ରେବ ନଦୀ କୂଳରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Madhusudan Das Picture
Published On

ଭଦ୍ରକ: ରେବ ନଦୀ କୂଳରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର । ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନସ୍ଥ ବୋଡ଼କ ପଞ୍ଚାୟତର ଗୁମୁଣ୍ଡିଆ ଠାରେ ରେବ ନଦୀ କୂଳରେ ମହିଳାଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଖବର ପାଇ ତିହିଡି ଥାନା ଅଧିକାରୀ ଲୋପମୁଦ୍ର ନାୟକଙ୍କ ନେତୃତ୍ୱ ଏକ ପୋଲିସ ଟିମ ଜାଇ ସେଠାରେ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ ସହିତ ସ୍ଥାନୀୟ ଲୋକଙ୍କୁ ଏ ସମ୍ପର୍କ ରେ ପଚରାଉଚୁରା କରୁଛନ୍ତି । ମହିଳାଙ୍କ ପରିଚୟ ମିଳିନାହିଁ । ତେବେ ମହିଳାଙ୍କୁ କେହି ହତ୍ୟା କରି ଏଠାରେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି । ରାସ୍ତାରେ ରକ୍ତ ପଡିବା ସହିତ ମହିଳାଙ୍କ ମୁଣ୍ଡରେ ଆଘାତ ରହିଛି । ମୃତା ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳର ହୋଇ ନ ଥିବା ବେଳେ ତାଙ୍କୁ କିଏ କାହିଁକି ହତ୍ୟା କରି ନଦୀ କୂଳରେ ଫିଙ୍ଗି ଦେଇଛି ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ଅଧିକ ତଦନ୍ତ କରୁଛି ।

ଆହୁରି ପଢ଼ନ୍ତୁ: ଶୃଙ୍ଖଳିତ ରଥଯାତ୍ରା ପାଇଁ ରାଜ୍ୟ ଅତିଥି ଭବନରେ ଉଚ୍ଚସ୍ତରୀୟ ବୈଠକ, ଆଇନ ମନ୍ତ୍ରୀଙ୍କ ସମୀକ୍ଷା

29 May 2026 By Madhusudan Das

ରେବ ନଦୀ କୂଳରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭଦ୍ରକ: ରେବ ନଦୀ କୂଳରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର । ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନସ୍ଥ ବୋଡ଼କ ପଞ୍ଚାୟତର ଗୁମୁଣ୍ଡିଆ ଠାରେ ରେବ ନଦୀ କୂଳରେ ମହିଳାଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଖବର ପାଇ ତିହିଡି ଥାନା ଅଧିକାରୀ ଲୋପମୁଦ୍ର ନାୟକଙ୍କ ନେତୃତ୍ୱ ଏକ ପୋଲିସ ଟିମ ଜାଇ ସେଠାରେ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ ସହିତ ସ୍ଥାନୀୟ ଲୋକଙ୍କୁ ଏ ସମ୍ପର୍କ ରେ ପଚରାଉଚୁରା କରୁଛନ୍ତି । ମହିଳାଙ୍କ ପରିଚୟ ମିଳିନାହିଁ । ତେବେ ମହିଳାଙ୍କୁ କେହି ହତ୍ୟା କରି ଏଠାରେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି । ରାସ୍ତାରେ ରକ୍ତ ପଡିବା ସହିତ ମହିଳାଙ୍କ ମୁଣ୍ଡରେ ଆଘାତ ରହିଛି । ମୃତା ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳର ହୋଇ ନ ଥିବା ବେଳେ ତାଙ୍କୁ କିଏ କାହିଁକି ହତ୍ୟା କରି ନଦୀ କୂଳରେ ଫିଙ୍ଗି ଦେଇଛି ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ଅଧିକ ତଦନ୍ତ କରୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର