ବାଲୁଗାଁରେ ଲୁଟେରାଙ୍କ ଆତଙ୍କ, ଗୋଟିଏ ରାତିରେ ୮ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି

Tapas Ranjan Nanda Picture
Published On

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସହରରେ ଚୋରଙ୍କ ଆତଙ୍କ ଦେଖିବାକୁ ମିଳିଛି। ଗୋଟିଏ ରାତିରେ ସହରର ବିଭିନ୍ନ ସ୍ଥାନରେ ଥିବା ୮ଟି ମନ୍ଦିରରୁ ଚୋରି ହୋଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ସହ ହୁଣ୍ଡି ବାକ୍ସ ଭାଙ୍ଗି ଟଙ୍କା ଚୋରି କରି ନେଇଛନ୍ତି।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; କଣ୍ଟେନର ଧକ୍କାରେ ତିନି ବାଇକ ଆରୋହୀ ମୃତ

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବାଲୁଗାଁ ଏନଏସି ଅଞ୍ଚଳର ୫ଟି ପୃଥକ ସ୍ଥାନରେ ଏହି ଚୋରି ହୋଇଛି। ସାମନ୍ତରାୟପୁର ସାହିର ଗୋଟିଏ ପରିସରରେ ଥିବା ଦଧିବାମନ, ହନୁମାନ ଏବଂ ଠାକୁରାଣୀ ମନ୍ଦିର ସମେତ ମୋଟ ୪ଟି ମନ୍ଦିରରୁ ଚୋରି ହୋଇଛି। ଏହା ବ୍ୟତୀତ ବିଦ୍ୟାଧରପୁର ସାହି, ଗାନ୍ଧୀନଗର, ସରଳାପଦର ସ୍ଥିତ ଉତ୍ତରାୟଣୀ ମନ୍ଦିର ଓ କାଳୀଜାଈ ସାହିର କାଳୀଜାଈ ମନ୍ଦିରରୁ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

ଲୁଟେରାମାନେ ମନ୍ଦିରରୁ ରୁପା କିରୀଟ, ବାହୁଟି, ସୁନା ଚିତା ଓ ମଙ୍ଗଳସୂତ୍ର ଭଳି ମୂଲ୍ୟବାନ ଅଳଙ୍କାର ଚୋରି କରି ନେଇଛନ୍ତି। ଏଥିସହ ମନ୍ଦିରରେ ଥିବା ଦାନବାକ୍ସ ବା ହୁଣ୍ଡି ଭାଙ୍ଗି ସେଥିରୁ ନଗଦ ଟଙ୍କା ମଧ୍ୟ ଲୁଟି ନେଇଛନ୍ତି। ଗୋଟିଏ ରାତିରେ ଏକାସାଙ୍ଗେ ଏତେଗୁଡ଼ିଏ ମନ୍ଦିରରୁ ଚୋରି ହୋଇଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଏନେଇ ବାଲୁଗାଁ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: କମ୍‌‌ ପଇସାରେ ହାଲୁକା ନିଶା: କଫ୍‌‌ ସିରପ୍‌‌ ମାୟାରେ ଟୁଇନସିଟିର ଯୁବପିଢ଼ି

14 Feb 2026 By Tapas Ranjan Nanda

ବାଲୁଗାଁରେ ଲୁଟେରାଙ୍କ ଆତଙ୍କ, ଗୋଟିଏ ରାତିରେ ୮ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସହରରେ ଚୋରଙ୍କ ଆତଙ୍କ ଦେଖିବାକୁ ମିଳିଛି। ଗୋଟିଏ ରାତିରେ ସହରର ବିଭିନ୍ନ ସ୍ଥାନରେ ଥିବା ୮ଟି ମନ୍ଦିରରୁ ଚୋରି ହୋଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ସହ ହୁଣ୍ଡି ବାକ୍ସ ଭାଙ୍ଗି ଟଙ୍କା ଚୋରି କରି ନେଇଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବାଲୁଗାଁ ଏନଏସି ଅଞ୍ଚଳର ୫ଟି ପୃଥକ ସ୍ଥାନରେ ଏହି ଚୋରି ହୋଇଛି। ସାମନ୍ତରାୟପୁର ସାହିର ଗୋଟିଏ ପରିସରରେ ଥିବା ଦଧିବାମନ, ହନୁମାନ ଏବଂ ଠାକୁରାଣୀ ମନ୍ଦିର ସମେତ ମୋଟ ୪ଟି ମନ୍ଦିରରୁ ଚୋରି ହୋଇଛି। ଏହା ବ୍ୟତୀତ ବିଦ୍ୟାଧରପୁର ସାହି, ଗାନ୍ଧୀନଗର, ସରଳାପଦର ସ୍ଥିତ ଉତ୍ତରାୟଣୀ ମନ୍ଦିର ଓ କାଳୀଜାଈ ସାହିର କାଳୀଜାଈ ମନ୍ଦିରରୁ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଲୁଟେରାମାନେ ମନ୍ଦିରରୁ ରୁପା କିରୀଟ, ବାହୁଟି, ସୁନା ଚିତା ଓ ମଙ୍ଗଳସୂତ୍ର ଭଳି ମୂଲ୍ୟବାନ ଅଳଙ୍କାର ଚୋରି କରି ନେଇଛନ୍ତି। ଏଥିସହ ମନ୍ଦିରରେ ଥିବା ଦାନବାକ୍ସ ବା ହୁଣ୍ଡି ଭାଙ୍ଗି ସେଥିରୁ ନଗଦ ଟଙ୍କା ମଧ୍ୟ ଲୁଟି ନେଇଛନ୍ତି। ଗୋଟିଏ ରାତିରେ ଏକାସାଙ୍ଗେ ଏତେଗୁଡ଼ିଏ ମନ୍ଦିରରୁ ଚୋରି ହୋଇଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଏନେଇ ବାଲୁଗାଁ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

https://www.thesakala.in/latest-odisha-news/khordha/balugaon/balugaon-serial-theft-8-temples-looted-in-one-night-gold-silver-stolen/article-44689
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର