ବାଘମାରୀ ଅଞ୍ଚଳରୁ ଗୋରୁ ବୋଝେଇ କଣ୍ଟେନର ଜବତ, ଚାଳକ ଫେରାର

The Sakala Picture
Published On

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ବାଘମାରୀ କଲେଜ୍ ସାମ୍ନାରୁ ଗୋରୁ ବୋଝେଇ ଗାଡ଼ି ଜବତ ହୋଇଛି। ବିଳମ୍ୱିତ ରାତିରେ ଗୋରୁ ଗାଡ଼ିକୁ ଜବତ କରିଛନ୍ତି ଗୋ ସୁରକ୍ଷା ସଙ୍ଗଠନ ଏବଂ ସ୍ଥାନୀୟ ଯୁବକ । ବାଘମାରି ଥାନାରେ ଗାଡ଼ି ମାଲିକ ସହିତ ଗାଡ଼ି ହେଲ୍ପର ଅଟକ ଥିବା ବେଳେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ଥିବା ଜଣା ପଡିଛି। ସୂଚନା ମୁତାବକ, OR01-M-4488 ନମ୍ବର ବିଶିଷ୍ଟ କଣ୍ଟେନରଟି ବେଗୁନିଆ ଥାନା କୁଶପଲ୍ଲା ଅଞ୍ଚଳରୁ ଗୋରୁ […]

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ବାଘମାରୀ କଲେଜ୍ ସାମ୍ନାରୁ ଗୋରୁ ବୋଝେଇ ଗାଡ଼ି ଜବତ ହୋଇଛି। ବିଳମ୍ୱିତ ରାତିରେ ଗୋରୁ ଗାଡ଼ିକୁ ଜବତ କରିଛନ୍ତି ଗୋ ସୁରକ୍ଷା ସଙ୍ଗଠନ ଏବଂ ସ୍ଥାନୀୟ ଯୁବକ । ବାଘମାରି ଥାନାରେ ଗାଡ଼ି ମାଲିକ ସହିତ ଗାଡ଼ି ହେଲ୍ପର ଅଟକ ଥିବା ବେଳେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ଥିବା ଜଣା ପଡିଛି।

ଆହୁରି ପଢ଼ନ୍ତୁ: ଖୋର୍ଦ୍ଧା ଜିଲ୍ଲାରେ କାଲିଠୁ ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସ୍କୁଲ୍‌

ସୂଚନା ମୁତାବକ, OR01-M-4488 ନମ୍ବର ବିଶିଷ୍ଟ କଣ୍ଟେନରଟି ବେଗୁନିଆ ଥାନା କୁଶପଲ୍ଲା ଅଞ୍ଚଳରୁ ଗୋରୁ ବୋଝେଇ କରି ଭଦ୍ରକ ଅଭିମୁଖେ ଯିବା ବେଳେ ବାଘମାରୀ କଲେଜ୍ ସାମ୍ନାରୁ ଧରାପଡ଼ିଛି। କଣ୍ଟେନର ମଧ୍ୟରେ ପାଖାପାଖି ୬୭ଟି ଗୋରୁ ଥିବା ଜଣା ପଡ଼ିଥିବା ବେଳେ ଖୋର୍ଦ୍ଧା ଭାଲିଆବାଡ଼ି ଖେଳ ପଡ଼ିଆରେ ସମସ୍ତ ଗୋରୁଙ୍କୁ ଖଲାସ କରାଯାଇଥିବା ଜଣା ପଡିଛି। ତେବେ ଗୋରୁ ବୋଝେଇ କଣ୍ଟେନରଟି କୁଶପଲ୍ଲା ଅଞ୍ଚଳର ଶେଖ୍ ଜବ୍ବରଙ୍କ ନାମରେ ପଞ୍ଜୀକୃତ ହୋଇଥିବା ବେଳେ ଶେଖ୍ ଜବ୍ବର ଦୀର୍ଘଦିନ ଏହି ଗୋରୁ ଚାଲାଣ କରି ଆସୁଥିବା ଜଣାପଡିଛି।

15 Sep 2022 By The Sakala

ବାଘମାରୀ ଅଞ୍ଚଳରୁ ଗୋରୁ ବୋଝେଇ କଣ୍ଟେନର ଜବତ, ଚାଳକ ଫେରାର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ବାଘମାରୀ କଲେଜ୍ ସାମ୍ନାରୁ ଗୋରୁ ବୋଝେଇ ଗାଡ଼ି ଜବତ ହୋଇଛି। ବିଳମ୍ୱିତ ରାତିରେ ଗୋରୁ ଗାଡ଼ିକୁ ଜବତ କରିଛନ୍ତି ଗୋ ସୁରକ୍ଷା ସଙ୍ଗଠନ ଏବଂ ସ୍ଥାନୀୟ ଯୁବକ । ବାଘମାରି ଥାନାରେ ଗାଡ଼ି ମାଲିକ ସହିତ ଗାଡ଼ି ହେଲ୍ପର ଅଟକ ଥିବା ବେଳେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ଥିବା ଜଣା ପଡିଛି।

ସୂଚନା ମୁତାବକ, OR01-M-4488 ନମ୍ବର ବିଶିଷ୍ଟ କଣ୍ଟେନରଟି ବେଗୁନିଆ ଥାନା କୁଶପଲ୍ଲା ଅଞ୍ଚଳରୁ ଗୋରୁ ବୋଝେଇ କରି ଭଦ୍ରକ ଅଭିମୁଖେ ଯିବା ବେଳେ ବାଘମାରୀ କଲେଜ୍ ସାମ୍ନାରୁ ଧରାପଡ଼ିଛି। କଣ୍ଟେନର ମଧ୍ୟରେ ପାଖାପାଖି ୬୭ଟି ଗୋରୁ ଥିବା ଜଣା ପଡ଼ିଥିବା ବେଳେ ଖୋର୍ଦ୍ଧା ଭାଲିଆବାଡ଼ି ଖେଳ ପଡ଼ିଆରେ ସମସ୍ତ ଗୋରୁଙ୍କୁ ଖଲାସ କରାଯାଇଥିବା ଜଣା ପଡିଛି। ତେବେ ଗୋରୁ ବୋଝେଇ କଣ୍ଟେନରଟି କୁଶପଲ୍ଲା ଅଞ୍ଚଳର ଶେଖ୍ ଜବ୍ବରଙ୍କ ନାମରେ ପଞ୍ଜୀକୃତ ହୋଇଥିବା ବେଳେ ଶେଖ୍ ଜବ୍ବର ଦୀର୍ଘଦିନ ଏହି ଗୋରୁ ଚାଲାଣ କରି ଆସୁଥିବା ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର