ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ଭୁଲ୍ ତଥ୍ୟ ଦେଇ ସମଗ୍ର ଓଡ଼ିଶାବାସୀଙ୍କୁ ମତିଭ୍ରମ କରିବା ପାଇଁ ଅପଚେଷ୍ଟା କରୁଛନ୍ତି ଲେଖାଶ୍ରୀ ସାମନ୍ତସିଂହାର

The Sakala Picture
Published On

ଭୁବନେଶ୍ୱର : ଶ୍ରୀଜଗନ୍ନାଥଙ୍କ ଜମି ପ୍ରସଙ୍ଗକୁ ନେଇ ଆଜି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କର  ବକ୍ତବ୍ୟକୁ ସମସ୍ତ ଜଗନ୍ନାଥପ୍ରେମୀ ନିନ୍ଦା କରିଛନ୍ତି। ନିଜର ରାଜନୈତିକ ଅଭିସନ୍ଧି ରଖି ପିପିଲି ନିର୍ବାଚନ ମଣ୍ଡଳୀର ବିଜେପି ଟିକେଟ୍ ପାଇଁ ଆଜି ଲେଖାଶ୍ରୀ ସାମନ୍ତସିଂହାର ଭୁଲ୍ ତଥ୍ୟ ଦେଇ ସମଗ୍ର ଓଡ଼ିଶାବାସୀଙ୍କୁ ମତିଭ୍ରମ କରିବା ପାଇଁ ଅପଚେଷ୍ଟା କରୁଛନ୍ତି। ପ୍ରକୃତ କ୍ଷେତ୍ରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର କୌଣସି ଜମି ବିକ୍ରି କରିବାର ଯୋଜନା ନାହିଁ ବୋଲି ବିଜେଡି ପ୍ରବକ୍ତା ଇପ୍ସିତା […]

ଭୁବନେଶ୍ୱର : ଶ୍ରୀଜଗନ୍ନାଥଙ୍କ ଜମି ପ୍ରସଙ୍ଗକୁ ନେଇ ଆଜି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କର  ବକ୍ତବ୍ୟକୁ ସମସ୍ତ ଜଗନ୍ନାଥପ୍ରେମୀ ନିନ୍ଦା କରିଛନ୍ତି। ନିଜର ରାଜନୈତିକ ଅଭିସନ୍ଧି ରଖି ପିପିଲି ନିର୍ବାଚନ ମଣ୍ଡଳୀର ବିଜେପି ଟିକେଟ୍ ପାଇଁ ଆଜି ଲେଖାଶ୍ରୀ ସାମନ୍ତସିଂହାର ଭୁଲ୍ ତଥ୍ୟ ଦେଇ ସମଗ୍ର ଓଡ଼ିଶାବାସୀଙ୍କୁ ମତିଭ୍ରମ କରିବା ପାଇଁ ଅପଚେଷ୍ଟା କରୁଛନ୍ତି। ପ୍ରକୃତ କ୍ଷେତ୍ରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର କୌଣସି ଜମି ବିକ୍ରି କରିବାର ଯୋଜନା ନାହିଁ ବୋଲି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ସବୁ ଔଷଧ ଦୋକାନ ବନ୍ଦ: ଜରୁରୀ ଔଷଧ ଯୋଗାଣ ନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

ସୁଶ୍ରୀ ସାହୁ କହିଛନ୍ତି ଯେ, ଲେଖାଶ୍ରୀ ବାରମ୍ବାର ଜଗନ୍ନାଥ ସଂସ୍କୃତିକୁ ନେଇ ଏଭଳି ଭିତ୍ତିହୀନ ମନ୍ତବ୍ୟ ଓ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଅପମାନ କଲା ଭଳି କୁତ୍ସିତ ମନ୍ତବ୍ୟ ଦେଇଆସୁଛନ୍ତି। ଯଦି ସେ ଏସବୁ ପିପିଲି ଉପନିର୍ବାଚନରେ ନିର୍ବାଚନ ଟିକେଟ୍ ଆଶାରେ କହୁଥାନ୍ତି, ତା’ହେଲେ ସେ ଜାଣିରଖିବା ଉଚିତ୍ ଯେ, ପିପିଲିର ଜନତା କେବେ ବି ଶ୍ରୀଜଗନ୍ନାଥଙ୍କ ଅପମାନ ଗ୍ରହଣ କରିବେ ନାହିଁ। ଲେଖାଶ୍ରୀ ବୁଝିବା ଦରକାର ଯେ, ୨୦୦୧ରୁ ୨୦୧୦ ଭିତରେ ୨୯୧ ଏକର ଜମି ଦିଆଯାଇଥିଲା। ଯେଉଁ ସମୟରେ ଭାରତୀୟ ଜନତା ପାର୍ଟିର ନେତା ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଆଇନ୍ ମନ୍ତ୍ରୀ ଥିଲେ। ଘରୋଇ ମାଲିକାନାରେ ଥିବା ପ୍ରଭୁଙ୍କର ଜମି ୨୦୦୩ ନୀତି ଅନୁସାରେ ସମାଧାନ ହେବ। ସର୍ବସାଧାରଣଙ୍କ ସୁବିଧା ପାଇଁ ସ୍କୁଲ, କଲେଜ ଓ ହସ୍ପିଟାଲ ପାଇଁ
ଜମି ବ୍ୟବସ୍ଥା କରାଯାଇଛି। ସର୍ବସାଧାରଣଙ୍କ କାର୍ଯ୍ୟରେ ଲାଗିବା ପାଇଁ ଜମି ନିଷ୍ପତ୍ତି ଶ୍ରୀଜଗନ୍ନାଥ ମନ୍ଦିର କମିଟି ନେଇଛି ବୋଲି ସୁଶ୍ରୀ ସାହୁ କହିଛନ୍ତି।

ସେଥିପାଇଁ ଲେଖାଶ୍ରୀ ଯେତେ ବିକୃତ ତଥ୍ୟ ଦେଲେ ବି ପିପିଲି ନିର୍ବାଚନ ମଣ୍ଡଳୀର ବିଜେପି ଦଳର ଟିକେଟ୍ କେବେ ହେଲେ ତାଙ୍କୁ ମିଳିବ ନାହିଁ। ଆଶା କରିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ସେ କ୍ଷମା ପ୍ରାର୍ଥନା କରିବେ ଓ ମିଛ ତଥ୍ୟ ପାଇଁ ଅନୁତପ୍ତ ହେବେ ବୋଲି ସୁଶ୍ରୀ ସାହୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ହାଣିଲେ ଦୁଇ ପୁଅ

18 Mar 2021 By The Sakala

ଭୁଲ୍ ତଥ୍ୟ ଦେଇ ସମଗ୍ର ଓଡ଼ିଶାବାସୀଙ୍କୁ ମତିଭ୍ରମ କରିବା ପାଇଁ ଅପଚେଷ୍ଟା କରୁଛନ୍ତି ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର : ଶ୍ରୀଜଗନ୍ନାଥଙ୍କ ଜମି ପ୍ରସଙ୍ଗକୁ ନେଇ ଆଜି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କର  ବକ୍ତବ୍ୟକୁ ସମସ୍ତ ଜଗନ୍ନାଥପ୍ରେମୀ ନିନ୍ଦା କରିଛନ୍ତି। ନିଜର ରାଜନୈତିକ ଅଭିସନ୍ଧି ରଖି ପିପିଲି ନିର୍ବାଚନ ମଣ୍ଡଳୀର ବିଜେପି ଟିକେଟ୍ ପାଇଁ ଆଜି ଲେଖାଶ୍ରୀ ସାମନ୍ତସିଂହାର ଭୁଲ୍ ତଥ୍ୟ ଦେଇ ସମଗ୍ର ଓଡ଼ିଶାବାସୀଙ୍କୁ ମତିଭ୍ରମ କରିବା ପାଇଁ ଅପଚେଷ୍ଟା କରୁଛନ୍ତି। ପ୍ରକୃତ କ୍ଷେତ୍ରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର କୌଣସି ଜମି ବିକ୍ରି କରିବାର ଯୋଜନା ନାହିଁ ବୋଲି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ କହିଛନ୍ତି।

ସୁଶ୍ରୀ ସାହୁ କହିଛନ୍ତି ଯେ, ଲେଖାଶ୍ରୀ ବାରମ୍ବାର ଜଗନ୍ନାଥ ସଂସ୍କୃତିକୁ ନେଇ ଏଭଳି ଭିତ୍ତିହୀନ ମନ୍ତବ୍ୟ ଓ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଅପମାନ କଲା ଭଳି କୁତ୍ସିତ ମନ୍ତବ୍ୟ ଦେଇଆସୁଛନ୍ତି। ଯଦି ସେ ଏସବୁ ପିପିଲି ଉପନିର୍ବାଚନରେ ନିର୍ବାଚନ ଟିକେଟ୍ ଆଶାରେ କହୁଥାନ୍ତି, ତା’ହେଲେ ସେ ଜାଣିରଖିବା ଉଚିତ୍ ଯେ, ପିପିଲିର ଜନତା କେବେ ବି ଶ୍ରୀଜଗନ୍ନାଥଙ୍କ ଅପମାନ ଗ୍ରହଣ କରିବେ ନାହିଁ। ଲେଖାଶ୍ରୀ ବୁଝିବା ଦରକାର ଯେ, ୨୦୦୧ରୁ ୨୦୧୦ ଭିତରେ ୨୯୧ ଏକର ଜମି ଦିଆଯାଇଥିଲା। ଯେଉଁ ସମୟରେ ଭାରତୀୟ ଜନତା ପାର୍ଟିର ନେତା ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଆଇନ୍ ମନ୍ତ୍ରୀ ଥିଲେ। ଘରୋଇ ମାଲିକାନାରେ ଥିବା ପ୍ରଭୁଙ୍କର ଜମି ୨୦୦୩ ନୀତି ଅନୁସାରେ ସମାଧାନ ହେବ। ସର୍ବସାଧାରଣଙ୍କ ସୁବିଧା ପାଇଁ ସ୍କୁଲ, କଲେଜ ଓ ହସ୍ପିଟାଲ ପାଇଁ
ଜମି ବ୍ୟବସ୍ଥା କରାଯାଇଛି। ସର୍ବସାଧାରଣଙ୍କ କାର୍ଯ୍ୟରେ ଲାଗିବା ପାଇଁ ଜମି ନିଷ୍ପତ୍ତି ଶ୍ରୀଜଗନ୍ନାଥ ମନ୍ଦିର କମିଟି ନେଇଛି ବୋଲି ସୁଶ୍ରୀ ସାହୁ କହିଛନ୍ତି।

ସେଥିପାଇଁ ଲେଖାଶ୍ରୀ ଯେତେ ବିକୃତ ତଥ୍ୟ ଦେଲେ ବି ପିପିଲି ନିର୍ବାଚନ ମଣ୍ଡଳୀର ବିଜେପି ଦଳର ଟିକେଟ୍ କେବେ ହେଲେ ତାଙ୍କୁ ମିଳିବ ନାହିଁ। ଆଶା କରିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ସେ କ୍ଷମା ପ୍ରାର୍ଥନା କରିବେ ଓ ମିଛ ତଥ୍ୟ ପାଇଁ ଅନୁତପ୍ତ ହେବେ ବୋଲି ସୁଶ୍ରୀ ସାହୁ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର