ଖୋର୍ଦ୍ଧା ଘରୋଇ କମ୍ପାନୀରେ ହତ୍ୟାକାଣ୍ଡ: ବିହାରୀ ଶ୍ରମିକର ଛୁରାମାଡ଼ରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

Tapas Ranjan Nanda Picture
Published On

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ଏକ ଘରୋଇ କମ୍ପାନୀ ପରିସରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। କମ୍ପାନୀ ଭିତରେ ସାମାନ୍ୟ ବଚସାରୁ ଜଣେ ସହଯୋଗୀ ଶ୍ରମିକର ଛୁରାମାଡ଼ରେ ଅନ୍ୟ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ଓଡ଼ିଶାର ହୋଇଥିବା ବେଳେ ଅଭିଯୁକ୍ତ ଜଣକ ବିହାରର ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

କଥା କଟାକଟିରୁ ହତ୍ୟାକାଣ୍ଡ

ସୂଚନା ଅନୁଯାୟୀ, ମୃତକ ହେଲେ ଭଦ୍ରକ ଅଞ୍ଚଳର ମନୋଜ ତରାଇ। ସେହିପରି ଅଭିଯୁକ୍ତର ନାମ ସୁନିଲ ମିଶ୍ରା ଏବଂ ତାଙ୍କ ଘର ବିହାର ରାଜ୍ୟରେ ବୋଲି ଜଣାପଡିଛି। ଉଭୟ ଖୋର୍ଦ୍ଧା ସ୍ଥିତ ଏକ କମ୍ପାନୀରେ କାମ କରୁଥିଲେ। ଗୁରୁବାର କୌଣସି ଏକ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ କଥା କଟାକଟି ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସୁନିଲ ଏକ ଧାରୁଆ ଛୁରୀରେ ମନୋଜଙ୍କୁ ଆକ୍ରମଣ କରିଥିଲେ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ଅଭିଯୁକ୍ତ ଅଟକ, ଛୁରୀ ଜବତ

ରକ୍ତ ଜୁଡୁବୁଡୁ ଅବସ୍ଥାରେ ମନୋଜଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାଘମାରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଅଭିଯୁକ୍ତ ସୁନିଲ ମିଶ୍ରାକୁ ଅଟକ ରଖିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ଜବତ କରିଛି। ଏହି ଘଟଣା ପଛର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ଅଧିକ ପଚରାଉଚରା ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର