ମନୋରଞ୍ଜନ
ଓଡ଼ିଶା
ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !
ରାଉରକେଲା: ରାଉରକେଲାରେ ବୀଭତ୍ସ ହତ୍ୟାକାଣ୍ଡ । ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନକୁ ଫିଙ୍ଗିଦେଲେ ଦୁର୍ବୃତ୍ତ । ରାଉରକେଲା ସହରର ବ୍ରାହ୍ମଣୀ ତରଙ୍ଗ ଥାନା IDC ଅଞ୍ଚଳରେ ଘଟିଛି ଏପରି ହତ୍ୟାକାଣ୍ଡ । ନିକଟରେ ଥିବା ଏକ ଡ୍ରେନରେ ପଡ଼ିଛି ମୃତଦେହ । ତେବେ ମୃତ ଯୁବକଙ୍କ ପରିଚୟ ମିଳିପାରି ନଥିବାବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ମିଳିଥିବା ସୂଚନା ଅନୁସାରେ, ଡ୍ରେନରୁ ଉଦ୍ଧାର ହୋଇଥିବା ମୃତ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତର ଚିହ୍ନ ରହିଛି । ଏହି ଆଘାତକୁ ଦେଖି ତାଙ୍କୁ କୌଣସି ଧାରୁଆ କିମ୍ବା ଭାରୀ ବସ୍ତୁରେ ଆକ୍ରମଣ କରାଯାଇଥିବା ଜଣାପଡିଛି । ହତ୍ୟା ପରେ ମୃତଦେହକୁ ଘଟଣାସ୍ଥଳରୁ ଅନ୍ୟତ୍ର ନେଇ ଡ୍ରେନ୍ ଭିତରେ ଫିଙ୍ଗି ଦିଆଯାଇଥିବା ନେଇ ସନ୍ଦେହ କରାଯାଉଛି । ତେବେ ଏହା ପଛରେ କିଏ ରହିଛି ଏବଂ ପ୍ରକୃତରେ କ’ଣ ଘଟିଥିଲା, ତାହା ଏବେ ପୋଲିସ ତଦନ୍ତରୁ ହିଁ ସ୍ପଷ୍ଟ ହେବ ।






