ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ! , ସାହି ଲୋକଙ୍କ ପାଇଁ ବଞ୍ଚିଲା ଝିଅର ଜୀବନ ...

Deviprasad Mohanty Picture
Published On

ଜୟପୁର: ଜୟପୁର ଇରିଗେସନ କଲୋନୀରେ ଜଣେ ମାନସିକ ବିକାରଗ୍ରସ୍ତ ମାଆ ନିଜ ନାବାଳିକା ଝିଅକୁ ବଳି ଦେବାକୁ ଉଦ୍ୟମ  କରିଛନ୍ତି। ସ୍ଥାନୀୟ ଲୋକଙ୍କ ପାଇଁ  ଝିଅର ଜୀବନ ବଞ୍ଚି ଯାଇଛି। ପ୍ରକାଶ ଯେ, ମାଆ ଅମ୍ୱିକା ଖୋସଲା ଜଣେ ବିଧବା ଓ ସେ ଇରିଗେସନ କଲୋନୀ ସ୍ଥିତ ଏକ ବସ୍ତି ଅଞ୍ଚଳରେ ନିଜର ୨ ପୁଅ ଓ ଝିଅକୁ ନେଇ ରହୁଥିଲେ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, କିଛିଦିନ ହେଲା ୧୩ ବର୍ଷୀୟା ନାବାଳିକାଙ୍କ ମା’ ନିଜ ଘରେ ତନ୍ତ୍ର ସାଧନ କରୁଥିଲେ। ସ୍ଥାନୀୟ ଲୋକେ ତାକୁ ବିରୋଧ କଲେ ମଧ୍ୟ ସେ ଶୁଣି ନଥିଲେ। ଅମ୍ୱିକାଙ୍କ ଆଚରଣ ଅନେକ ସମୟରେ ଅସ୍ୱାଭାବିକ ରହୁଥିବା ଯୋଗୁଁ ସାହି ଲୋକେ ମଧ୍ୟ ତାଙ୍କୁ କିଛି କହିବାକୁ ଡରୁଥିଲେ। ତେବେ ମା’ ଅମ୍ୱିକା ଗୋଟିଏ ଧର୍ମକୁ ମାନୁଥିବା  ବେଳେ ଝିଅ ନିକିତା ଅନ୍ୟ ଏକ ଧର୍ମକୁ ମାନୁଥିଲେ । ତେଣୁ ମା’ ଏଥିପାଇଁ ଝିଅକୁ ବିରୋଧ କରୁଥିଲା। ଆଜି ସନ୍ଧ୍ୟା ୪ଟା ସମୟରେ  ଝିଅ ନିକିତାଙ୍କ ଚିତ୍କାର ଶୁଣି ସାହି ବାସିନ୍ଦା  ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେଠାରେ ଝିଅ ନିକିତା ଅଚେତ ଥିବା ସହ ତାଙ୍କ ଗୋଡ଼ହାତ ମୋଡି ହୋଇ ରହିଥିବା ଦେଖିଥିଲେ।  ସ୍ଥାନୀୟ ଲୋକେ ପୁଲିସକୁ ଫୋନ କରି ଝିଅ ନିକିତାକୁ ହସ୍ତାନ୍ତର କରିଥିଲେ। ମାଆ ନିଜ ଝିଅକୁ ବଳି ଦେବାକୁ ଉଦ୍ୟମ କରିଥିବା ଲୋକେ ଅନୁମାନ କରୁଛନ୍ତି।  ମହିଳାଙ୍କ ଆଚରଣକୁ ନେଇ ସାହି ବାସିନ୍ଦା ଭୟଭୀତ ଅଛନ୍ତି। 

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ; କହିଲେ, ବିଜେପି ସରକାରରେ ନେତୃତ୍ୱ ସଙ୍କଟ, ବଢୁଛି ନାରୀ ନିର୍ଯାତନା

ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ କହିଛନ୍ତି, ଅମ୍ୱିକା ଖୋସ୍ଲା ଅତ୍ୟଧିକ ମଦ୍ୟପାନ କରି ସାହି ବାସିନ୍ଦାଙ୍କୁ ଗାଳିଗୁଲଜ କରୁଥିଲେ। ଝିଅ ନିକିତାର ଦେହ ଖରାପ ହୋଇଥିବା ଯୋଗୁଁ ସେ ଅଚେତ ଅବସ୍ଥାରେ ଶୋଇଥିଲା। ବଳି ପାଇଁ ଉଦ୍ୟମ କରିବା କଥା ମିଥ୍ୟା। ତଥାପି ଝିଅ ନିକିତାର ଚେତା ଆସିବା ପରେ ପୁଲିସ ପ୍ରକୃତ ଘଟଣା କଣ ତାହା ସ୍ପଷ୍ଟ କରିବ ବୋଲି କହିଥିଲେ। 

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

15 Dec 2025 By Deviprasad Mohanty

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ! , ସାହି ଲୋକଙ୍କ ପାଇଁ ବଞ୍ଚିଲା ଝିଅର ଜୀବନ ...

ଜୟପୁର: ଜୟପୁର ଇରିଗେସନ କଲୋନୀରେ ଜଣେ ମାନସିକ ବିକାରଗ୍ରସ୍ତ ମାଆ ନିଜ ନାବାଳିକା ଝିଅକୁ ବଳି ଦେବାକୁ ଉଦ୍ୟମ  କରିଛନ୍ତି। ସ୍ଥାନୀୟ ଲୋକଙ୍କ ପାଇଁ  ଝିଅର ଜୀବନ ବଞ୍ଚି ଯାଇଛି। ପ୍ରକାଶ ଯେ, ମାଆ ଅମ୍ୱିକା ଖୋସଲା ଜଣେ ବିଧବା ଓ ସେ ଇରିଗେସନ କଲୋନୀ ସ୍ଥିତ ଏକ ବସ୍ତି ଅଞ୍ଚଳରେ ନିଜର ୨ ପୁଅ ଓ ଝିଅକୁ ନେଇ ରହୁଥିଲେ।

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, କିଛିଦିନ ହେଲା ୧୩ ବର୍ଷୀୟା ନାବାଳିକାଙ୍କ ମା’ ନିଜ ଘରେ ତନ୍ତ୍ର ସାଧନ କରୁଥିଲେ। ସ୍ଥାନୀୟ ଲୋକେ ତାକୁ ବିରୋଧ କଲେ ମଧ୍ୟ ସେ ଶୁଣି ନଥିଲେ। ଅମ୍ୱିକାଙ୍କ ଆଚରଣ ଅନେକ ସମୟରେ ଅସ୍ୱାଭାବିକ ରହୁଥିବା ଯୋଗୁଁ ସାହି ଲୋକେ ମଧ୍ୟ ତାଙ୍କୁ କିଛି କହିବାକୁ ଡରୁଥିଲେ। ତେବେ ମା’ ଅମ୍ୱିକା ଗୋଟିଏ ଧର୍ମକୁ ମାନୁଥିବା  ବେଳେ ଝିଅ ନିକିତା ଅନ୍ୟ ଏକ ଧର୍ମକୁ ମାନୁଥିଲେ । ତେଣୁ ମା’ ଏଥିପାଇଁ ଝିଅକୁ ବିରୋଧ କରୁଥିଲା। ଆଜି ସନ୍ଧ୍ୟା ୪ଟା ସମୟରେ  ଝିଅ ନିକିତାଙ୍କ ଚିତ୍କାର ଶୁଣି ସାହି ବାସିନ୍ଦା  ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେଠାରେ ଝିଅ ନିକିତା ଅଚେତ ଥିବା ସହ ତାଙ୍କ ଗୋଡ଼ହାତ ମୋଡି ହୋଇ ରହିଥିବା ଦେଖିଥିଲେ।  ସ୍ଥାନୀୟ ଲୋକେ ପୁଲିସକୁ ଫୋନ କରି ଝିଅ ନିକିତାକୁ ହସ୍ତାନ୍ତର କରିଥିଲେ। ମାଆ ନିଜ ଝିଅକୁ ବଳି ଦେବାକୁ ଉଦ୍ୟମ କରିଥିବା ଲୋକେ ଅନୁମାନ କରୁଛନ୍ତି।  ମହିଳାଙ୍କ ଆଚରଣକୁ ନେଇ ସାହି ବାସିନ୍ଦା ଭୟଭୀତ ଅଛନ୍ତି। 

ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ କହିଛନ୍ତି, ଅମ୍ୱିକା ଖୋସ୍ଲା ଅତ୍ୟଧିକ ମଦ୍ୟପାନ କରି ସାହି ବାସିନ୍ଦାଙ୍କୁ ଗାଳିଗୁଲଜ କରୁଥିଲେ। ଝିଅ ନିକିତାର ଦେହ ଖରାପ ହୋଇଥିବା ଯୋଗୁଁ ସେ ଅଚେତ ଅବସ୍ଥାରେ ଶୋଇଥିଲା। ବଳି ପାଇଁ ଉଦ୍ୟମ କରିବା କଥା ମିଥ୍ୟା। ତଥାପି ଝିଅ ନିକିତାର ଚେତା ଆସିବା ପରେ ପୁଲିସ ପ୍ରକୃତ ଘଟଣା କଣ ତାହା ସ୍ପଷ୍ଟ କରିବ ବୋଲି କହିଥିଲେ। 

https://www.thesakala.in/latest-odisha-news/koraput/jeypore-woman-accused-of-attempting-daughter-sacrifice/article-43588
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର