁହିଁଙ୍କ ମଧ୍ୟରେ ଯୁଦ୍ଧ ହେଲା। ଶେଷରେ ଶିଶୁପାଳଙ୍କୁ ପରାସ୍ତ କରି ରଥରେ ବାନ୍ଧି ରୁକ୍ମିଣୀଙ୍କୁ ବିବାହ କଲେ ମହାପ୍ରଭୁ। ଶୁକ୍ରବାର ପବିତ୍ର ଜ୍ୟେଷ୍ଠ ଶୁକ୍ଳ ଏକାଦଶୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରୁକ୍ମିଣୀ ହରଣ ଓ ବିବାହ ନୀତି ସମ୍ପନ୍ନ ହୋଇଛି। ଏହି ଦିବସକୁ ରୁକ୍ମିଣୀ ହରଣ ଏକାଦଶୀ […]
ପୁରୀ: ବିଦର୍ଭ ରାଜା ଭୀଷ୍ମକଙ୍କ କନ୍ୟା ରୁକ୍ମିଣୀ ମା’ ବିମଳାଙ୍କ ଦର୍ଶନ ସାରି ଫେରୁଥିବା ବେଳେ ମହାପ୍ରଭୁ ତାଙ୍କୁ ହରଣ କରି ନେଉଥିଲେ। ଏହି ସମୟରେ ବାଟ ଓଗାଳିଥିଲେ ଶିଶୁପାଳ। ଦୁହିଁଙ୍କ ମଧ୍ୟରେ ଯୁଦ୍ଧ ହେଲା। ଶେଷରେ ଶିଶୁପାଳଙ୍କୁ ପରାସ୍ତ କରି ରଥରେ ବାନ୍ଧି ରୁକ୍ମିଣୀଙ୍କୁ ବିବାହ କଲେ ମହାପ୍ରଭୁ। ଶୁକ୍ରବାର ପବିତ୍ର ଜ୍ୟେଷ୍ଠ ଶୁକ୍ଳ ଏକାଦଶୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରୁକ୍ମିଣୀ ହରଣ ଓ ବିବାହ ନୀତି ସମ୍ପନ୍ନ ହୋଇଛି। ଏହି ଦିବସକୁ ରୁକ୍ମିଣୀ ହରଣ ଏକାଦଶୀ ମଧ୍ୟ କୁହାଯାଏ। ମହାପ୍ରଭୁଙ୍କ ବାହାଘର ପାଇଁ ଶ୍ରୀମନ୍ଦିରକୁ ଫୁଲରେ ସଜା ଯାଇଥିବାବେଳେ ସିଂହଦ୍ୱାରରେ ବାଜୁଥିଲା ଶୁଭ ଶଙ୍ଖ, ମହୁରି ଓ ତେଲିଙ୍ଗି ବାଜା।
ସକାଳ ଧୂପ ପୂଜା ବସିଥବା ସମୟରେ ଦକ୍ଷିଣୀ ଘରେ ମଦନମୋହନ (ଶ୍ରୀକୃଷ୍ଣ)ଙ୍କ ବେଶ ହୋଇଥିଲା। ପରେ ମଦନମୋହନ ରତ୍ନସିଂହାସନକୁ ବିଜେ ହୋଇଥିଲେ। ଭୋଗମଣ୍ଡପ ସରିବା ପରେ ମଦନମୋହନ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ଜୟ ବିଜୟ ଦ୍ୱାରକୁ ବିଜେ କରିଥିଲେ। ସକାଳ ଧୂପ ପୂଜା ବଢିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଶ୍ରୀଦେବୀ (ରୁକ୍ମିଣୀ)ଙ୍କୁ ପ୍ରଦାନ କରିଥିଲେ। ମହାଜନ ସେବକ ରୁକ୍ମିଣୀଙ୍କୁ ସାତପାହାଚଠାରେ ଥିବା ପାଲିଙ୍କିରେ ବିଜେ କରାଇଥିଲେ। ବିମାନବଡୁମାନେ ପାଲିଙ୍କିକୁ ମହାଲକ୍ଷ୍ମୀ ମନ୍ଦିରକୁ ନେଇଥିଲେ। ମହାଲକ୍ଷ୍ମୀ ମନ୍ଦିର ଜଗମୋହନରେ ପଡିଥିବା ଖଟରେ ରୁକ୍ମିଣୀ ବିଜେ ହୋଇଥିଲେ। ସେଠାରେ ରୁକ୍ମିଣୀଙ୍କ ପଞ୍ଚାମୃତ ମହାସ୍ନାନ, ମାଜଣା, ବନକଲାଗି ଏବଂ ଅଳଙ୍କାର ଲାଗି ହୋଇ ବେଶ ହୋଇଥିଲା। ଏହି ସମୟରେ ତଢାଉକରଣ ରୁକ୍ମିଣୀଙ୍କ ବିଶ୍ୱସ୍ତ ରୂପେ ତାଳପତ୍ର ଓ ଲେଖନୀ ନେଇ ଉପସ୍ଥିତ ଥିଲେ। ଭିତରଚ୍ଛ ମହାପାତ୍ର ଉକ୍ତ ତାଳପତ୍ର ଓ ଲେଖନୀ ନେଇ ରୁକ୍ମିଣୀଙ୍କ ଶ୍ରୀହସ୍ତ ଛୁଅାଁ କରି ତଢାଉକରଣଙ୍କୁ ଦେଇଥିଲେ। ତଢାଉକରଣ ରୁକ୍ମିଣୀଙ୍କ ମନୋଭାବକୁ ନେଇ ମହାପ୍ରଭୁଙ୍କ ନିକଟକୁ ଚିଟାଉ ଲେଖିଥିଲେ। ଲେଖା ସରିବା ପରେ ଭିତରଚ୍ଛ ମହାପାତ୍ର ଉକ୍ତ ଚିଟାଉ ନେଇ ରୁକ୍ମିଣୀଙ୍କ ଶ୍ରୀହସ୍ତ ମୁଦ କରାଇଥିଲେ। ପରେ ବିପ୍ର ବ୍ରାହ୍ମଣ ରୂପରେ ଜଣେ ସେବକ ଚିଟାଉ ନେଇ ଜୟ ବିଜୟ ଦ୍ୱାରଠାରେ ଥିବା ମହାପ୍ରଭୁଙ୍କ ନିକଟକୁ ଯାଇଥିଲେ। ସେଠାରେ ପୁରାଣ ପଣ୍ଡା, ପୂଜାପଣ୍ଡା ଓ ପାଳିଆ ଖୁଣ୍ଟିଆ ଥାଇ ବଚନିକା ହୋଇଥିଲା। ଏହାପରେ ମଦନମୋହନ ସାତପାହାଚଠାରେ ଥିବା ରଥରେ ବିଜେ କରି ବିମଳା ମନ୍ଦିର ନିକଟକୁ ଯାଇ ରୁକ୍ମିଣୀଙ୍କୁ ଅପେକ୍ଷା କରିଥିଲେ। ମହାଲକ୍ଷ୍ମୀ ମନ୍ଦିରରୁ ରୁକ୍ମିଣୀ ପାଲିଙ୍କିରେ ବିଜେ ହୋଇ ଦର୍ଶନ ପାଇଁ ବିମଳା ମନ୍ଦିରକୁ ଆସିଥିଲେ। ଦର୍ଶନ ସାରି ବାହାରକୁ ଆସିବା ସମୟରେ ମହାପ୍ରଭୁ ମନ୍ଦିର ଦ୍ୱାର ନିକଟରୁ ହରଣ କରି ରଥରେ ବସାଇ ନେଇଥିଲେ। ସରସ୍ୱତୀଙ୍କ ଦେଉଳ ସମ୍ମୁଖରେ ଶିଶୁପାଳ ପ୍ରତିରୋଧ କରିଥିଲେ। ଉଭୟଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ମହାପ୍ରଭୁ ଶିଶୁପାଳଙ୍କୁ ପରାସ୍ତ କରି ରଥରେ ବାନ୍ଧି ଦେଇଥିଲେ। ଦକ୍ଷିଣୀଘରୁ ବଳଦେବ ବିମାନରେ ବିଜେ ହୋଇ ଆସି ଶିଶୁପାଳଙ୍କୁ ବନ୍ଧନମୁକ୍ତ କରିଥିଲେ। ପରେ ବଳଦେବ ଦକ୍ଷିଣୀ ଘରକୁ ଏବଂ ମଦନମୋହନ ଓ ରୁକ୍ମିଣୀ ବିବାହ ମଣ୍ଡପକୁ ବିଜେ କରିଥିଲେ। ସନ୍ଧ୍ୟାଧୂପ ପୂଜା ବସିବା ସମୟରେ ବିବାହ ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଚନ୍ଦନ ଲାଗି ହୋଇଥିଲା।