ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ରାୟ ସଂରକ୍ଷିତ ରଖିବାର ୩ ମାସ ଭିତରେ ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇବେ ହାଇକୋର୍ଟ

Madhusudan Das Picture
Published On

ନୂଆଦିଲ୍ଲୀ: ଦେଶର ବିଭିନ୍ନ ନ୍ୟାୟାଳୟରେ ନ୍ୟାୟିକ ପ୍ରକ୍ରିୟା ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ଶୁକ୍ରବାର ଦିନ ଦେଶର ସମସ୍ତ ହାଇକୋର୍ଟଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ଯେ ରାୟ ସଂରକ୍ଷିତ ରଖିବାର ୩ ମାସ ମଧ୍ୟରେ ଚୂଡ଼ାନ୍ତ ରାୟ ଶୁଣାଇବା ବାଧ୍ୟତାମୂଳକ। ବିଚାର ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ମାମଲାକାରୀମାନଙ୍କର ଅପୂରଣୀୟ କ୍ଷତି ଘଟୁଛି ବୋଲି ଅଦାଲତ ଦର୍ଶାଇଛନ୍ତି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗ୍‌ଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବ୍ୟକ୍ତିଗତ ସ୍ୱାଧୀନତା ସହ ଜଡିତ ମାମଲାଗୁଡ଼ିକରେ ତ୍ୱରିତ ନିଷ୍ପତ୍ତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିଶେଷକରି ଜାମିନ ଆବେଦନଗୁଡ଼ିକୁ ଯଥାସମ୍ଭବ ସେହି ଦିନ ହିଁ ବିଚାର କରାଯିବା ଉଚିତ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି। ଯଦି କୌଣସି କାରଣରୁ ରାୟ ସଂରକ୍ଷିତ ରଖାଯାଏ, ତେବେ ତାହା ପରଦିନ ସୁଦ୍ଧା ଶୁଣାଇବା ସହ ୱେବସାଇଟରେ ଅପଲୋଡ୍ କରାଯିବା ଆବଶ୍ୟକ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ସର୍ବୋଚ୍ଚ ନ୍ୟାୟାଳୟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଜାମିନ ପ୍ରଦାନ କିମ୍ବା ଦଣ୍ଡବିଧାନ ସ୍ଥଗିତ ରଖିବା ଆଦେଶ ତୁରନ୍ତ ଜେଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ଉଚିତ। ଏହି ଆଦେଶ ପାଇବା ପରେ ବିଚାରାଧୀନ ବନ୍ଦୀ କିମ୍ବା ଦୋଷୀଙ୍କୁ ଯଥାସମ୍ଭବ ସେହି ଦିନ କିମ୍ବା ସର୍ବଶେଷରେ ପରଦିନ ଜେଲରୁ ମୁକ୍ତ କରାଯିବା ଉଚିତ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ସମ୍ବିଧାନର ଧାରା ୧୪୨ ଅଧୀନରେ ଥିବା ସ୍ୱତନ୍ତ୍ର କ୍ଷମତାର ପ୍ରୟୋଗ କରି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯଦି କେବଳ ରାୟର କାର୍ଯ୍ୟକାରୀ ଅଂଶ (operative portion) ଘୋଷଣା କରାଯାଏ, ତେବେ ସମ୍ପୂର୍ଣ୍ଣ କାରଣ ସହିତ ଥିବା ରାୟକୁ ୧୫ ଦିନ ମଧ୍ୟରେ ଅପଲୋଡ୍ କରାଯିବା ବାଧ୍ୟତାମୂଳକ। ଯଦି ରାୟ ସଂରକ୍ଷିତ ରଖିବାର ୪ ମାସ ମଧ୍ୟରେ ରାୟ ପ୍ରକାଶ ନପାଏ, ତେବେ ସମ୍ପୃକ୍ତ ପକ୍ଷ ଏହି ମାମଲାକୁ ଅନ୍ୟ ଏକ ଖଣ୍ଡପୀଠଙ୍କୁ ହସ୍ତାନ୍ତର କରିବା ପାଇଁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିକଟରେ ଆବେଦନ କରିପାରିବେ। ଏହାସହ ଖୋଲା ଅଦାଲତରେ ରାୟ ଶୁଣାଣି ହେଲେ, ୨୪ ଘଣ୍ଟା ମଧ୍ୟରେ ଏହା ୱେବସାଇଟରେ ଉପଲବ୍ଧ ହେବା ଜରୁରୀ। ତେବେ ଏହି ନିର୍ଦ୍ଦେଶାବଳୀ କୌଣସି ନିର୍ଦ୍ଦିଷ୍ଟ ବିଚାରପତି କିମ୍ବା ହାଇକୋର୍ଟଙ୍କ ଉଦ୍ଦେଶ୍ୟରେ ଦିଆଯାଇନାହିଁ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର