ରାଜ୍ୟରେ ଟିକାର ଅଭାବ, ଆଉ ଦେଢ଼ ଦିନ ଯିବ ରାଜ୍ୟରେ ମହଜୁଦ୍ ଥିବା ଟିକା : ବିଜୟ ପାଣିଗ୍ରାହୀ

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ଟିକାର ଅଭାବ ରହିଛି। ଗତକାଲି ୧୦ ଜିଲ୍ଲାରେ ଟିକାକରଣ ବନ୍ଦ ଥିଲା। ଆଜି ସୁଦ୍ଧା ରାଜ୍ୟପାଖରେ  ୨ ଲକ୍ଷ ଡୋଜ କୋଭିସିଲ୍ଡ ଓ କୋଭାକ୍ସିନ୍ ମହଜୁଦ୍‌ ରହିଛି। ଏହା ଆଉ ଦେଢ଼ ଦିନ ଯିବ ବୋଲି କହିଛନ୍ତି ରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ। ସେ ଆହୁରି ମଧ୍ୟ କହିଛନ୍ତି  ଗତ ୧୨ ତାରିଖରେ ୨ଲକ୍ଷ ୭୧ହଜାର ଟିକା ଆସିଥିଲା।ଗତକାଲି ୫୫୬ କେନ୍ଦ୍ରରେ ୭୧୪୭୧ଜଣଙ୍କୁ ଟିକା ଦିଆଯାଇଛି। ଏ ଯାଏଁ ୪୬ଲକ୍ଷ […]

ଭୁବନେଶ୍ବର : ରାଜ୍ୟରେ ଟିକାର ଅଭାବ ରହିଛି। ଗତକାଲି ୧୦ ଜିଲ୍ଲାରେ ଟିକାକରଣ ବନ୍ଦ ଥିଲା। ଆଜି ସୁଦ୍ଧା ରାଜ୍ୟପାଖରେ  ୨ ଲକ୍ଷ ଡୋଜ କୋଭିସିଲ୍ଡ ଓ କୋଭାକ୍ସିନ୍ ମହଜୁଦ୍‌ ରହିଛି। ଏହା ଆଉ ଦେଢ଼ ଦିନ ଯିବ ବୋଲି କହିଛନ୍ତି ରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ।

ଆହୁରି ପଢ଼ନ୍ତୁ: ଜେଏସଡବ୍ଲୁ ପ୍ଲାଣ୍ଟର ପୁନଃ ଶିଳାନ୍ୟାସ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବାକୁ ଉଦ୍ଦିଷ୍ଟ: ବିଜେଡି

ସେ ଆହୁରି ମଧ୍ୟ କହିଛନ୍ତି  ଗତ ୧୨ ତାରିଖରେ ୨ଲକ୍ଷ ୭୧ହଜାର ଟିକା ଆସିଥିଲା।ଗତକାଲି ୫୫୬ କେନ୍ଦ୍ରରେ ୭୧୪୭୧ଜଣଙ୍କୁ ଟିକା ଦିଆଯାଇଛି। ଏ ଯାଏଁ ୪୬ଲକ୍ଷ ୫୬ହଜାର ୪୫୦ ଡୋଜ ଟିକା ଦେଇସାରିଛୁ। ଆଜି ପ୍ରାୟ ୧ ହାଜର ଟିକା କେନ୍ଦ୍ରରେ ଟିକାକରଣ ଚାଲିଛି।ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ।

ଆହୁରି ପଢ଼ନ୍ତୁ: ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣା: ଥାନା ଘେରାଉ ସହ କଟକ-ଭୁବନେଶ୍ୱର ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଅପରପକ୍ଷରେ ବଲାଙ୍ଗୀର ଜିଲ୍ଲାରେ କରୋନା ଭୀଷଣ ରୂପ ଧାରଣ କରିବାରେ ଲାଗିଛି । ଗତ କିଛି ଦିନ ହେଲା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଜିଲ୍ଲାରେ କରୋନା ଟିକାଦାନ କେନ୍ଦ୍ର ଗୁଡ଼ିକରେ ତାଲା ଝୁଲୁଛି । ଟିକା ଅଭାବରୁ ଜିଲ୍ଲାର ୫୬ଟି ଟିକାଦାନ କେନ୍ଦ୍ର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଆଜି ଟିକା ନେବା ପାଇଁ ବିଭିନ୍ନ ଟିକା କେନ୍ଦ୍ରକୁ ଆସିଥିବା ଲୋକେ ଗେଟରେ ତାଲା ଝୁଲୁଥିବା ଦେଖି ଅସନ୍ତୋଷ ପ୍ରକାଶ କରି ଫେରି ଯାଇଛନ୍ତି । ତେବେ ପୁଣି କେବେ ଟିକା ଆସିବ ଓ ଲୋକେ ନେବେ ତାହାକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଠିକ୍ ଭାବରେ କିଛି ସ୍ପଷ୍ଟ କରିପାରୁନାହିଁ । ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦି ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଟିକା ଉତ୍ସବ ପାଳନ ନେଇ ଘୋଷଣା କରିଥିଲେ । ତେବେ ବଲାଙ୍ଗିରରେ ଟିକା ଅଭାବରୁ ଏହି ଉତ୍ସବରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ରବିଧାନ ସଂଗ୍ରହ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ; ଚାଷୀ ମାରଣ ନୀତି ବିରୋଧରେ ଆନ୍ଦୋଳନ ତେଜିବ: ବିଜେଡି

15 Apr 2021 By The Sakala

ରାଜ୍ୟରେ ଟିକାର ଅଭାବ, ଆଉ ଦେଢ଼ ଦିନ ଯିବ ରାଜ୍ୟରେ ମହଜୁଦ୍ ଥିବା ଟିକା : ବିଜୟ ପାଣିଗ୍ରାହୀ

ଭୁବନେଶ୍ବର : ରାଜ୍ୟରେ ଟିକାର ଅଭାବ ରହିଛି। ଗତକାଲି ୧୦ ଜିଲ୍ଲାରେ ଟିକାକରଣ ବନ୍ଦ ଥିଲା। ଆଜି ସୁଦ୍ଧା ରାଜ୍ୟପାଖରେ  ୨ ଲକ୍ଷ ଡୋଜ କୋଭିସିଲ୍ଡ ଓ କୋଭାକ୍ସିନ୍ ମହଜୁଦ୍‌ ରହିଛି। ଏହା ଆଉ ଦେଢ଼ ଦିନ ଯିବ ବୋଲି କହିଛନ୍ତି ରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ।

ସେ ଆହୁରି ମଧ୍ୟ କହିଛନ୍ତି  ଗତ ୧୨ ତାରିଖରେ ୨ଲକ୍ଷ ୭୧ହଜାର ଟିକା ଆସିଥିଲା।ଗତକାଲି ୫୫୬ କେନ୍ଦ୍ରରେ ୭୧୪୭୧ଜଣଙ୍କୁ ଟିକା ଦିଆଯାଇଛି। ଏ ଯାଏଁ ୪୬ଲକ୍ଷ ୫୬ହଜାର ୪୫୦ ଡୋଜ ଟିକା ଦେଇସାରିଛୁ। ଆଜି ପ୍ରାୟ ୧ ହାଜର ଟିକା କେନ୍ଦ୍ରରେ ଟିକାକରଣ ଚାଲିଛି।ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ।

ଅପରପକ୍ଷରେ ବଲାଙ୍ଗୀର ଜିଲ୍ଲାରେ କରୋନା ଭୀଷଣ ରୂପ ଧାରଣ କରିବାରେ ଲାଗିଛି । ଗତ କିଛି ଦିନ ହେଲା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଜିଲ୍ଲାରେ କରୋନା ଟିକାଦାନ କେନ୍ଦ୍ର ଗୁଡ଼ିକରେ ତାଲା ଝୁଲୁଛି । ଟିକା ଅଭାବରୁ ଜିଲ୍ଲାର ୫୬ଟି ଟିକାଦାନ କେନ୍ଦ୍ର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଆଜି ଟିକା ନେବା ପାଇଁ ବିଭିନ୍ନ ଟିକା କେନ୍ଦ୍ରକୁ ଆସିଥିବା ଲୋକେ ଗେଟରେ ତାଲା ଝୁଲୁଥିବା ଦେଖି ଅସନ୍ତୋଷ ପ୍ରକାଶ କରି ଫେରି ଯାଇଛନ୍ତି । ତେବେ ପୁଣି କେବେ ଟିକା ଆସିବ ଓ ଲୋକେ ନେବେ ତାହାକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଠିକ୍ ଭାବରେ କିଛି ସ୍ପଷ୍ଟ କରିପାରୁନାହିଁ । ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦି ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଟିକା ଉତ୍ସବ ପାଳନ ନେଇ ଘୋଷଣା କରିଥିଲେ । ତେବେ ବଲାଙ୍ଗିରରେ ଟିକା ଅଭାବରୁ ଏହି ଉତ୍ସବରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର