ନିର୍ବନ୍ଧ ପରେ ଭାବିପତିକୁ ଚୂନ; ଘରକୁ ଡାକି ମାଡ଼

The Sakala Picture
Published On

ଭାପୁର : ନିର୍ବନ୍ଧ ଧୁମ୍‍ଧାମରେ ହେଲାପରେ ଭାବି ପତିପତ୍ନୀଙ୍କ ମଧ୍ୟରେ ଭାବ ବଢ଼ିବାରେ ଲାଗିଲା। ଫୋନ୍‍ ପେ’ ମାଧ୍ୟମରେ ୩ ଲକ୍ଷ ଚୂନ ଲଗାଇ ଅନ୍ୟତ୍ର ବିବାହ କରାଯିବା ଓ ପରେ ଟଙ୍କା ଫେରସ୍ତ ଦେବାର ଲୋଭ ଦେଖାଇ ଘରକୁ ଡକାଇ ନିସ୍ତୁକ ମାଡ଼ ମାରିବା ନେଇ ଫତେଗଡ଼ ଥାନାରେ ଅଭିଯୋଗ ହୋଇଛି। ନୟାଗଡ଼ ଜିଲ୍ଲା ଫତେଗଡ଼଼ ଥାନା ଜଗନ୍ନାଥପ୍ରସାଦ ଫାଣ୍ଡି ମହୁଲପଡ଼ା ଗ୍ରାମରେ ଏଭଳି ଘଟଣା ଘଟିଛି। ଗ୍ରାମର ପ୍ରମୋଦ ପ୍ରଧାନଙ୍କ ଝିଅ ସ୍ୱର୍ଣ୍ଣଲତାଙ୍କ ସହ […]

ଭାପୁର : ନିର୍ବନ୍ଧ ଧୁମ୍‍ଧାମରେ ହେଲାପରେ ଭାବି ପତିପତ୍ନୀଙ୍କ ମଧ୍ୟରେ ଭାବ ବଢ଼ିବାରେ ଲାଗିଲା। ଫୋନ୍‍ ପେ’ ମାଧ୍ୟମରେ ୩ ଲକ୍ଷ ଚୂନ ଲଗାଇ ଅନ୍ୟତ୍ର ବିବାହ କରାଯିବା ଓ ପରେ ଟଙ୍କା ଫେରସ୍ତ ଦେବାର ଲୋଭ ଦେଖାଇ ଘରକୁ ଡକାଇ ନିସ୍ତୁକ ମାଡ଼ ମାରିବା ନେଇ ଫତେଗଡ଼ ଥାନାରେ ଅଭିଯୋଗ ହୋଇଛି। ନୟାଗଡ଼ ଜିଲ୍ଲା ଫତେଗଡ଼଼ ଥାନା ଜଗନ୍ନାଥପ୍ରସାଦ ଫାଣ୍ଡି ମହୁଲପଡ଼ା ଗ୍ରାମରେ ଏଭଳି ଘଟଣା ଘଟିଛି। ଗ୍ରାମର ପ୍ରମୋଦ ପ୍ରଧାନଙ୍କ ଝିଅ ସ୍ୱର୍ଣ୍ଣଲତାଙ୍କ ସହ ବୋଲଗଡ଼଼ ଥାନା ଡାବରଧୁଆପାଟଣା ଗ୍ରାମର ପ୍ରଭାକର ପରିଡ଼ାଙ୍କ ପୁଅ ଚିନ୍ମୟଙ୍କ ସହ ବିବାହ ସ୍ଥିର ହୋଇ ନିର୍ବନ୍ଧ ସରିଥିଲା। ଉଭୟେ ପୁଅ ଝିଅ ଫୋନ୍‍ ମାଧ୍ୟମରେ ସମ୍ପର୍କ ବଢ଼଼ାଇ ଚାଲିଥିଲେ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୧୩ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା: IMD

ଏହାର ସୁଯୋଗ ନେଇ ଫୋନ୍‍ ପେ’ ମାଧ୍ୟମରେ ସ୍ୱର୍ଣ୍ଣଲତା ଚିନ୍ମୟଙ୍କଠାରୁ ୩ ଲକ୍ଷ ଟଙ୍କା ଚୂନ ଲଗାଇ ଗତ ୧୨ ତାରିଖରେ ଅନ୍ୟତ୍ର ବିବାହ କରିଯାଇଛନ୍ତି। ଖବରପାଇ ବିବ୍ରତ ହୋଇପଡ଼ିଥିବା ବରପକ୍ଷଙ୍କୁ କନ୍ୟାର ମାଇଁ ଟଙ୍କା ଫେରସ୍ତ ଦେବାର କହି ଝିଅ ଘରକୁ ଡକାଇଥିଲେ। ପୁଅ ଚିନ୍ମୟ ଓ ତାଙ୍କ ଭିଣୋଇ ସୌମ୍ୟରଞ୍ଜନ ମହାନ୍ତି ଟଙ୍କା ପାଇବା ଆଶାରେ ଝିଅ ଘରେ ପହଞ୍ଚିଥିଲେ। ଟଙ୍କା ଫେରସ୍ତ ବଦଳରେ ନିସ୍ତୁକ ଛେଚା ଖାଇ ଫେରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏପରିକି ତାଙ୍କ କାର୍‍କୁ ଭଙ୍ଗାରୁଜା କରାଯାଇଛି। ଏନେଇ ପୁଅର ବାପା ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ରେଡ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର