ବଙ୍ଗୋପସାଗରରେ ଦାନା ବାନ୍ଧିଛି ଆଉ ଏକ ଲଘୁଚାପ : ୩୧ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ଆଗାମୀକାଲି ଉତ୍ତରପଶ୍ଚିମ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଏହି ବର୍ଷା ଦ୍ୱାରା ଶୁଖିଲା ପଡ଼ିଥିବା ଚାଷ ଜମିରେ ଚାଷ କାର୍ଯ୍ୟ ଆଗେଇବାର ସମ୍ଭାବନା ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଘୂର୍ଣ୍ଣିବଳୟ ସମ୍ପର୍କରେ ସୂଚନା ଦିଆଯାଇଥିବା ବେଳେ ବର୍ଷାର ତୀବ୍ରତା ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଅନ୍ୟପଟେ ବିଭିନ୍ନ କାରଣ ପାଇଁ ସାରା […]
ଭୁବନେଶ୍ୱର : ଆଗାମୀକାଲି ଉତ୍ତରପଶ୍ଚିମ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଏହି ବର୍ଷା ଦ୍ୱାରା ଶୁଖିଲା ପଡ଼ିଥିବା ଚାଷ ଜମିରେ ଚାଷ କାର୍ଯ୍ୟ ଆଗେଇବାର ସମ୍ଭାବନା ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଘୂର୍ଣ୍ଣିବଳୟ ସମ୍ପର୍କରେ ସୂଚନା ଦିଆଯାଇଥିବା ବେଳେ ବର୍ଷାର ତୀବ୍ରତା ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଅନ୍ୟପଟେ ବିଭିନ୍ନ କାରଣ ପାଇଁ ସାରା ରାଜ୍ୟରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ତାଙ୍କ କହିବା ଅନୁଯାୟୀ ମୌସୁମୀ ଟ୍ରଫର ପୂର୍ବଭାଗ ଦକ୍ଷିଣ ଆଡ଼କୁ ଆସି ସ୍ୱାଭାବିକ ସ୍ଥାନରେ ରହିବା ସହିତ ବଙ୍ଗୋପସାଗରରେ ପବନ ଉତ୍ତର/ଉତ୍ତରପୂର୍ବକୁ ଗତି କରୁଛି। ଫଳରେ ରାଜ୍ୟରେ ମୌସୁମୀ କିଛି ମାତ୍ରାରେ ସକ୍ରିୟ ହୋଇଛି।
ଆଜି ଉତ୍ତର ପଶ୍ଚିମ ତଥା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ଘୁର୍ନିବଳୟ ପ୍ରଭାବରେ ଆସନ୍ତା କାଲି, #୨୮ଅଗଷ୍ଟ ରେ #ଉତ୍ତର-ପଶ୍ଚିମ ତତ-ସଂଲଗ୍ନ #ପଶ୍ଚିମ-କେନ୍ଦ୍ରୀୟ #ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ #ଲଘୁଚାପକ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି |#Monsoon2021 pic.twitter.com/uQ8NR6Oyx0
ଆହୁରି ପଢ଼ନ୍ତୁ: ରାଜ୍ୟରେ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ: ଆଜି ନାମାଙ୍କନ ଦାଖଲ ପ୍ରକ୍ରିୟା, କମ୍ପୁଛି କଲେଜ କ୍ୟାମ୍ପସ୍— Meteorological Centre, Bhubaneswar (@mcbbsr) August 27, 2021
ଏହାସହିତ ଆସନ୍ତାକାଲି ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଯୋଗୁଁ ମୌସୁମୀ ପୁଣି ସକ୍ରିୟ ହେବେ। ଫଳରେ ରାଜ୍ୟରେ ବର୍ଷା ହେବ। ଆଜି ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀରେ କେତେକ ସ୍ଥାନରେ ଭାରୀ ବର୍ଷା (୬୦ ମିମିରୁ ଅଧିକ) ହେବାର ସମ୍ଭାବନା ଥିବା ବେଳେ ଅଗଷ୍ଟ ୩୦ରେ ପ୍ରାୟତଃ ଭାରି (୩୫-୬୦ମିମି) ବର୍ଷା ହୋଇପାରେ। ପୂର୍ବ ଆକଳନ ମୁତାବକ ଅଗଷ୍ଟ ୩୧ ସୁଦ୍ଧା ରାଜ୍ୟର ହାରାହାରି ବର୍ଷା ସମ୍ଭବତଃ ୯୦ ମିମି ବର୍ଷା ହେବ ବା କିଛି ସ୍ଥାନରେ ଅଧିକ ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ଏହାସହିତ ଦୀର୍ଘ ଅବଧି ପାଣିପାଗ ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ସେପ୍ଟେମ୍ବର ମାସରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ଅନ୍ୟପଟେ ଶୁକ୍ରବାର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣପାଗ କେନ୍ଦ୍ର ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି। କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଶୁକ୍ରବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼଼ା, କୋରାପୁଟ, ମଲାକାନଗିରି ଓ ଢେଙ୍କାନାଳ ଆଦିରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି କନ୍ଧମାଳ, ଗଞ୍ଜାମ, ପୁରୀ, ନୟାଗଡ଼଼, ଖୋର୍ଦ୍ଧା, ବୌଦ୍ଧ, ଅନୁଗୁଳ, ବଲାଙ୍ଗୀର ଓ କଟକର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।






