ଅତିଥି କରି ଡାକିଲେ; ଟଙ୍କା ଦାବିକରି ନିର୍ଧୂମ୍‌ ଛେଚିଲେ

The Sakala Picture
Published On

ଖଣ୍ଡଗିରି : ମେଲୋଡି କାର୍ଯ୍ୟକ୍ରମକୁ ଅତିଥି ଭାବେ ନିମନ୍ତ୍ରଣ କଲେ। କାର୍ଯ୍ୟକ୍ରମ ସରିବା ପରେ ଟଙ୍କା ମାଗିଲେ। ଦାବି ମୁତାବକ ଟଙ୍କା ନ ଦେବାରୁ ଅତିଥି ଓ ତାଙ୍କ ସାଙ୍ଗରେ ଆସିଥିବା ଜଣେ ସହକର୍ମୀଙ୍କୁ ନିର୍ଧୂମ୍‌ ଛେଚିଲେ କାର୍ଯ୍ୟକ୍ରମର ଆୟୋଜକମାନେ। ଏମିତିକି ଅତିଥି ଆସିଥିବା କାର୍‍କୁ ମଧ୍ୟ ଭାଙ୍ଗି ଦେଇଛନ୍ତି ଜୟଦେବ ୟୁଥ୍‍ କ୍ଳବ୍‍ର ସଦସ୍ୟ। ଏଭଳି ଘଟଣା ଘଟିଛି ଭରତପୁର ଥାନା ଅନ୍ତର୍ଗତ ଆମ୍ରି ଡାକ୍ତରଖାନା ନିକଟରେ। ଆକ୍ରମଣର ଶିକାର ହୋଇଥିବା ଅତିଥି ଶଶିକାନ୍ତ ସାମଲ […]

ଖଣ୍ଡଗିରି : ମେଲୋଡି କାର୍ଯ୍ୟକ୍ରମକୁ ଅତିଥି ଭାବେ ନିମନ୍ତ୍ରଣ କଲେ। କାର୍ଯ୍ୟକ୍ରମ ସରିବା ପରେ ଟଙ୍କା ମାଗିଲେ। ଦାବି ମୁତାବକ ଟଙ୍କା ନ ଦେବାରୁ ଅତିଥି ଓ ତାଙ୍କ ସାଙ୍ଗରେ ଆସିଥିବା ଜଣେ ସହକର୍ମୀଙ୍କୁ ନିର୍ଧୂମ୍‌ ଛେଚିଲେ କାର୍ଯ୍ୟକ୍ରମର ଆୟୋଜକମାନେ। ଏମିତିକି ଅତିଥି ଆସିଥିବା କାର୍‍କୁ ମଧ୍ୟ ଭାଙ୍ଗି ଦେଇଛନ୍ତି ଜୟଦେବ ୟୁଥ୍‍ କ୍ଳବ୍‍ର ସଦସ୍ୟ। ଏଭଳି ଘଟଣା ଘଟିଛି ଭରତପୁର ଥାନା ଅନ୍ତର୍ଗତ ଆମ୍ରି ଡାକ୍ତରଖାନା ନିକଟରେ। ଆକ୍ରମଣର ଶିକାର ହୋଇଥିବା ଅତିଥି ଶଶିକାନ୍ତ ସାମଲ ଓ ନ୍ୟୁଟନ ପାଣିଗ୍ରାହୀ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ଆମ୍ରି ଡାକ୍ତରଖାନା ନିକଟରେ ଥିବା ଏକ ଯୁବ ସଂଗଠନର ସଦସ୍ୟମାନେ ଗତ ସୋମବାର ଜାଗମରା ଅଞ୍ଚଳର ଶଶିକାନ୍ତଙ୍କୁ ମେଲୋଡି କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ଅତିଥି ଭାବେ ନିମନ୍ତ୍ରଣ କରିଥିଲେ। କାର୍ଯ୍ୟକ୍ରମ ସରିବା ପରେ କ୍ଲବ୍‍ ସଦସ୍ୟମାନେ ଶଶିକାନ୍ତଙ୍କୁ ଅନୁଦାନ ଦେବାପାଇଁ କହିଥିଲେ।

ଶଶିକାନ୍ତ ତାଙ୍କ ସାମର୍ଥ୍ୟ ମୁତାବକ ୩୦ ହଜାର ଟଙ୍କା କ୍ଲବ୍‍ ସଦସ୍ୟଙ୍କୁ ଦେଇଥିଲେ। ହେଲେ କ୍ଲବ୍‍ ସଦସ୍ୟମାନେ ସେତିକିରେ ସନ୍ତୁଷ୍ଟ ନ ହୋଇ ଆହୁରି ୨୦ ହଜାର ବା ମୋଟ୍‍ ୫୦ ହଜାର ଟଙ୍କା ଦାବି କରିଥିଲେ। ଶଶିକାନ୍ତ ଏତେ ପରିମାଣର ଟଙ୍କା ଦେବାକୁ ଅସମର୍ଥ ପ୍ରକାଶ କରିବାରୁ ବବୁଲ୍‍, ରାଜା ଓ ଶିବ ତାଙ୍କୁ ମିଳିତ ଭାବେ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବାକୁ ଶଶିକାନ୍ତ କାର୍‍କୁ ଯାଉଥିବାବେଳେ ଶଶିକାନ୍ତ ଓ ତାଙ୍କ ସହକର୍ମୀ ନ୍ୟୁଟନଙ୍କୁ ମଧ୍ୟ ସେମାନେ ଆକ୍ରମଣ କରିଥିଲେ। ଉକ୍ତ କାର୍‍କୁ କ୍ଲବ୍‍ ସଦସ୍ୟମାନେ ଭାଙ୍ଗି ଚୁର୍‍ମାର କରି ଦେଇଥିଲେ। ଏନେଇ ଶଶିକାନ୍ତ ଭରତପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଦଫା ୩୮୪, ୩୮୫, ୩୨୩, ୪୨୭, ୫୦୬ ଓ ୩୪ ଆଇପିସିରେ ଏକ ମାମଲା ରୁଜୁକରିଛି। ବବୁଲ୍‍, ରାଜା ଓ ଶିବକୁ ଅଭିଯୁକ୍ତ ଦର୍ଶାଇ ତଦନ୍ତ କରୁଥିଲେ ମଧ୍ୟ କାହାରିକୁ ଗିରଫ କରିପାରିନାହିଁ।

08 Sep 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର