ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ଉଦ୍ଜୀବିତ କରିରଖିଛି ଏକାମ୍ରକ୍ଷେତ୍ର ଭୁବନେଶ୍ୱର; ଆସନ୍ତୁ ଜାଣିବା ଶ୍ରୀଲିଙ୍ଗରାଜ ମନ୍ଦିର ବ୍ୟତୀତ ଏଠାରେ ଥିବା ଅନ୍ୟ ମନ୍ଦିର ବିଷୟରେ…

The Sakala Picture
Published On

ଭୁବନେଶ୍ୱର(ଲଭ୍‌ଲି, ଅନୁରାଧା): ଏକାମ୍ରକ୍ଷେତ୍ର ଭୁବନେଶ୍ୱର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ଉଦ୍ଜୀବିତ କରି ରଖିଛି। ଏହା ଏକ ପ୍ରମୁଖ ପ୍ରାଚୀନ ଶୈବ କ୍ଷେତ୍ର। ତୃତୀୟ ଶତାବ୍ଦୀ ବା ତା’ ଆଗରୁ ଏକାମ୍ର କ୍ଷେତ୍ର ମାଳମାଳ ମନ୍ଦିର ଲାଗି ଧର୍ମୀୟ ପ୍ରସିଦ୍ଧି ଲାଭ କରିଥିଲା। ସମୟସ୍ରୋତରେ ପ୍ରାକୃତିକ ବିପର୍ଯ୍ୟୟ ଓ ରକ୍ଷଣାବେକ୍ଷଣ ଅଭାବରୁ ଏକାଧିକ ମନ୍ଦିର ମାଟିରେ ମିଶିଯାଇଛି। ପୁରୁଣା ଭୁବନେଶ୍ବରର ପ୍ରତ୍ୟେକ ଗଳିକନ୍ଦିରେ ରହିଛି ଅନେକ ଦେବଦେବୀଙ୍କ ମନ୍ଦିର। ଏହିସବୁ ମନ୍ଦିର ବହନ କରିଛି ଉତ୍କଳୀୟ କାରୁକଳା, […]

ଭୁବନେଶ୍ୱର(ଲଭ୍‌ଲି, ଅନୁରାଧା): ଏକାମ୍ରକ୍ଷେତ୍ର ଭୁବନେଶ୍ୱର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ଉଦ୍ଜୀବିତ କରି ରଖିଛି। ଏହା ଏକ ପ୍ରମୁଖ ପ୍ରାଚୀନ ଶୈବ କ୍ଷେତ୍ର। ତୃତୀୟ ଶତାବ୍ଦୀ ବା ତା’ ଆଗରୁ ଏକାମ୍ର କ୍ଷେତ୍ର ମାଳମାଳ ମନ୍ଦିର ଲାଗି ଧର୍ମୀୟ ପ୍ରସିଦ୍ଧି ଲାଭ କରିଥିଲା। ସମୟସ୍ରୋତରେ ପ୍ରାକୃତିକ ବିପର୍ଯ୍ୟୟ ଓ ରକ୍ଷଣାବେକ୍ଷଣ ଅଭାବରୁ ଏକାଧିକ ମନ୍ଦିର ମାଟିରେ ମିଶିଯାଇଛି। ପୁରୁଣା ଭୁବନେଶ୍ବରର ପ୍ରତ୍ୟେକ ଗଳିକନ୍ଦିରେ ରହିଛି ଅନେକ ଦେବଦେବୀଙ୍କ ମନ୍ଦିର। ଏହିସବୁ ମନ୍ଦିର ବହନ କରିଛି ଉତ୍କଳୀୟ କାରୁକଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟକୁ। ଯାହା ଦେଶବିଦେଶର ପର୍ଯ୍ୟଟକଙ୍କ ଦୃଷ୍ଟିଆକର୍ଷଣ କରିଥାଏ। ତେବେ ପୁରୁଣା ଭୁବନେଶ୍ୱରରେ ଶ୍ରୀଲିଙ୍ଗରାଜ ପ୍ରମୁଖ ମନ୍ଦିର ହୋଇଥିବା ବେଳେ ଏଠାରେ ଥିବା ରାଜାରାଣୀ ମନ୍ଦିର, ରାମେଶ୍ୱର ମନ୍ଦିର ବା ମାଉସୀ ମା’ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର ସହ ଲୋକେ ବେଶ୍ ପରିଚିତ। ତେବେ ମନ୍ଦିରମାଳିନୀ ଭୁବନେଶ୍ୱରର ଅନେକ ମନ୍ଦିରର ଅବସ୍ଥିତି ଆଜି ବି ଅନେକଙ୍କ ପାଇଁ ଅଜଣା। ବିଶେଷକରି ଶ୍ରୀଲିଙ୍ଗରାଜ ମନ୍ଦିର ବ୍ୟତୀତ ଏଠାରେ ଅନେକ ଛୋଟବଡ଼ ଦେବଦେବୀଙ୍କ ମନ୍ଦିର ରହିଛି। ଅବଶ୍ୟ ମନ୍ଦିରର ବାହାର ପାର୍ଶ୍ବରେ ଥିବା ପ୍ରତ୍ୟେକ ମନ୍ଦିର ସହିତ ଅଛି ମହାପ୍ରଭୁଙ୍କ ସମ୍ପର୍କ। ଯଦିଓ ସମସ୍ତ ମନ୍ଦିର ସମ୍ପର୍କରେ ଆଲୋଚନା କରିବା ସମ୍ଭବ ନୁହେଁ, ତଥାପି ଏଠାରେ ଥିବା କେତେକ ମନ୍ଦିରକୁ ନେଇ ଏହି ଚୁମ୍ବକୀୟ ଉପସ୍ଥାପନା ।

ଆହୁରି ପଢ଼ନ୍ତୁ:  ଆଜି ଅଶୋକାଷ୍ଟମୀ, ରଥଦାଣ୍ଡରେ ଗଡ଼ିବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅଣଲେଉଟା ରୁକୁଣା ରଥ

ଲିଙ୍ଗରାଜ ପୂର୍ବରୁ ଚିତ୍ରକାରିଣୀ
ଲିଙ୍ଗରାଜ ମନ୍ଦିରର ଉତ୍ତରଦ୍ବାର ନିକଟରେ ରହିଛି ‘ଚିତ୍ରକାରିଣୀ ମନ୍ଦିର।’ କୁହାଯାଏ, ଲିଙ୍ଗରାଜ ମନ୍ଦିର ପୂର୍ବରୁ ଏହି ମନ୍ଦିର ନିର୍ମାଣ କରାଯାଇଥିଲା। ଏଠାରେ କାରିଗର ଏବଂ ଚିତ୍ରକାରୀ ରହୁଥିଲେ। କାଳକ୍ରମେ ସେମାନଙ୍କ ମୃତ୍ୟୁ ପରେ ଏହି ମନ୍ଦିରର ନାଁ ରହିଲା ‘ଚିତ୍ରକାରିଣୀ।’ ବୈଷ୍ଣବୀ ଦେବୀଙ୍କ ଅବତାରରେ ମା’ ଚିତ୍ରକାରିଣୀ ଏଠାରେ ପୂଜା ପାଆନ୍ତି। ଏଠାରେ ଦୈନିକ ପୂଜାର୍ଚ୍ଚନା, ଷୋହଳପୂଜା ସହ ଭକ୍ତମାନେ ମାନସିକ କରିଥାନ୍ତି। ବର୍ତ୍ତମାନ ଏହି ମନ୍ଦିରଟି ଏଏସ୍ଆଇ ଦ୍ବାରା ପରିଚାଳିତ। ଶହ ଶହ ବର୍ଷ ଧରି ମା’ ପୂଜା ପାଉ ନ ଥିଲେ ବୋଲି କହିଛନ୍ତି ମା’ଙ୍କ ସେବା କରି ଆସୁଥିବା ପୂଜକ ଗଜେନ୍ଦ୍ର ବଡ଼ୁ । ସ୍ଥାନଟି ଘଞ୍ଚ ଜଙ୍ଗଲ ଥିବାରୁ ଲୋକେ ଆସିବାକୁ ଭୟ କରୁଥିଲେ। ମାତ୍ର ମା’ଙ୍କ ସ୍ବପ୍ନାଦେଶ ହେବାରୁ ପୂଜା ଆରମ୍ଭ ହେଲା।

ବରଗଛ ତଳେ ଖରାଖିଆ ବୈଦ୍ୟନାଥ
ଖରାଖିଆ ବୈଦ୍ୟନାଥ ଯୋଗୀ ପୀଠ ହୋଇଥିବା ବେଳେ ଲିଙ୍ଗରାଜ ହେଉଛନ୍ତି ଦେବପୀଠ। ମନ୍ଦିରଟିକୁ ଜୀବନ୍ତ ମନ୍ଦିର ଭାବେ ବିବେଚନା କରାଯାଏ। ବରଗଛ ତଳେ ପୂଜାପାଆନ୍ତି ଖରାଖିଆ ବୈଦ୍ୟନାଥ। ମହାପ୍ରଭୁଙ୍କ ଉପରେ ଦିନସାରା ସୂର୍ଯ୍ୟକିରଣ ସିଧାସଳଖ ଉପରେ ପଡୁଥିବାରୁ ମନ୍ଦିରକୁ ଖରାଖିଆ ବୈଦ୍ୟନାଥ ଭାବେ ନାମିତ କରାଯାଇଛି। ସେ ବୈଦ୍ୟ ହୋଇ ସମସ୍ତ ପ୍ରକାର ରୋଗବୈରାଗ ଭଲ କରି ସମସ୍ତଙ୍କୁ ସୁସ୍ଥ ରଖନ୍ତି ବୋଲି ଅନେକଙ୍କ ବିଶ୍ବାସ ରହିଛି।

ଏବେ ବି ବିନ୍ଦୁସାଗର ଚାରିପଟେ ୫ ଶହ ମନ୍ଦିର
ଜନଶ୍ରୁତି ଅନୁଯାୟୀ, ପୁଣ୍ୟସର ବିନ୍ଦୁସାଗର ଚାରିପାଖେ ଥିଲା ପ୍ରାୟ ୭ ହଜାର ମନ୍ଦିର। ଏବେ ମଧ୍ୟ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଭଗ୍ନପ୍ରାୟ ଅବସ୍ଥାରେ ଅଛି ଅତି କମ୍ରେ ୫୦୦ ମନ୍ଦିର। ସେଗୁଡ଼ିକ ମୌଳିକ ହିନ୍ଦୁ ମନ୍ଦିର ଗଠନର ଲଳିତତମ ଉଦାହରଣ ବୋଲି ସ୍ଥାପତ୍ୟବିତ୍ମାନେ ମତ ଦିଅନ୍ତି। ଲିଙ୍ଗରାଜ ମନ୍ଦିରର ଉତ୍ତରପୂର୍ବ କୋଣରେ ଅଛି ପ୍ରସିଦ୍ଧ ତୀର୍ଥସ୍ଥଳ ‘ସିଦ୍ଧରଣ୍ୟ’। ସେଠିକାର ମନ୍ଦିରଗୁଡ଼ିକ ମଧ୍ୟରେ ସିଦ୍ଧେଶ୍ବର, ମୁକ୍ତେଶ୍ୱର, ପର୍ଶୁରାମେଶ୍ୱର, କେଦାରେଶ୍ୱର ଓ ରାଜାରାଣୀ ପ୍ରଧାନ । ସେଥିରୁ ମୁକ୍ତେଶ୍ୱର ମନ୍ଦିରର କାରୁକାର୍ଯ୍ୟ ସବୁଠୁ ଅଧିକ ଚିତ୍ତାକର୍ଷକ। ଏହି ମନ୍ଦିରର ଉଚ୍ଚତା ମାତ୍ର ୩୫ ଫୁଟ। କାରୁକାର୍ଯ୍ୟ ଓ ସୁରକ୍ଷା ପାଇଁ ଏହାକୁ ଉତ୍କଳୀୟ ଶିଳ୍ପର ଏକ ରତ୍ନ କୁହାଯାଏ। ଦଶମ ଶତାବ୍ଦୀରେ ସୋମବଂଶୀ ରାଜାଙ୍କ ଶାସନ କାଳରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା। ମନ୍ଦିରର ତୋରଣ ହେଉଛି ପ୍ରମୁଖ ଆକର୍ଷଣ। ସେହିପରି ସିଦ୍ଧେଶ୍ବର ମନ୍ଦିରରେ ମା’ ଅମ୍ବିକାଙ୍କୁ ପୂଜାର୍ଚ୍ଚନା କରାଯାଏ। ଏହି ମନ୍ଦିରକୁ ଷଷ୍ଠ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା।

ଆୟତାକାର ବୈତାଳ ମନ୍ଦିର
ବିନ୍ଦୁସାଗର ପଶ୍ଚିମ ପାର୍ଶ୍ବରେ ଅବସ୍ଥିତ ବୈତାଳ ମନ୍ଦିର। ଏହାକୁ ତାନ୍ତ୍ରିକ ପୀଠ ମଧ୍ୟ କୁହାଯାଏ। ୭୭୪ ଖ୍ରୀଷ୍ଟାବ୍ଦରେ ନିର୍ମିତ ଏହି ମନ୍ଦିରକୁ ଆୟତାକାରରେ ନିର୍ମାଣ କରାଯାଇଛି। ମନ୍ଦିରର ଉଚ୍ଚତା ୩୮ ଫୁଟ। ତିନୋଟି କଳସ ବିଶିଷ୍ଟ ଆମଳକ ଶିଳା ସ୍ଥାପିତ ହୋଇଛି। ଏଠାରେ ଅଷ୍ଟଭୁଜା ଚାମୁଣ୍ଡା ମୂର୍ତ୍ତି ଏବଂ ଭୈରବ ମୂର୍ତ୍ତି ପୂଜା ପାଉଛନ୍ତି। ମନ୍ଦିର ଦେହରେ ହରପାର୍ବତୀ, ମହିଷାମର୍ଦ୍ଦିନୀ ଦୁର୍ଗା, ଅଷ୍ଟଭୁଜା ଦୁର୍ଗା ଏବଂ ଅନ୍ୟାନ୍ୟ ନରମୁଣ୍ଡମାଳିନୀ ଯୋଗିନୀ ମୂର୍ତ୍ତିମାନ ଖୋଦିତ ହୋଇଛି।

କୋଟି ପୁଣ୍ୟ ପ୍ରଦାନ କରନ୍ତି ‘କୋଟିତୀର୍ଥେଶ୍ବର’
ଏକାଦଶ ଶତାବ୍ଦୀରେ ଏହି ମନ୍ଦିରଟିକୁ ସୋମବଂଶୀ ରାଜାମାନଙ୍କ ଦ୍ବାରା ନିର୍ମାଣ କରାଯାଇଥିଲା। ଏହା କଳିଙ୍ଗ ପଞ୍ଚରଥ ଶୈଳୀରେ ନିର୍ମିତ। ମନ୍ଦିରରେ ଥିବା କୋଟିତୀର୍ଥ ପୁଷ୍କରିଣୀରେ ସ୍ନାନକରି ମନ୍ଦିରରେ ଶିବଲିଙ୍ଗକୁ ପୂଜାର୍ଚ୍ଚନା କଲେ କୋଟିତୀର୍ଥର ପୁଣ୍ୟ ପ୍ରାପ୍ତି ହୁଏ। ଏଠାରେ ମହାପ୍ରଭୁ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ପୂଜା ପାଆନ୍ତି। କୋଟି ସଂଖ୍ୟକ ମନ୍ତ୍ର, କୋଟି ସଂଖ୍ୟକ ଯାଜ୍ଞିକମାନଙ୍କ ଦ୍ବାରା ଏହି ତୀର୍ଥ ଗଠିତ ହୋଇଥÒବାରୁ ଏହାର ନାଁ ‘କୋଟିତୀର୍ଥ।’ ମନ୍ଦିରକୁ ଲାଗି କୋଟିତୀର୍ଥ କୂଅ ବି ରହିଛି।

ମୁଖଶାଳା ବିହୀନ ମନ୍ଦିର ଲକ୍ଷେଶ୍ୱର
ସପ୍ତରଥ ଶୈଳୀରେ ନିର୍ମିତ ଏହି ମନ୍ଦିର ଗଙ୍ଗା ଯମୁନା ରାସ୍ତାର ଡାହାଣ ପାର୍ଶ୍ବରେ ଅବସ୍ଥିତ। ଏକକ ବିମାନରେ ଶୋଭିତ ଏହି ମନ୍ଦିର ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ। ମନ୍ଦିରରେ ପ୍ରଥମେ ମୁଖଶାଳା ନ ଥିଲା। ମାତ୍ର ପରବର୍ତ୍ତୀ ସମୟରେ ଏଥିରେ ଏକ ଦୁଆରବନ୍ଧ ସଂଯୋଗ କରାଯାଇଛି। ବୃତ୍ତାକାର ଶକ୍ତି ମଧ୍ୟସ୍ଥ ଶିବଲିଙ୍ଗ ମନ୍ଦିରରେ ପୂଜା ପାଉଛନ୍ତି। ମନ୍ଦିରର ଉନ୍ନତିକରଣ ହେବା ପରେ ଏଠାରେ ପର୍ଯ୍ୟଟକମାନେ ବୁଲିବାକୁ ଆସୁଛନ୍ତି ।

ଚମ୍ପା ନାଗଙ୍କ ନିବାସ ‘ଚମ୍ପକେଶ୍ୱର’
କୋଟିତୀର୍ଥେଶ୍ୱର ମନ୍ଦିର ଡାହାଣ ପାର୍ଶ୍ବରେ ଥିବା ଏହି ମନ୍ଦିର ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ। ଗଙ୍ଗା କାଳରେ ମନ୍ଦିରର ମହତ୍ତ୍ୱ ଢେର ବେଶି ଥିଲା। ଏହି ମନ୍ଦିରର ଶିବଲିଙ୍ଗ ପାତାଳଫୁଟା। ଏହାର ପରିସର ନାଗଙ୍କ (ଚମ୍ପା ନାଗଙ୍କ) ନିବାସସ୍ଥାନ। ଏହାଙ୍କ ନାଁ ଅନୁସାରେ ମନ୍ଦିରର ନାମକରଣ ‘ଚମ୍ପକେଶ୍ୱର’ କରାଯାଇଛି। ତେବେ ମନ୍ଦିର ପରିସରରେ ଥିବା ସାପ ଲୋକଙ୍କ କୌଣସି କ୍ଷତି କରି ନ ଥାନ୍ତି ବୋଲି କୁହାଯାଏ।

ମୋହିନୀ ମନ୍ଦିରରେ ଚାମୁଣ୍ଡା ମୂର୍ତ୍ତି
ଏହି ମନ୍ଦିରଟି ବିନ୍ଦୁସାଗର ଦକ୍ଷିଣକୂଳରେ ପୂର୍ବାଭିମୁଖୀରେ ଅବସ୍ଥିତ। ଏହାକୁ ୬୮୭ ଖ୍ରୀଷ୍ଟାବ୍ଦରେ ଭୌମକର ବଂଶର ରାଜା ଶିବକର ଦେବ ଦ୍ବିତୀୟଙ୍କ ରାଣୀ ମୋହିନୀ ଦେବୀ ନିର୍ମାଣ କରିଥିଲେ। ତାଙ୍କ ନାଁ ଅନୁସାରେ ମନ୍ଦିରର ନାମ ହୋଇଛି ‘ମୋହିନୀ ମନ୍ଦିର’। ମନ୍ଦିରର ଉଚ୍ଚତା ୩୧ ଫୁଟ୍ ହୋଇଥିବା ବେଳେ ନୃତ୍ୟରତା ଦଶଭୁଜା ଚାମୁଣ୍ଡା ମୂର୍ତ୍ତି ପୂଜା ପାଉଛନ୍ତି । ଏହି ମନ୍ଦିରର ଗଠନ ଶୈଳୀ ପର୍ଶୁରାମେଶ୍ୱର ମନ୍ଦିର ସଦୃଶ।

ଶ୍ରାବଣରେ ଚଳଚଞ୍ଚଳ ‘ଡାକରା ବିଭୀଷଣେଶ୍ବର’
ଲିଙ୍ଗରାଜ ମନ୍ଦିରର ପୂର୍ବ ଦିଗରେ ପୂଜା ପାଉଛନ୍ତି ‘ଡାକରା ବିଭୀଷଣେଶ୍ବର।’ ମହାପ୍ରଭୁଙ୍କ ଭ୍ରମଣ ସମୟରେ ବିଭୀଷଣ ଡାକରା ଦେଉଥିବା ଲୋକକଥା ରହିଛି। ଅଶୋକାଷ୍ଟମୀ ଦିନ ଲିଙ୍ଗରାଜ ମହାପ୍ରଭୁଙ୍କ ବିଜେ ଯାତ୍ରା ସମୟରେ ରଥ ଦକ୍ଷିଣମୁଖ ହୋଇ ମହାପ୍ରଭୁଙ୍କର ସମ୍ମୁଖ ଭାଗରେ ‘ବିଭୀଷଣ ଆଳତି’ କରାଯାଏ। ଶ୍ରାବଣ ମାସଯାକ ଏହି ମନ୍ଦିରରେ ରୁଦ୍ରାଭିଷେକ କରାଯାଏ। ନୀତି, ବାଳଭୋଗ, ଅନ୍ନଭୋଗ, ଆଳତି କରାଯାଏ। ମନ୍ଦିରରେ ବିବାହଠାରୁ ଆରମ୍ଭ କରି ଜନ୍ମଦିନ,ବ୍ରତ, ଆଦି କାର୍ଯ୍ୟ ପାଇଁ ସୁବନ୍ଦୋବସ୍ତ ରହିଛି।

ଶୁଖେନି ‘ଗଙ୍ଗା-ଯମୁନା’
ଲିଙ୍ଗରାଜ ମନ୍ଦିରର ମାର୍କେଟ୍ କମ୍ପ୍ଲେକ୍ସ ବାଟରେ ରହିଛି ଅନ୍ୟତମ ପ୍ରାଚୀନ ମନ୍ଦିର ‘ଗଙ୍ଗେଶ୍ୱର ଏବଂ ଯମୁନେଶ୍ୱର’। ତ୍ରୟୋଦଶ-ଚତୁର୍ଦ୍ଦଶ ଶତାବ୍ଦୀରେ ଗଙ୍ଗବଂଶର ଶାସନ ସମୟରେ ଏହା ନିର୍ମିତ। ମନ୍ଦିରରେ ଗଙ୍ଗେଶ୍ବର ଓ ଯମୁନେଶ୍ବର ଶିବଲିଙ୍ଗ ପୂଜା ପାଉଛନ୍ତି। କୁହାଯାଏ, ମାତା ପାର୍ବତୀ କୀର୍ତ୍ତି ଏବଂ ବାସୁଙ୍କୁ ବଧ କରିବା ପରେ ତାଙ୍କ ତୃଷା ନିବାରଣ ପାଇଁ ଭଗବାନ ଶିବ ଏକ ଜଳଉତ୍ସ ସୃଷ୍ଟି କରିଥିଲେ। ଉକ୍ତ ଜଳକୁ ପବିତ୍ର ଘୋଷଣା କରିବା ପାଇଁ ମାଆ ଗଙ୍ଗା ଓ ଯମୁନାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହାକୁ ‘ଗଙ୍ଗା ଯମୁନା କୁଣ୍ଡ’ କୁହାଯାଏ। କୁଣ୍ଡର ବିଶେଷତ୍ବ ହେଉଛି, ବର୍ଷଯାକ ଏହାର ଜଳ ଶୁଖି ନ ଥାଏ । ଲୋକଙ୍କ ବିଶ୍ବାସ ରହିଛି ଏହି କୁଣ୍ଡରେ ଶ୍ରଦ୍ଧାଳୁ ସ୍ନାନ କଲେ ପାପ କ୍ଷୟ ହୋଇଥାଏ ଓ ମନସ୍କାମନା ପୂରଣ ହୋଇଥାଏ। ଶ୍ରାବଣ ମାସରେ ବି ଏଠାରେ ଶ୍ରଦ୍ଧାଳୁ ଜଳଲାଗି କରିଥାନ୍ତି।

ଗୋ-ବଧ ପାପରୁ ମୁକ୍ତି ଦିଅନ୍ତି ‘ଗୋସାରେଶ୍ବର’
ରଥ ରାସ୍ତାର ଉତ୍ତର ଦିଗକୁ ଏକ କିମି ଦୂରରେ ଥିବା ଏହି ମନ୍ଦିରରେ ପୂଜା କଲେ ଦଶଲକ୍ଷ ଶିବ ପୂଜନର ଫଳ ମିଳିଥାଏ। ଏହା କୋଟି ଲିଙ୍ଗାର୍ଜ୍ଜନ ବିଧିରେ ଗୋ-ବଧ ଜନିତ ପାପରୁ ମୁକ୍ତି ଦିଏ। ଏଠାରେ କ୍ଷୌରକର୍ମ, ପଞ୍ଚଗବ୍ୟ, ପଞ୍ଚାମୃତ ସେବନ, ନୂତନ ବସ୍ତ୍ରଧାରଣ, ହୋମ ଆଦି କରାଯାଏ।

ଲିଙ୍ଗରାଜଙ୍କ ମା’, ବାପା ‘କାଳେଶ୍ବର’
ଲିଙ୍ଗରାଜ ମନ୍ଦିରକୁ ଲାଗି ଦକ୍ଷିଣ ପୂର୍ବକୋଣରେ ତଳ ଭାଗକୁ ରହିଛି ‘କାଳେଶ୍ବର ମନ୍ଦିର’। ଏଠାରେ ଏକାସାଙ୍ଗରେ ମହାଦେବ ଏବଂ ଠାକୁରାଣୀ ପୂଜା ପାଆନ୍ତି। ଯାହାକି ଅନ୍ୟତ୍ର ଦେଖିବାକୁ ମିଳେ ନାହିଁ। କାଳେଶ୍ବରଙ୍କୁ ଲିଙ୍ଗରାଜ ମହାପ୍ରଭୁଙ୍କ ବାପା, ମା’ ବୋଲି କୁହାଯାଏ। ମନ୍ଦିରଟି ଷଷ୍ଠ-ସପ୍ତମ ଶତାବ୍ଦୀର ବୋଲି ଅନୁମାନ କରାଯାଏ। ସେହିପରି ମୈତ୍ରେଶ୍ବର ମନ୍ଦିର ଲିଙ୍ଗରାଜଙ୍କ ମାମୁଘର।

ବର୍ଷା କରାନ୍ତି ମେଘେଶ୍ୱର
ଟଙ୍କପାଣି ରୋଡ୍ ଉତ୍ତର ଦିଗରେ ଥିବା ମେଘେଶ୍ବର ମନ୍ଦିର ଅନଙ୍ଗଭୀମ ଦେବଙ୍କ ରାଜତ୍ୱ କାଳରେ ୧୧୯୫ ଖ୍ରାଷ୍ଟାବ୍ଦରେ ନିର୍ମାଣ କରାଯାଇଥିଲା। ଅବଶ୍ୟ ଏହିକଥା ମନ୍ଦିର ଶିଳାଲିପିରୁ ହିଁ ଜଣାପଡ଼ିଛି । ବ୍ରାହ୍ମଣ ବିଷ୍ଣୁ ଆଚାର୍ଯ୍ୟ ମେଘେଶ୍ୱର ମନ୍ଦିର ପ୍ରତିଷ୍ଠା କରିଥିଲେ। ମନ୍ଦିରର ଉଚ୍ଚତା ୫୧ ଫୁଟ ଏବଂ ଏହାକୁ ସପ୍ତରଥ ଶୈଳୀରେ ନିର୍ମାଣ କରାଯାଇଛି। ମନ୍ଦିରର ଉତ୍ତର ପାର୍ଶ୍ବର ବେଢ଼ାକୁ ଲାଗିକି ଅଛି ‘ମେଘତୀର୍ଥ ପୁଷ୍କରିଣୀ’। ଏହି ଶିବଲିଙ୍ଗକୁ ପୂଜା କଲେ ବର୍ଷା ହେବା ସମ୍ଭାବନା ଥାଏ। ଠାକୁରଙ୍କୁ ଜଳାଶାୟୀ କରି ହୋମ କରିସାରିଲା ବେଳକୁ ବର୍ଷା ଜଳରେ ପୂର୍ଣ୍ଣ ହୋଇଯାଏ ବୋଲି କୁହାଯାଏ।

‘ଶ୍ରୀସୂକ୍ଷ୍ମେଶ୍ବର’ରେ ପିଣ୍ଡଦାନର ଫଳପ୍ରାପ୍ତି
ଲିଙ୍ଗରାଜଠାରୁ ଅଗ୍ନିକୋଣର ୨ କିମି ଦୂରରେ ଅବସ୍ଥିତ ସୂକ୍ଷ୍ମେଶ୍ବର ମନ୍ଦିର। ଏଠାରେ ଲିଙ୍ଗ ସୂକ୍ଷ୍ମ ପରି ଥିବାରୁ ‘ଶ୍ରୀସୂକ୍ଷ୍ମେଶ୍ବର’ ନାମରେ ନାମିତ। ଏଠାରେ ପିଣ୍ଡଦାନ କଲେ ଅଧିକ ଫଳ ମିଳେ। ଲୋକମତ ରହିଛି ଯେ, ଏଠାରେ ଦଶଲକ୍ଷ ଶିବ ପୂଜାପ୍ରାପ୍ତିର ଫଳ ମିଳେ। ବର୍ତ୍ତମାନ ଏହା ଶ୍ରୀରାମନଗରେ ରହିଛି।

ଅନ୍ୟପଟେ ପୂର୍ବେଶ୍ବର, ଉତ୍ତରେଶ୍ବର, ବକ୍ରେଶ୍ବର, ନୀଳକଣ୍ଠେଶ୍ବର, କପିଳେଶ୍ବର, ଯମେଶ୍ବର, ଭାସ୍କରେଶ୍ବର, ଶୁକୁଟେଶ୍ବର, ମକରେଶ୍ବର, ତାଳେଶ୍ବର, ସ୍ବର୍ଣ୍ଣଜଳେଶ୍ବର, ମଙ୍ଗଳେଶ୍ବର, ସୁରେଶ୍ବର, ମକରେଶ୍ବର, ଈଶାଣେଶ୍ବର, ତୀର୍ଥେଶ୍ବର ଭଳି ଆହୁରି ଏକାଧିକ ମନ୍ଦିର ଏଠାରେ ଅଛି।

30 Jul 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର