ପେସା ଆଇନ ଲାଗୁରେ ଟାଳଟୁଳ ନୀତି, ତୁରନ୍ତ ଆଇନ ଲାଗୁ କରିବାକୁ ଟାସ୍କଫୋର୍ସ ଗଠନ କରିବାକୁ ରାଜ୍ୟପାଳଙ୍କ ପରାମର୍ଶ
ଭୁବନେଶ୍ୱର: ରାଜ୍ୟରେ ଆଦିବାସୀଙ୍କ ସୁରକ୍ଷା ପାଇଁ ପେସା ଆଇନ ଲାଗୁ ନେଇ ରାଜ୍ୟ ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷକରି ବିଧାନସଭା ଦ୍ୱିତୀୟ ଅଧିବେଶନରେ ପେସା ଆଇନ ଲାଗୁ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ। ଇତିମଧ୍ୟରେ ୩ଟି ଅଧିବେଶନ ଶେଷ ହୋଇଥିଲେ ହେଁ ବିଜେପି ସରକାର ଏନେଇ ମୁହଁ ଖୋଲୁନାହାନ୍ତି। ପେସା ଆଇନକୁ ନେଇ ଏପରି ଦ୍ୱନ୍ଦ୍ୱାତ୍ମକ ସ୍ଥିତି ମଧ୍ୟରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ପେସା […]
ଭୁବନେଶ୍ୱର: ରାଜ୍ୟରେ ଆଦିବାସୀଙ୍କ ସୁରକ୍ଷା ପାଇଁ ପେସା ଆଇନ ଲାଗୁ ନେଇ ରାଜ୍ୟ ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷକରି ବିଧାନସଭା ଦ୍ୱିତୀୟ ଅଧିବେଶନରେ ପେସା ଆଇନ ଲାଗୁ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ। ଇତିମଧ୍ୟରେ ୩ଟି ଅଧିବେଶନ ଶେଷ ହୋଇଥିଲେ ହେଁ ବିଜେପି ସରକାର ଏନେଇ ମୁହଁ ଖୋଲୁନାହାନ୍ତି। ପେସା ଆଇନକୁ ନେଇ ଏପରି ଦ୍ୱନ୍ଦ୍ୱାତ୍ମକ ସ୍ଥିତି ମଧ୍ୟରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ପେସା ଆଇନ ଲାଗୁ ନିମନ୍ତେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ନିକଟରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ବିଭାଗର ଏକ ସମୀକ୍ଷା ବୈଠକରେ ରାଜ୍ୟପାଳ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ରାଜ୍ୟରେ ପେସା ଆଇନ କାର୍ଯ୍ୟକାରୀ କରିବାରେ ବିଳମ୍ବତାକୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ। କେବଳ ପେସା ଆଇନ କାର୍ଯ୍ୟକାରୀତାରେ ଟାସ୍କଫୋର୍ସ ସୀମିତ ରହିବ ନାହିଁ, ବରଂ ଏସସି, ଏସଟି ବିଭାଗ ସମ୍ପର୍କିତ ଜନମଙ୍ଗଳକାରୀ ଯୋଜନା ଗୁଡ଼ିକର ସଫଳ କାର୍ଯ୍ୟକାରିତା ଉପରେ ଧ୍ୟାନ ରଖିବ। ରାଜ୍ୟପାଳଙ୍କ ଉପରୋକ୍ତ ପରାମର୍ଶ ପରେ ଏହା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବ ବୋଲି ବିଶେଷଜ୍ଞ ମହଲରେ ମତପ୍ରକାଶ ପାଇଛି।
ନିର୍ବାଚନୀ ଇସ୍ତାହାରଠାରୁ ଆରମ୍ଭ କରି ବିଜେପି ସରକାରର ପ୍ରଥମ ବିଧାନସଭା ଅଧିବେଶନରେ ରାଜ୍ୟରେ ପେସା ଆଇନ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ଏହି ଆଇନ ଲାଗୁ ହୋଇଥିଲେ ରାଜ୍ୟର ଅନୁସୂଚିତ ଜନଜାତି ବହୁଳ ଜିଲ୍ଲାର ଆଦିବାସୀ ବେଶ୍ ଲାଭାନ୍ୱିତ ହୋଇଥାନ୍ତେ। ପେସା ଅଧିନିୟମରେ ଥିବା ବ୍ୟବସ୍ଥା ଅନୁଯାୟୀ ଏହି ଆଇନ କାର୍ଯ୍ୟକାରୀ ହେଉଥିବା ଅଞ୍ଚଳରେ ଗ୍ରାମସଭାର ନିଷ୍ପତ୍ତି ସର୍ବୋପରି ହୋଇଥିବା ବେଳେ ସ୍ଥାନୀୟ ଶାସନ ବ୍ୟବସ୍ଥାକୁ ଏହା ସୁଦୃଢ଼ କରିପାରିବ। ଆଦିବାସୀଙ୍କ ଭାଷା, ସଂସ୍କୃତି ଏବଂ ଅଧିକାରର ସୁରକ୍ଷା ପାଇଁ ଏହି ଆଇନର ବେଶ୍ ଆବଶ୍ୟକତା ରହିଛି। ୧୯୯୬ ମସିହା ଡିସେମ୍ବର ୨୪ ତାରିଖରେ ଏହା ଆଇନରେ ପରିଣତ ହୋଇଥିବା ବେଳେ ଦେଶର ମୋଟ ୧୦ଟି ଆଦିବାସୀ ବହୁଳ ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ପ୍ରାବଧାନ ରହିଛି। ମାତ୍ର ପେସା ଆଇନ ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେପିର ଟାଳଟୁଳ ନୀତିକୁ ନେଇ ସାଧାରଣରେ ସଂଶୟ ପ୍ରକାଶ ପାଇଲାଣି। ଅପରପକ୍ଷେ ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ। ପେସା ଆଇନ ଲାଗୁ କରିବା ପାଇଁ କଂଗ୍ରେସ ଆରମ୍ଭରୁ ନିଜ ଲଢେ଼ଇ ଜାରି ରଖିଛି। ନିଜ ପ୍ରତିଶ୍ରୁତି ସତ୍ତେ୍ୱ ବିଜେପି ସରକାର ଏହାକୁ ରାଜ୍ୟରେ ଲାଗୁ କରୁ ନାହାନ୍ତି। ଆସନ୍ତା ୯ ତାରିଖରେ କଂଗ୍ରେସ ପକ୍ଷରୁ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବୈଠକରେ କଂଗ୍ରେସ ଟିକଟରୁ ନିର୍ବାଚନ ଲଢ଼ିଥିବା ଅନୁସୂଚିତ ଜନଜାତି ବର୍ଗର ନେତା, ସାମାଜିକ ଆନ୍ଦୋଳନ ସହ ଜଡ଼ିତ ଥିବା ନେତା ଯୋଗଦେବେ। ବୈଠକରେ ହିଁ ପେସା ଆଇନକୁ ନେଇ କଂଗ୍ରେସର ଆଭିମୁଖ୍ୟ ଏବଂ ରୂପରେଖ ସ୍ଥିର ହେବ ବୋଲି ସେ କହିଛନ୍ତି।