ମାନବିକତା ଦେଖାଇଲା ଚୋର : ଲାପଟପ, ମୋବାଇଲ୍‍ ରଖି ଫେରାଇ ଦେଲା ଛାତ୍ରଙ୍କ ସାର୍ଟିଫିକେଟ୍‍

The Sakala Picture
Published On

ଭୁବନେଶ୍ୱର : ରାଜଧାନୀରେ ଅନେକ ସମୟରେ ଲୁଟ ସାମଗ୍ରୀ ଫେରି ପାଇବା ଅସମ୍ଭବ ହୋଇ ପଡ଼ିଥାଏ। କିନ୍ତୁ ଏବେ ରାଜଧାନୀର ଜଣେ ଚୋରର କାରନାମାକୁ ନେଇ ସବୁଠୁ ଚର୍ଚ୍ଚା। ସେ ଚୋର ହେଲେ ମଧ୍ୟ ଦେଖାଇଛି ନିଜର ମାନବିକତା। ଚୋରି କରିଥିବା ବ୍ୟାଗ୍‌ରେ  ଛାତ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ସାର୍ଟିଫିକେଟ୍‍ ରହିଥିଲା। ଚୋର ଏହା ଦେଖିବା ପରେ ବ୍ୟାଗ୍‌ରେ ଥିବା ଲାପଟପ, ମୋବାଇଲ୍‍ ସବୁ ନିଜେ ରଖିବା ସହ ସେଥିରେ ଥିବା ସାର୍ଟିଫିକେଟକୁ ଫେରାଇଛି। ଚୋରି ହୋଇଥିବା ସାର୍ଟିଫିକେଟ ଛାତ୍ରମାନେ ପାଇ […]

ଭୁବନେଶ୍ୱର : ରାଜଧାନୀରେ ଅନେକ ସମୟରେ ଲୁଟ ସାମଗ୍ରୀ ଫେରି ପାଇବା ଅସମ୍ଭବ ହୋଇ ପଡ଼ିଥାଏ। କିନ୍ତୁ ଏବେ ରାଜଧାନୀର ଜଣେ ଚୋରର କାରନାମାକୁ ନେଇ ସବୁଠୁ ଚର୍ଚ୍ଚା। ସେ ଚୋର ହେଲେ ମଧ୍ୟ ଦେଖାଇଛି ନିଜର ମାନବିକତା। ଚୋରି କରିଥିବା ବ୍ୟାଗ୍‌ରେ  ଛାତ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ସାର୍ଟିଫିକେଟ୍‍ ରହିଥିଲା। ଚୋର ଏହା ଦେଖିବା ପରେ ବ୍ୟାଗ୍‌ରେ ଥିବା ଲାପଟପ, ମୋବାଇଲ୍‍ ସବୁ ନିଜେ ରଖିବା ସହ ସେଥିରେ ଥିବା ସାର୍ଟିଫିକେଟକୁ ଫେରାଇଛି। ଚୋରି ହୋଇଥିବା ସାର୍ଟିଫିକେଟ ଛାତ୍ରମାନେ ପାଇ ଖୁସୀ ବ୍ୟକ୍ତି କରିଛନ୍ତି। ଏପରିକି ସେମାନେ ଚୋରକୁ ଏକ ପ୍ରକାର ସାଧୁବାଦ ଜଣାଇଛନ୍ତି। କାରଣ ସାର୍ଟିଫିକେଟ ନ ପାଇଥିଲେ ତାଙ୍କ କ୍ୟାରିଅର ବରବାଦ ହୋଇପଡ଼ିଥାନ୍ତା। ଏଭଳି ଏକ ରୋଚକ ଘଟଣା ନୟାପଲ୍ଲୀ ଥାନା ଗଡ଼ସାହିରେ ଦେଖିବାକୁ ମିଳିଛି। ଏନେଇ ଥାନାରେ ଏକ ଅଭିଯୋଗ ହୋଇଥିବାରୁ ପୁଲିସ ଚୋରକୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି। ପୁଲିସ ଉକ୍ତ ହଷ୍ଟେଲ ଆଗରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଚୋରକୁ ଚିହ୍ନଟ କରିବା ପାଇଁ ଲାଗି ପଡ଼ିଛି। ଏଭଳି ଜଣେ ଚୋରର କାରନାମା ବିଷୟରେ ଥାନାର ଏକାଧିକ ଅଫିସରଙ୍କ ମଧ୍ୟ ଚର୍ଚ୍ଚା ଜୋର ହେଉଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଭଦ୍ରକ କାଡ଼ା ଡିଭିଜନ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ

ମିଳିଥିବା ସୂଚନା ଅନୁସାରେ, ନୂଆପଲ୍ଲୀ ଗଡ଼ସାହିରେ ଛାତ୍ର ସ୍କୃତିରଞ୍ଜନ ବାରିକ, ଶକ୍ତିକାନ୍ତ ରାଉଳ ଏବଂ ଜ୍ୟୋତିପ୍ରକାଶ ମେହେରା ଘରଭଡ଼ା ନେଇ ରହୁଛନ୍ତି। ସମସ୍ତେ ଚାକିରି ନିମନ୍ତେ ସେଠାରେ ରହି କମ୍ପିଟେଟିଭ୍‍ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ। ଦୁଇ ଦିନ ତଳେ ଛାତ୍ରମାନେ ରୁମ୍‍ରେ ଶୋଇଥିବା ବେଳେ ଜଣେ ଚୋର ତାଙ୍କ ରୁମ୍‍ରେ ପଶିଥିଲେ। ଘରର କବାଟ ଖୋଲା ଥିବାରୁ ଚୋର ସହଜରେ ରୁମ୍‍ରୁ ସମସ୍ତଙ୍କର ବ୍ୟାଗ୍‍ ଚୋରି କରି ନେଇଯାଇଥିଲା। ଚୋର ବ୍ୟାଗ୍‍ ଚୋରି ନେବା ପରେ ବାଟରେ ସେ ଉକ୍ତ ବ୍ୟାଗ୍‍ ଗୁଡ଼ିକୁ ଯାଞ୍ଚ କରିବା ପରେ ସେଥିରେ ଲାପ୍‍ଟପ, ମୋବାଇଲ ଏବଂ ଟଙ୍କା ରହିଥିଲା। ଏହାସହ ୩ଛାତ୍ରଙ୍କର ଗୁରୁତ୍ୱପୂର୍ଣ୍ଣ ଶିକ୍ଷାଗତ ପ୍ରମାଣପତ୍ର ରହିଥିଲା। ଚୋର ଲାପ୍‍ଟପ, ମୋବାଇଲ୍‍ ଏବଂ ଟଙ୍କା ନେବା ପରେ ସାର୍ଟିିଫିକେଟକୁ କ’ଣ କରିବ ବୋଲି ଭାବିଥିଲା। ଛାତ୍ରଙ୍କ ସାର୍ଟିଫିକେଟ ଦେଖି ତାର ମନରେ ମାନବିକତା ଜାଗ୍ରତ ହୋଇଥିଲା।

ଆହୁରି ପଢ଼ନ୍ତୁ: ନିର୍ବନ୍ଧ ପରଦିନ ପ୍ରେମିକାକୁ ହତ୍ୟା ଘଟଣା: ସୁପାରୀ କିଲର ଲାଲୁ ଯାଦବକୁ ବିହାରରୁ ଗିରଫ କଲା ଓଡିଶା ପୋଲିସ

ସେ ଭୁବନେଶ୍ୱରରୁ ବାଙ୍କି ଯାଉଥିବା ଏକ ବସ୍‍ର କଣ୍ଡକ୍ଟରକୁ ବ୍ୟାଗ୍‍ ଦେଇ ତୁରନ୍ତ ଫେରାର ହୋଇଯାଇଥିଲା। କଣ୍ଡକ୍ଟରକୁ ବ୍ୟାଗ୍‍ ଦେବା ପରେ କହିଥିଲା ଜଣେ ବ୍ୟକ୍ତି ତାଙ୍କ ନିକଟରେ ଛାଡ଼ି ପଳାଇଛନ୍ତି ତାଙ୍କୁ ଦେଇଦେବେ। ସେଥିରେ ଉକ୍ତ ପିଲାର ଫୋନ୍‍ ନମ୍ବର ରହିଥିବା କହିଥିଲେ। କଣ୍ଡକ୍ଟର କ’ଣ କରିବ ଭାବି ଶେଷରେ ବ୍ୟାଗ୍‍ ଖୋଲି ଖୋଜିବା ପରେ ସେଥିରେ ଏକ ଆଧାର କାର୍ଡ ଏବଂ ଫୋନ୍‍ ନମ୍ବର ପାଇଥିଲେ। କଣ୍ଡକ୍ଟର ଉକ୍ତ ଫୋନ୍‍ ନମ୍ବରରେ ଛାତ୍ରଙ୍କୁ ଫୋନ୍‍ କରିଥିଲେ। ସାର୍ଟିଫିକେଟ ବ୍ୟାଗ୍‍ ଚୋରି ହୋଇଯାଇଥିବାରୁ ଛାତ୍ରମାନେ ବ୍ୟସ୍ତ ବିବ୍ରତ ହୋଇପଡ଼ିଥିଲେ। କିନ୍ତୁ କଣ୍ଡକ୍ଟର ଜଣଙ୍କ ମୋବାଇଲରେ ଯୋଗାଯୋଗ କରି ବ୍ୟାଗ୍‍ ବିଷୟରେ ଜଣାଇବା ପରେ ସେମାନଙ୍କ ମନ ସାମାନ୍ୟ ହାଲକା ହୋଇଥିଲା। ବସ୍‍ଷ୍ଟାଣ୍ଡ୍‍ ଆସି ଛାତ୍ରମାନେ କଣ୍ଡକ୍ଟରଙ୍କୁ ସମସ୍ତ କଥା କହିବା ପରେ ସାର୍ଟିଫିକେଟ ବ୍ୟାଗ୍‍ ଫେରି ପାଇଥିଲେ। ଏହାପରେ ସେମାନେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଉକ୍ତ ବସ୍‍ର କଣ୍ଡକ୍ଟରକୁ ମଧ୍ୟ ପଚରାଉଚରା କରୁଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ସବୁ ଔଷଧ ଦୋକାନ ବନ୍ଦ: ଜରୁରୀ ଔଷଧ ଯୋଗାଣ ନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

09 Apr 2021 By The Sakala

ମାନବିକତା ଦେଖାଇଲା ଚୋର : ଲାପଟପ, ମୋବାଇଲ୍‍ ରଖି ଫେରାଇ ଦେଲା ଛାତ୍ରଙ୍କ ସାର୍ଟିଫିକେଟ୍‍

ଭୁବନେଶ୍ୱର : ରାଜଧାନୀରେ ଅନେକ ସମୟରେ ଲୁଟ ସାମଗ୍ରୀ ଫେରି ପାଇବା ଅସମ୍ଭବ ହୋଇ ପଡ଼ିଥାଏ। କିନ୍ତୁ ଏବେ ରାଜଧାନୀର ଜଣେ ଚୋରର କାରନାମାକୁ ନେଇ ସବୁଠୁ ଚର୍ଚ୍ଚା। ସେ ଚୋର ହେଲେ ମଧ୍ୟ ଦେଖାଇଛି ନିଜର ମାନବିକତା। ଚୋରି କରିଥିବା ବ୍ୟାଗ୍‌ରେ  ଛାତ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ସାର୍ଟିଫିକେଟ୍‍ ରହିଥିଲା। ଚୋର ଏହା ଦେଖିବା ପରେ ବ୍ୟାଗ୍‌ରେ ଥିବା ଲାପଟପ, ମୋବାଇଲ୍‍ ସବୁ ନିଜେ ରଖିବା ସହ ସେଥିରେ ଥିବା ସାର୍ଟିଫିକେଟକୁ ଫେରାଇଛି। ଚୋରି ହୋଇଥିବା ସାର୍ଟିଫିକେଟ ଛାତ୍ରମାନେ ପାଇ ଖୁସୀ ବ୍ୟକ୍ତି କରିଛନ୍ତି। ଏପରିକି ସେମାନେ ଚୋରକୁ ଏକ ପ୍ରକାର ସାଧୁବାଦ ଜଣାଇଛନ୍ତି। କାରଣ ସାର୍ଟିଫିକେଟ ନ ପାଇଥିଲେ ତାଙ୍କ କ୍ୟାରିଅର ବରବାଦ ହୋଇପଡ଼ିଥାନ୍ତା। ଏଭଳି ଏକ ରୋଚକ ଘଟଣା ନୟାପଲ୍ଲୀ ଥାନା ଗଡ଼ସାହିରେ ଦେଖିବାକୁ ମିଳିଛି। ଏନେଇ ଥାନାରେ ଏକ ଅଭିଯୋଗ ହୋଇଥିବାରୁ ପୁଲିସ ଚୋରକୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି। ପୁଲିସ ଉକ୍ତ ହଷ୍ଟେଲ ଆଗରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଚୋରକୁ ଚିହ୍ନଟ କରିବା ପାଇଁ ଲାଗି ପଡ଼ିଛି। ଏଭଳି ଜଣେ ଚୋରର କାରନାମା ବିଷୟରେ ଥାନାର ଏକାଧିକ ଅଫିସରଙ୍କ ମଧ୍ୟ ଚର୍ଚ୍ଚା ଜୋର ହେଉଛି।

ମିଳିଥିବା ସୂଚନା ଅନୁସାରେ, ନୂଆପଲ୍ଲୀ ଗଡ଼ସାହିରେ ଛାତ୍ର ସ୍କୃତିରଞ୍ଜନ ବାରିକ, ଶକ୍ତିକାନ୍ତ ରାଉଳ ଏବଂ ଜ୍ୟୋତିପ୍ରକାଶ ମେହେରା ଘରଭଡ଼ା ନେଇ ରହୁଛନ୍ତି। ସମସ୍ତେ ଚାକିରି ନିମନ୍ତେ ସେଠାରେ ରହି କମ୍ପିଟେଟିଭ୍‍ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ। ଦୁଇ ଦିନ ତଳେ ଛାତ୍ରମାନେ ରୁମ୍‍ରେ ଶୋଇଥିବା ବେଳେ ଜଣେ ଚୋର ତାଙ୍କ ରୁମ୍‍ରେ ପଶିଥିଲେ। ଘରର କବାଟ ଖୋଲା ଥିବାରୁ ଚୋର ସହଜରେ ରୁମ୍‍ରୁ ସମସ୍ତଙ୍କର ବ୍ୟାଗ୍‍ ଚୋରି କରି ନେଇଯାଇଥିଲା। ଚୋର ବ୍ୟାଗ୍‍ ଚୋରି ନେବା ପରେ ବାଟରେ ସେ ଉକ୍ତ ବ୍ୟାଗ୍‍ ଗୁଡ଼ିକୁ ଯାଞ୍ଚ କରିବା ପରେ ସେଥିରେ ଲାପ୍‍ଟପ, ମୋବାଇଲ ଏବଂ ଟଙ୍କା ରହିଥିଲା। ଏହାସହ ୩ଛାତ୍ରଙ୍କର ଗୁରୁତ୍ୱପୂର୍ଣ୍ଣ ଶିକ୍ଷାଗତ ପ୍ରମାଣପତ୍ର ରହିଥିଲା। ଚୋର ଲାପ୍‍ଟପ, ମୋବାଇଲ୍‍ ଏବଂ ଟଙ୍କା ନେବା ପରେ ସାର୍ଟିିଫିକେଟକୁ କ’ଣ କରିବ ବୋଲି ଭାବିଥିଲା। ଛାତ୍ରଙ୍କ ସାର୍ଟିଫିକେଟ ଦେଖି ତାର ମନରେ ମାନବିକତା ଜାଗ୍ରତ ହୋଇଥିଲା।

ସେ ଭୁବନେଶ୍ୱରରୁ ବାଙ୍କି ଯାଉଥିବା ଏକ ବସ୍‍ର କଣ୍ଡକ୍ଟରକୁ ବ୍ୟାଗ୍‍ ଦେଇ ତୁରନ୍ତ ଫେରାର ହୋଇଯାଇଥିଲା। କଣ୍ଡକ୍ଟରକୁ ବ୍ୟାଗ୍‍ ଦେବା ପରେ କହିଥିଲା ଜଣେ ବ୍ୟକ୍ତି ତାଙ୍କ ନିକଟରେ ଛାଡ଼ି ପଳାଇଛନ୍ତି ତାଙ୍କୁ ଦେଇଦେବେ। ସେଥିରେ ଉକ୍ତ ପିଲାର ଫୋନ୍‍ ନମ୍ବର ରହିଥିବା କହିଥିଲେ। କଣ୍ଡକ୍ଟର କ’ଣ କରିବ ଭାବି ଶେଷରେ ବ୍ୟାଗ୍‍ ଖୋଲି ଖୋଜିବା ପରେ ସେଥିରେ ଏକ ଆଧାର କାର୍ଡ ଏବଂ ଫୋନ୍‍ ନମ୍ବର ପାଇଥିଲେ। କଣ୍ଡକ୍ଟର ଉକ୍ତ ଫୋନ୍‍ ନମ୍ବରରେ ଛାତ୍ରଙ୍କୁ ଫୋନ୍‍ କରିଥିଲେ। ସାର୍ଟିଫିକେଟ ବ୍ୟାଗ୍‍ ଚୋରି ହୋଇଯାଇଥିବାରୁ ଛାତ୍ରମାନେ ବ୍ୟସ୍ତ ବିବ୍ରତ ହୋଇପଡ଼ିଥିଲେ। କିନ୍ତୁ କଣ୍ଡକ୍ଟର ଜଣଙ୍କ ମୋବାଇଲରେ ଯୋଗାଯୋଗ କରି ବ୍ୟାଗ୍‍ ବିଷୟରେ ଜଣାଇବା ପରେ ସେମାନଙ୍କ ମନ ସାମାନ୍ୟ ହାଲକା ହୋଇଥିଲା। ବସ୍‍ଷ୍ଟାଣ୍ଡ୍‍ ଆସି ଛାତ୍ରମାନେ କଣ୍ଡକ୍ଟରଙ୍କୁ ସମସ୍ତ କଥା କହିବା ପରେ ସାର୍ଟିଫିକେଟ ବ୍ୟାଗ୍‍ ଫେରି ପାଇଥିଲେ। ଏହାପରେ ସେମାନେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଉକ୍ତ ବସ୍‍ର କଣ୍ଡକ୍ଟରକୁ ମଧ୍ୟ ପଚରାଉଚରା କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର