ଖୋର୍ଦ୍ଧା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ସମ୍ପନ୍ନ

Madhusudan Das Picture
Published On

ଖୋର୍ଦ୍ଧା: ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦ, ଖୋର୍ଦ୍ଧାର ବାର୍ଷିକ ଉତ୍ସବ ଗତ ୧୭ ଜୁନ୍ ଦିନ ଖୋର୍ଦ୍ଧା ଟାଉନ୍ ହଲ୍‌ଠାରେ ମହା ଆଡ଼ମ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ରଚିତ ‘ଏକଲା ଚଲୋ ରେ’ ଗୀତର ଓଡ଼ିଆ ଅନୁବାଦ ଆଧାରିତ ନୃତ୍ୟ ପରିବେଷଣ ଦର୍ଶକଙ୍କ ମନ ଜିଣିଥିଲା। ଗାୟକ ସଞ୍ଜୟ ପଟ୍ଟନାୟକଙ୍କ କଣ୍ଠଦାନରେ ପରିବେଷିତ ଏହି ଗୀତରେ ଏୟାର ଭେଟେରାନ୍ ଗଦାଧର ଗୁମାନସିଂହ ଅନବଦ୍ୟ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ କରତାଳି ସାଉଁଟିଥିଲେ। 

ଏହି କାର୍ଯ୍ୟକ୍ରମର ରଚନା ଓ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିଲେ ଗିରୀଶ ନନ୍ଦ। ସହ-ନିର୍ଦ୍ଦେଶନା ଦେଇଥିଲେ ସଚ୍ଚିଦାନନ୍ଦ ବାରିକ୍। ଗୀତ ରଚନା କରିଥିଲେ ଡ଼. ଅନ୍ତର୍ଯ୍ୟାମୀ ତ୍ରିପାଠୀ ଏବଂ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ମନିପାଲ ସାହୁ। ସେହିପରି ମଞ୍ଚସ୍ଥ ନାଟକ ‘ବଂଶ ବୈଭବ’ରେ ଇଞ୍ଜିନିୟର ଗଦାଧର ଗୁମାନସିଂହ ମଳୟ ମିଶ୍ରଙ୍କ ଭୂମିକାରେ ଅଭିନୟ କରି ଦର୍ଶକଙ୍କୁ ମୁଗ୍ଧ କରିଥିଲେ। ତାଙ୍କ ଅଭିନୟ ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲା। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବିଭିନ୍ନ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ମଧ୍ୟ ଅନୁଷ୍ଠିତ ହୋଇଥିଲା। ପରିଷଦର ସମସ୍ତ ସଦସ୍ୟ ଏହି ଉତ୍ସବକୁ ସଫଳ କରିବାରେ ସହଯୋଗ କରିଥିଲେ।

18 Jun 2026 By Madhusudan Das

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର