ଉଚ୍ଚଶିକ୍ଷା ବିଭାଗ SSB ପକ୍ଷରୁ ପିଜି ପ୍ରବେଶିକା ପରୀକ୍ଷା ସୂଚୀ ପ୍ରକାଶିତ, ମେ' ୫ରୁ ୧୬ ପର୍ଯ୍ୟନ୍ତ ହେବ ପରୀକ୍ଷା

Madhusudan Das Picture
Published On

ଭୁବନେଶ୍ୱର: ଆସନ୍ତା ମେ' ମାସ ୫ ତାରିଖରୁ ଆରମ୍ଭ ହେବ CPET (Common PG Entrance Test) ପ୍ରବେଶିକା ପରୀକ୍ଷା। ମେ' ୫ ମେ' ତାରିଖଠାରୁ ମେ'୧୬ ତାରିଖ ପର୍ଯ୍ୟନ୍ତ CPET ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଉଚ୍ଚଶିକ୍ଷା ବିଭାଗ ଷ୍ଟେଟ ସିଲେକ୍ସନ ବୋର୍ଡ଼ (ଏସଏସବି) ପକ୍ଷରୁ CPET ପ୍ରବେଶିକା ପରୀକ୍ଷା ସୂଚୀ ପ୍ରକାଶିତ ହୋଇଛି। 

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ସମୁଦାୟ ୫୦ଟି ସ୍ନାତକୋତ୍ତର ବିଷୟ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ୨ଟି ସିଫ୍ଟରେ ପରୀକ୍ଷା ହେବ। ପ୍ରଥମ ସିଫ୍ଟରେ ଅନ୍ତର୍ଭୁକ୍ତ ଥିବା ସ୍ନାତକୋତ୍ତର ବିଷୟ ପାଇଁ ଛାତ୍ରଛାତ୍ରୀମାନେ ପୂର୍ବାହ୍ନ ୧୦.୦୦ ଘଟିକାରୁ ୧୧.୪୦ ଘଟିକା ପର୍ଯ୍ୟନ୍ତ ପରୀକ୍ଷା ଦେବେ। ସେହିପରି ଦ୍ଵିତୀୟ ସିଫ୍ଟରେ ଅନ୍ତର୍ଭୁକ୍ତ ଥିବା ସ୍ନାତକୋତ୍ତର ବିଷୟ ପାଇଁ ଛାତ୍ରଛାତ୍ରୀମାନେ ଅପରାହ୍ନ ୩.୦୦ ଘଟିକାରୁ ୪.୪୦ ଘଟିକା ପର୍ଯ୍ୟନ୍ତ ପରୀକ୍ଷା ଦେବେ। ପ୍ରଥମ ଦିନରେ (ମେ' ୫ ତାରିଖ ଦିନ) ବାଣିଜ୍ୟ, ବାୟୋଟେକ୍ନୋଲୋଜି, ସୋସିଓଲୋଜି, ପରିବେଶ ବିଜ୍ଞାନ, ଏଜୁକେସନ, ଆନଥ୍ରୋପୋଲୋଜି (କଳା) ଆଦି ବିଷୟ ପାଇଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

ଏପ୍ରିଲ ୩୦ ତାରିଖରୁ ଛାତ୍ରଛାତ୍ରୀମାନେ ଏସଏସବି ୱେବ୍ସାଇଟ (https://ssbodisha.ac.in/)କୁ ଯାଇ ପ୍ରବେଶିକା ପରୀକ୍ଷା ପାଇଁ ନିଜର ଆଡ଼ମିଟ କାର୍ଡ଼ ଡ଼ାଉନଲୋଡ଼ କରିପାରିବେ। CPET ପ୍ରବେଶିକା ପରୀକ୍ଷା ମାର୍କ ଆଧାରରେ ହିଁ ଛାତ୍ରଛାତ୍ରୀମାନଙ୍କୁ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଚୟନ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର