ସୀମାନ୍ତରେ ମାଓବାଦୀ ଖଞ୍ଜିଥିବା ଆଇଡି ବୋମା ବିସ୍ଫୋରଣ, ନାବାଳକ ସମେତ ୩ ଗୁରୁତର
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତରେ ମାଓବାଦୀଙ୍କ ଦ୍ଵାରା ଖଞ୍ଜା ଯାଇଥିବା ଆଇଡି ବୋମା ବିସ୍ଫୋରଣ ଯୋଗୁଁ ୩ ଜଣ ଗ୍ରାମବାସୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ତେବେ ଆହତଙ୍କ ମଧ୍ୟରେ ଜଣେ ନାବାଳକ ରହିଥିବା ବେଳେ ସମସ୍ତଙ୍କ ଚିକିତ୍ସା ଜାରି ରହିଛି। ସୂଚନା ଅନୁଯାୟୀ ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ମଦେଡ ଥାନା ଅନ୍ତର୍ଗତ ବନ୍ଦେପାରା ଅଂଚଳରେ ମାଓବାଦୀ ମାନେ ଯବାନଙ୍କୁ ଟାର୍ଗେଟ କରି ଆଇଡି ବୋମା ଖଞ୍ଜିଥିଲେ। ତେବେ ସେହି ଅଞ୍ଚଳରେ ଏରାଗୁପା […]
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତରେ ମାଓବାଦୀଙ୍କ ଦ୍ଵାରା ଖଞ୍ଜା ଯାଇଥିବା ଆଇଡି ବୋମା ବିସ୍ଫୋରଣ ଯୋଗୁଁ ୩ ଜଣ ଗ୍ରାମବାସୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ତେବେ ଆହତଙ୍କ ମଧ୍ୟରେ ଜଣେ ନାବାଳକ ରହିଥିବା ବେଳେ ସମସ୍ତଙ୍କ ଚିକିତ୍ସା ଜାରି ରହିଛି।
ସୂଚନା ଅନୁଯାୟୀ ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ମଦେଡ ଥାନା ଅନ୍ତର୍ଗତ ବନ୍ଦେପାରା ଅଂଚଳରେ ମାଓବାଦୀ ମାନେ ଯବାନଙ୍କୁ ଟାର୍ଗେଟ କରି ଆଇଡି ବୋମା ଖଞ୍ଜିଥିଲେ। ତେବେ ସେହି ଅଞ୍ଚଳରେ ଏରାଗୁପା ଅଞ୍ଚଳର କିଛି ଗ୍ରାମବାସୀ ଯାଉଥିବା ବେଳେ ଖଞ୍ଜାଯାଇଥିବା ବୋମାଟି ବିସ୍ଫୋରଣ ଘଟିଥିଲା। ଫଳରେ ଏରାଗୁଫା ଗ୍ରାମର ଗୋଟେ ଜଗା(୪୫), ବଡ୍ଡେ ସୁନୀଲ(୨୦) ଏବଂ ନାବାଳକ ବିବେକ ଢୋଢି(୧୭)। ବୋମା ବିସ୍ଫୋରଣର ଶଦ୍ଦ ଶୁଣି ସ୍ଥାନୀୟ ଲୋକେ ଜଙ୍ଗଲ ମଧ୍ୟରେ ପହଞ୍ଚି ଆହତ ହୋଇଥିବା ତିନି ଜଣଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ଆହତଙ୍କୁ ବିଜାପୁର ମେଡିକାଲକୁ ନେଇ ଚିକିତ୍ସା କରାଯାଉଥିବା ଜଣାପଡିଛି। ଅପର ପକ୍ଷରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ସହ ତଲାସି ଅଭିଯାନ ଜାରି ରଖିଛି।






