ଓଡ଼ିଆଙ୍କ ଆରାଧ୍ୟ ଠାକୁରଙ୍କ କାମକୁ ବିଜେପିର ବିରୋଧ ଲଜ୍ଜାଜନକ : ପ୍ରତାପ ଜେନା

The Sakala Picture
Published On

ଭୁବନେଶ୍ବର : ପୁରୀ ଏବଂ ଶ୍ରୀ ମନ୍ଦିରର ସୌନ୍ଦର୍ଯ୍ୟକୁ ଉନ୍ନତି କରଣ କରିବା ଉଦ୍ଦେଶ୍ୟ ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଣ୍ଡା ମାଡ ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା। ଶ୍ରୀ ଜେନା କହିଛନ୍ତି ଯେ ବିଜେପିର ହୀନ ରାଜନୀତି ଓ କୁତ୍ସିତ ମନୋଭାବ ଦେଖାଇଛି। ଯାହାକୁ ଯେତେ ନିନ୍ଦା କଲେ ବି କମ ହେବ। ବିଜେପି ଗୋଟିଏ ବି ଭଲ କାମ କରିବାର ଦୃଷ୍ଟାନ୍ତ ନାହିଁ। […]

ଭୁବନେଶ୍ବର : ପୁରୀ ଏବଂ ଶ୍ରୀ ମନ୍ଦିରର ସୌନ୍ଦର୍ଯ୍ୟକୁ ଉନ୍ନତି କରଣ କରିବା ଉଦ୍ଦେଶ୍ୟ ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଣ୍ଡା ମାଡ ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା। ଶ୍ରୀ ଜେନା କହିଛନ୍ତି ଯେ ବିଜେପିର ହୀନ ରାଜନୀତି ଓ କୁତ୍ସିତ ମନୋଭାବ ଦେଖାଇଛି। ଯାହାକୁ ଯେତେ ନିନ୍ଦା କଲେ ବି କମ ହେବ। ବିଜେପି ଗୋଟିଏ ବି ଭଲ କାମ କରିବାର ଦୃଷ୍ଟାନ୍ତ ନାହିଁ। ହେଲେ ଯେଉଁମାନେ ଭଲ କାମ କରୁଛନ୍ତି, ସେମାନଙ୍କୁ ବିଜେପି ବିରୋଧ କରୁଛି। ସାଢେ ଚାରିକୋଟି ଓଡ଼ିଆଙ୍କ ଆରାଧ୍ୟ ଠାକୁର ପ୍ରଭୁ ଜଗନ୍ନାଥଙ୍କ କାମକୁ ବିଜେପି ବିରୋଧ କଲା । ଯେଉଁଥିରୁ ସ୍ପଷ୍ଟ ଯେ ଶ୍ରୀମନ୍ଦିର ଓ ପୁରୀ ଉନ୍ନତିକୁ ବିରୋଧ କରୁଛି ବିଜେପି। ଯାହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ସାରା ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କ ଦୃଷ୍ଟି ରହିଛି ଶ୍ରୀମନ୍ଦିରର ଏହି କାର୍ଯ୍ୟ ଓ ଉନ୍ନତି ଉପରେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କିପରି କାର୍ଯ୍ୟକାରୀ ହୋଇ ପୁରୀ ସହରର ବିକାଶ ହେବେ। ଏହା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ। ଗଜପତି ବି ଉପସ୍ଥିତ ଥିଲେ। ସାଧୁସନ୍ଥଙ୍କୁ ନେଇ କାର୍ଯ୍ୟକ୍ରମ ଥିଲା। ଆଜି ସାରା ବିଶ୍ୱ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରୁଛି। ହେଲେ ବିଜେପି ଯେଉଁ ଆଚରଣ ପଦର୍ଶନ କରିଛି ତାହା ଅତ୍ୟନ୍ତ ନିନ୍ଦନୀୟ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଣ୍ଡା ମାଡ ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ଼ କରିଥିବା ବିଜେପି ଦଳର କାର୍ଯ୍ୟକୁ ନିନ୍ଦା କରିଛନ୍ତି । ପବିତ୍ର ଦିନରେ ମୁଖ୍ୟମନ୍ତ୍ରୀ ପୁରୀ ଏବଂ ଶ୍ରୀ ମନ୍ଦିରର ସୌନ୍ଦର୍ଯ୍ୟକୁ ଉନ୍ନତି କରଣ କରିବା ଉଦ୍ଦେଶ୍ୟ ନେ ଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମକୁ ଆସିଥିଲେ । କିନ୍ତୁ ସଂସ୍କୃତି ଏବଂ ଠାକୁରଙ୍କ ନାଁରେ ଭୋଟ ହାତୋଉଥିବା ଭାରତୀୟ ଜନତା ପାର୍ଟ୍ଟି ଅଣ୍ଡା ମାଡ଼ କରି ପ୍ରମାଣିତ କରିଦେଇଛି ଯେ, ସେ କୁସଂସ୍କାରୀ ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ବିଜେପିର ଏହା ହିଁ ଅସଲ ପ୍ରକୃତି । ତାଙ୍କ ଦଳ ଆଜି ପ୍ରମାଣିତ କରିଦେଇଛି ଯେ, ସେ କେତେ ସଂସ୍କାରୀ ? ଆଧ୍ୟାତ୍ମିକ କାର୍ଯ୍ୟରେ ଅଣ୍ଡା ମାଡ ନ କରିଥିଲେ ବିଜେପି ସଂସ୍କାରୀ ବୋଲି ଜଣାପଡିଥାନ୍ତା । ବାହାରେ ଲୋକେ ଆଲୋଚନା କରୁଛନ୍ତି ବିଜେପି ସଂସ୍କାରୀ ନୁହେଁ । ନିଜର ପ୍ରକୃତି କୁ ବିଜେପି ଛାଡିବ କେମିତି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ପଞ୍ଚାନନ । ବିଜେପି ଧର୍ମ, ଠାକୁର ନାଁରେ ଭୋଟ ପାଉଛି । କିନ୍ତୁ ଏଭଳି ଏକ ଆଧ୍ୟାତ୍ମିକ କାମରେ ପ୍ରତିବାଦ ଗ୍ରହଣୀୟ ନୁହେଁ । ସେହିପରି ପଞ୍ଚାନନ କହିଛନ୍ତି କିନ୍ତୁ ବିଜେପି ନା ଠାକୁରଙ୍କୁ ଚିହ୍ନିଚି ନା ଧର୍ମକୁ ଚିହ୍ନିଚି ।

25 Nov 2021 By The Sakala

ଓଡ଼ିଆଙ୍କ ଆରାଧ୍ୟ ଠାକୁରଙ୍କ କାମକୁ ବିଜେପିର ବିରୋଧ ଲଜ୍ଜାଜନକ : ପ୍ରତାପ ଜେନା

ଭୁବନେଶ୍ବର : ପୁରୀ ଏବଂ ଶ୍ରୀ ମନ୍ଦିରର ସୌନ୍ଦର୍ଯ୍ୟକୁ ଉନ୍ନତି କରଣ କରିବା ଉଦ୍ଦେଶ୍ୟ ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଣ୍ଡା ମାଡ ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା। ଶ୍ରୀ ଜେନା କହିଛନ୍ତି ଯେ ବିଜେପିର ହୀନ ରାଜନୀତି ଓ କୁତ୍ସିତ ମନୋଭାବ ଦେଖାଇଛି। ଯାହାକୁ ଯେତେ ନିନ୍ଦା କଲେ ବି କମ ହେବ। ବିଜେପି ଗୋଟିଏ ବି ଭଲ କାମ କରିବାର ଦୃଷ୍ଟାନ୍ତ ନାହିଁ। ହେଲେ ଯେଉଁମାନେ ଭଲ କାମ କରୁଛନ୍ତି, ସେମାନଙ୍କୁ ବିଜେପି ବିରୋଧ କରୁଛି। ସାଢେ ଚାରିକୋଟି ଓଡ଼ିଆଙ୍କ ଆରାଧ୍ୟ ଠାକୁର ପ୍ରଭୁ ଜଗନ୍ନାଥଙ୍କ କାମକୁ ବିଜେପି ବିରୋଧ କଲା । ଯେଉଁଥିରୁ ସ୍ପଷ୍ଟ ଯେ ଶ୍ରୀମନ୍ଦିର ଓ ପୁରୀ ଉନ୍ନତିକୁ ବିରୋଧ କରୁଛି ବିଜେପି। ଯାହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ସାରା ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କ ଦୃଷ୍ଟି ରହିଛି ଶ୍ରୀମନ୍ଦିରର ଏହି କାର୍ଯ୍ୟ ଓ ଉନ୍ନତି ଉପରେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କିପରି କାର୍ଯ୍ୟକାରୀ ହୋଇ ପୁରୀ ସହରର ବିକାଶ ହେବେ। ଏହା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ। ଗଜପତି ବି ଉପସ୍ଥିତ ଥିଲେ। ସାଧୁସନ୍ଥଙ୍କୁ ନେଇ କାର୍ଯ୍ୟକ୍ରମ ଥିଲା। ଆଜି ସାରା ବିଶ୍ୱ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରୁଛି। ହେଲେ ବିଜେପି ଯେଉଁ ଆଚରଣ ପଦର୍ଶନ କରିଛି ତାହା ଅତ୍ୟନ୍ତ ନିନ୍ଦନୀୟ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଣ୍ଡା ମାଡ ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ଼ କରିଥିବା ବିଜେପି ଦଳର କାର୍ଯ୍ୟକୁ ନିନ୍ଦା କରିଛନ୍ତି । ପବିତ୍ର ଦିନରେ ମୁଖ୍ୟମନ୍ତ୍ରୀ ପୁରୀ ଏବଂ ଶ୍ରୀ ମନ୍ଦିରର ସୌନ୍ଦର୍ଯ୍ୟକୁ ଉନ୍ନତି କରଣ କରିବା ଉଦ୍ଦେଶ୍ୟ ନେ ଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମକୁ ଆସିଥିଲେ । କିନ୍ତୁ ସଂସ୍କୃତି ଏବଂ ଠାକୁରଙ୍କ ନାଁରେ ଭୋଟ ହାତୋଉଥିବା ଭାରତୀୟ ଜନତା ପାର୍ଟ୍ଟି ଅଣ୍ଡା ମାଡ଼ କରି ପ୍ରମାଣିତ କରିଦେଇଛି ଯେ, ସେ କୁସଂସ୍କାରୀ ।

ବିଜେପିର ଏହା ହିଁ ଅସଲ ପ୍ରକୃତି । ତାଙ୍କ ଦଳ ଆଜି ପ୍ରମାଣିତ କରିଦେଇଛି ଯେ, ସେ କେତେ ସଂସ୍କାରୀ ? ଆଧ୍ୟାତ୍ମିକ କାର୍ଯ୍ୟରେ ଅଣ୍ଡା ମାଡ ନ କରିଥିଲେ ବିଜେପି ସଂସ୍କାରୀ ବୋଲି ଜଣାପଡିଥାନ୍ତା । ବାହାରେ ଲୋକେ ଆଲୋଚନା କରୁଛନ୍ତି ବିଜେପି ସଂସ୍କାରୀ ନୁହେଁ । ନିଜର ପ୍ରକୃତି କୁ ବିଜେପି ଛାଡିବ କେମିତି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ପଞ୍ଚାନନ । ବିଜେପି ଧର୍ମ, ଠାକୁର ନାଁରେ ଭୋଟ ପାଉଛି । କିନ୍ତୁ ଏଭଳି ଏକ ଆଧ୍ୟାତ୍ମିକ କାମରେ ପ୍ରତିବାଦ ଗ୍ରହଣୀୟ ନୁହେଁ । ସେହିପରି ପଞ୍ଚାନନ କହିଛନ୍ତି କିନ୍ତୁ ବିଜେପି ନା ଠାକୁରଙ୍କୁ ଚିହ୍ନିଚି ନା ଧର୍ମକୁ ଚିହ୍ନିଚି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର