ସାପକୁ ବେକରେ ପକାଇ ବାହାଦୁରି ଦେଖାଉଥିଲେ ଯୁବକ, ଚୋଟ ଖାଇ ମେଡିକାଲରେ ଭର୍ତ୍ତି ହେଲେ

Madhusudan Das Picture
Published On

ଭଦ୍ରକ: ସାପ କାମୁଡ଼ାରେ ଯୁବକ ଗୁରୁତର । ବେକରେ ସାପକୁ ପକାଇ ବାହାଦୁରି ଦେଖାଇବା ପଡିଲା ମହଙ୍ଗା । କାମୁଡ଼ିଦେଲା ସାପ, ଗୁରୁତର ହୋଇ ଭଦ୍ରକ ହସ୍ପିଟାଲରେ ଭର୍ତ୍ତି ହେଲେ ଯୁବକ । ଏପରି ଘଟଣା ଘଟିଛି ଭଦ୍ରକ ବନ୍ତ ଅଞ୍ଚଳରେ । ସୁବଳ ସାହୁ ନାମକ ଜଣେ ଯୁବକ ଜଙ୍ଗଲୀ ରଣା ସାପକୁ ଧରି ବେକରେ ପକାଇ ରାସ୍ତାରେ ଖେଳ ଦେଖାଉଥିଲେ । ଯିଏ ଯେତେ କହିଲେ ବି ଶୁଣିବାକୁ ପ୍ରସ୍ତୁତ ନଥିଲେ । ହଠାତ ସାପଟି ସୁବଳଙ୍କୁ କାମୁଡି ଦେଇଥିଲା, ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ସେହି ଗାଁର ଜଣକ ବାଡିରେ ସାପଟି ଦେଖାଯାଇଥିବା ବେଳେ ବାବୁ ନିଜେ ବାହାଦୁରି ଦେଖାଇ ତାକୁ ଧରିଥିଲେ । ସାପଟି ଏକ ବିରଳ ରଙ୍ଗୀନ ରଣା ସାପ ଥିଲା ବୋଲି ସେଠାକୁ ଯାଇଥିବା ସ୍ନେକ୍ ହେଲ୍ପ ଲାଇନର ଷ୍ଟେଟ କୋଅର୍ଡିନେଟର ପ୍ରମୋଦ କୁମାର ସାହୁ ଏବଂ ସଦସ୍ୟ ଜାହାଙ୍ଗୀର ଖାନ୍ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ୬ ମାସ ପରେ ମଞ୍ଚକୁ ଫେରିଲେ ଯାତ୍ରା କଳାକାର ପୀୟୂଷ ତ୍ରିପାଠୀ, ଦର୍ଶକ ଉତ୍ସାହିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp