ମହିଳା ସରପଞ୍ଚଙ୍କୁ ନିର୍ଯାତନା, ରଜରେ ରାଇରଙ୍ଗପୁରରେ ଗଣଦୁଷ୍କର୍ମ: ମହିଳା ଓ ନାବାଳିକାଙ୍କ ସୁରକ୍ଷା ପ୍ରସଙ୍ଗରେ ବର୍ଷିଲା ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ମହିଳା ଓ ନାବାଳିକାଙ୍କ ଉପରେ ବଢ଼ୁଥିବା ଅପରାଧ ଘଟଣାକୁ ନେଇ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ମୁଖ୍ୟତଃ ନିକଟରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳରେ ଜଣେ ୧୩ ବର୍ଷୀୟା ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ଓ କେନ୍ଦ୍ରାପଡ଼ା ଜିଲ୍ଲାର ସରପଞ୍ଚ ଚାମେଲୀ ଓଝାଙ୍କୁ ଆକ୍ରମଣ ଘଟଣାକୁ ନେଇ ଦଳ ପକ୍ଷରୁ ଗଭୀର ଉଦ୍‌ବେଗ ପ୍ରକାଶ କରାଯାଇଛି। ରଜ ପର୍ବ ଭଳି ଆନନ୍ଦର ମାହୋଲ୍‌ ସମୟରେ ଏଭଳି ଜଘନ୍ୟ ଘଟଣା ସମଗ୍ର ଓଡ଼ିଶାବାସୀଙ୍କୁ ମର୍ମାହତ କରିଛି ଏବଂ ମହିଳା ଓ ଶିଶୁଙ୍କ ସୁରକ୍ଷା ପ୍ରତି ସରକାରଙ୍କ ଦାୟିତ୍ୱବୋଧ ନେଇ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରିଛି ବୋଲି ବିଜେଡି କହିଛି। ମହିଳା ଓ ନାବାଳିକାଙ୍କ ଉପରେ ଘଟୁଥିବା ଅପରାଧ ମାମଲାର ଶୀଘ୍ର ବିଚାର ପାଇଁ ଫାଷ୍ଟ ଟ୍ରାକ୍‌ କୋର୍ଟଗୁଡ଼ିକୁ ଅଧିକ ସକ୍ରିୟ କରାଯିବା ସହ ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ଥିବା ସମସ୍ତ ଯୋଜନା ଓ ପାଣ୍ଠିର ସଠିକ୍‌ ବ୍ୟବହାର ସୁନିଶ୍ଚିତ କରାଯାଉ ଦଳ ପକ୍ଷରୁ ଦାବି କରାଯାଇଛି। ଏହାସହିତ ମହିଳାଙ୍କ ସୁରକ୍ଷା, ସମ୍ମାନ ଓ ନ୍ୟାୟ ପ୍ରସଙ୍ଗରେ କୌଣସି ପ୍ରକାରର ଅବହେଳା ଗ୍ରହଣୀୟ ନୁହେଁ। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ସାରା ଓଡ଼ିଶାରେ ଏହି ପ୍ରସଙ୍ଗରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି। 

ଆହୁରି ପଢ଼ନ୍ତୁ: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା: ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆଜି ଦଳ ପକ୍ଷରୁ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାପତି ଇପ୍ସିତା ସାହୁ, ବିଜୁ ମହିଳା ଜନତା ଦଳର ଉପସଭାପତି ଭାରତୀ ସିଂହ ଏବଂ ପୂର୍ବତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ପ୍ରମୁଖ ସରକାରଙ୍କୁ ନାରୀ ସୁରକ୍ଷା ପ୍ରସଙ୍ଗରେ କାଠଗଡ଼ାରେ ଠିଆ କରିଛନ୍ତି।  ବିଜୁ ଛାତ୍ର ଜନତା ଦଳର ସଭାପତି ଇପ୍ସିତା ସାହୁ କହିଛନ୍ତି ଯେ ରାଜ୍ୟ ସରକାର ଦୁଇ ବର୍ଷ ପୂର୍ତ୍ତି ଉତ୍ସବ ଓ ପ୍ରଚାରରେ ବ୍ୟସ୍ତ ଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଅବନତି ଘଟୁଛି। ରଙ୍ଗ ପରିବର୍ତ୍ତନ, ନାମ ପରିବର୍ତ୍ତନ, ଫଳକ ଉନ୍ମୋଚନ ଏବଂ ବଡ଼ ବଡ଼ ହୋର୍ଡିଂ ଲଗାଇବା ଦ୍ୱାରା ବିକାଶ ହୁଏ ନାହିଁ। ରାଜ୍ୟର ମହିଳା ଓ ନାବାଳିକାମାନେ ସୁରକ୍ଷିତ ରହିବା ହିଁ ସରକାରର ସବୁଠାରୁ ବଡ଼ ସଫଳତା ହେବା ଉଚିତ। 

ଆହୁରି ପଢ଼ନ୍ତୁ: ଅନଲାଇନ ସପିଂ କରୁଥିଲେ ହୋଇଯାଆନ୍ତୁ ସାବଧାନ ! ସୋସିଆଲ ମିଡିଆରେ ମାତିଛନ୍ତି ସାଇବର ଲୁଟେରା...

ବିଜୁ ମହିଳା ଜନତା ଦଳର ଉପସଭାପତି ଭାରତୀ ସିଂହ କହିଥିଲେ ଯେ ଦୁଇ ବର୍ଷର ଶାସନ କାଳ ମଧ୍ୟରେ ମହିଳାମାନଙ୍କ ମନରେ ସୁରକ୍ଷା ଓ ବିଶ୍ୱାସର ଭାବନା କମିଯାଇଛି। ଗୋଟେ ପଟେ ସରକାର ନାରୀ ସଶକ୍ତୀକରଣର କଥା କହୁଥିବା ବେଳେ ଅନ୍ୟପଟେ ମହିଳା ଓ ନାବାଳିକାଙ୍କ ଉପରେ ଅପରାଧ ଓ ନିର୍ଯାତନାର ଘଟଣା ବଢ଼ି ଚାଲିଛି। ସେ ନିର୍ଭୟା ଫଣ୍ଡ, ୱାନ୍‌ ଷ୍ଟପ୍‌ ସେଣ୍ଟର ଓ ସଚେତନତା କାର୍ଯ୍ୟକ୍ରମଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇଥିଲେ। ପୂର୍ବତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ଦାବି କରିଥିଲେ ଯେ ରାଇରଙ୍ଗପୁର ଘଟଣାର ତୁରନ୍ତ ଓ ନିରପେକ୍ଷ ତଦନ୍ତ କରାଯାଉ। ପୀଡ଼ିତାଙ୍କୁ ଉନ୍ନତ ଚିକିତ୍ସା, ମାନସିକ ପରାମର୍ଶ ଏବଂ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ସହ ଦୋଷୀମାନଙ୍କ ବିରୋଧରେ କଠୋରତମ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜଧାନୀରେ କିଲର କାର୍ ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ଘଟଣା: ଡ୍ରାଇଭରଙ୍କ କାଶ ପାଇଁ ହୋଇଥିଲା ଦୁର୍ଘଟଣା

15 Jun 2026 By Madhusudan Das

ମହିଳା ସରପଞ୍ଚଙ୍କୁ ନିର୍ଯାତନା, ରଜରେ ରାଇରଙ୍ଗପୁରରେ ଗଣଦୁଷ୍କର୍ମ: ମହିଳା ଓ ନାବାଳିକାଙ୍କ ସୁରକ୍ଷା ପ୍ରସଙ୍ଗରେ ବର୍ଷିଲା ବିଜେଡି

ଭୁବନେଶ୍ୱର: ରାଜ୍ୟରେ ମହିଳା ଓ ନାବାଳିକାଙ୍କ ଉପରେ ବଢ଼ୁଥିବା ଅପରାଧ ଘଟଣାକୁ ନେଇ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ମୁଖ୍ୟତଃ ନିକଟରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳରେ ଜଣେ ୧୩ ବର୍ଷୀୟା ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ଓ କେନ୍ଦ୍ରାପଡ଼ା ଜିଲ୍ଲାର ସରପଞ୍ଚ ଚାମେଲୀ ଓଝାଙ୍କୁ ଆକ୍ରମଣ ଘଟଣାକୁ ନେଇ ଦଳ ପକ୍ଷରୁ ଗଭୀର ଉଦ୍‌ବେଗ ପ୍ରକାଶ କରାଯାଇଛି। ରଜ ପର୍ବ ଭଳି ଆନନ୍ଦର ମାହୋଲ୍‌ ସମୟରେ ଏଭଳି ଜଘନ୍ୟ ଘଟଣା ସମଗ୍ର ଓଡ଼ିଶାବାସୀଙ୍କୁ ମର୍ମାହତ କରିଛି ଏବଂ ମହିଳା ଓ ଶିଶୁଙ୍କ ସୁରକ୍ଷା ପ୍ରତି ସରକାରଙ୍କ ଦାୟିତ୍ୱବୋଧ ନେଇ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରିଛି ବୋଲି ବିଜେଡି କହିଛି। ମହିଳା ଓ ନାବାଳିକାଙ୍କ ଉପରେ ଘଟୁଥିବା ଅପରାଧ ମାମଲାର ଶୀଘ୍ର ବିଚାର ପାଇଁ ଫାଷ୍ଟ ଟ୍ରାକ୍‌ କୋର୍ଟଗୁଡ଼ିକୁ ଅଧିକ ସକ୍ରିୟ କରାଯିବା ସହ ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ଥିବା ସମସ୍ତ ଯୋଜନା ଓ ପାଣ୍ଠିର ସଠିକ୍‌ ବ୍ୟବହାର ସୁନିଶ୍ଚିତ କରାଯାଉ ଦଳ ପକ୍ଷରୁ ଦାବି କରାଯାଇଛି। ଏହାସହିତ ମହିଳାଙ୍କ ସୁରକ୍ଷା, ସମ୍ମାନ ଓ ନ୍ୟାୟ ପ୍ରସଙ୍ଗରେ କୌଣସି ପ୍ରକାରର ଅବହେଳା ଗ୍ରହଣୀୟ ନୁହେଁ। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ସାରା ଓଡ଼ିଶାରେ ଏହି ପ୍ରସଙ୍ଗରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି। 

ଆଜି ଦଳ ପକ୍ଷରୁ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାପତି ଇପ୍ସିତା ସାହୁ, ବିଜୁ ମହିଳା ଜନତା ଦଳର ଉପସଭାପତି ଭାରତୀ ସିଂହ ଏବଂ ପୂର୍ବତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ପ୍ରମୁଖ ସରକାରଙ୍କୁ ନାରୀ ସୁରକ୍ଷା ପ୍ରସଙ୍ଗରେ କାଠଗଡ଼ାରେ ଠିଆ କରିଛନ୍ତି।  ବିଜୁ ଛାତ୍ର ଜନତା ଦଳର ସଭାପତି ଇପ୍ସିତା ସାହୁ କହିଛନ୍ତି ଯେ ରାଜ୍ୟ ସରକାର ଦୁଇ ବର୍ଷ ପୂର୍ତ୍ତି ଉତ୍ସବ ଓ ପ୍ରଚାରରେ ବ୍ୟସ୍ତ ଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଅବନତି ଘଟୁଛି। ରଙ୍ଗ ପରିବର୍ତ୍ତନ, ନାମ ପରିବର୍ତ୍ତନ, ଫଳକ ଉନ୍ମୋଚନ ଏବଂ ବଡ଼ ବଡ଼ ହୋର୍ଡିଂ ଲଗାଇବା ଦ୍ୱାରା ବିକାଶ ହୁଏ ନାହିଁ। ରାଜ୍ୟର ମହିଳା ଓ ନାବାଳିକାମାନେ ସୁରକ୍ଷିତ ରହିବା ହିଁ ସରକାରର ସବୁଠାରୁ ବଡ଼ ସଫଳତା ହେବା ଉଚିତ। 

ବିଜୁ ମହିଳା ଜନତା ଦଳର ଉପସଭାପତି ଭାରତୀ ସିଂହ କହିଥିଲେ ଯେ ଦୁଇ ବର୍ଷର ଶାସନ କାଳ ମଧ୍ୟରେ ମହିଳାମାନଙ୍କ ମନରେ ସୁରକ୍ଷା ଓ ବିଶ୍ୱାସର ଭାବନା କମିଯାଇଛି। ଗୋଟେ ପଟେ ସରକାର ନାରୀ ସଶକ୍ତୀକରଣର କଥା କହୁଥିବା ବେଳେ ଅନ୍ୟପଟେ ମହିଳା ଓ ନାବାଳିକାଙ୍କ ଉପରେ ଅପରାଧ ଓ ନିର୍ଯାତନାର ଘଟଣା ବଢ଼ି ଚାଲିଛି। ସେ ନିର୍ଭୟା ଫଣ୍ଡ, ୱାନ୍‌ ଷ୍ଟପ୍‌ ସେଣ୍ଟର ଓ ସଚେତନତା କାର୍ଯ୍ୟକ୍ରମଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇଥିଲେ। ପୂର୍ବତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ଦାବି କରିଥିଲେ ଯେ ରାଇରଙ୍ଗପୁର ଘଟଣାର ତୁରନ୍ତ ଓ ନିରପେକ୍ଷ ତଦନ୍ତ କରାଯାଉ। ପୀଡ଼ିତାଙ୍କୁ ଉନ୍ନତ ଚିକିତ୍ସା, ମାନସିକ ପରାମର୍ଶ ଏବଂ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ସହ ଦୋଷୀମାନଙ୍କ ବିରୋଧରେ କଠୋରତମ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର