ଚାକିରିରୁ ବହିଷ୍କୃତ ହେଲେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ ଟିମ୍

Madhusudan Das Picture
Published On

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ କମିଶନରେଟ୍ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ। ଲାଞ୍ଚ ନେବା ଅଭିଯୋଗରେ ସହକାରୀ ସବ୍-ଇନ୍ସପେକ୍ଟର (ଏଏସଆଇ) ରାଜେଶ କୁଲୁଙ୍କୁ ଚାକିରିରୁ ତୁରନ୍ତ ବହିଷ୍କୃତ କରାଯାଇଛି। ଏଏସଆଇ ରାଜେଶ କୁଲୁ ଜଣେ ଅଭିଯୁକ୍ତଙ୍କଠାରୁ ମୋବାଇଲ୍ ଫୋନ୍ ଫେରାଇଦେବା ପାଇଁ ଲାଞ୍ଚ ମାଗିବା ଏବଂ ଗ୍ରହଣ କରିବା ଅଭିଯୋଗରେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଥିଲେ। ଭାରତୀୟ ସମ୍ବିଧାନର ଧାରା ୩୧୧(୨)(ଖ) ବ୍ୟବସ୍ଥା ଅନୁଯାୟୀ ତାଙ୍କ ବିରୋଧରେ ଏହି ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ଗତକାଲି ମୋବାଇଲ୍ ଫେରାଇବା ପାଇଁ ୨୦ ହଜାର ଟଙ୍କା ନେବା ବେଳେ ମଞ୍ଚେଶ୍ବର ଥାନାରେ ଏଏସଆଇ ରାଜେଶ କୁଲୁଙ୍କୁ ଧରିଥିଲା ଭିଜିଲାନ୍ସ ଟିମ । ଏହି ଲାଞ୍ଚ କାରବାରରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇଜଣ ହୋମଗାର୍ଡଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ହୋମଗାର୍ଡ ଜ୍ୟୋତିରଞ୍ଜନ ବେହେରା ଏବଂ ଅବ୍ଦୁଲ ସରଫରାଜ ଖାନଙ୍କୁ ହୋମଗାର୍ଡ ସଙ୍ଗଠନରୁ ବିଦା କରିବା ପାଇଁ ଏକ ମାସର ନୋଟିସ୍ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ଦୁର୍ନୀତି ଏବଂ ଅନିୟମିତତା ପ୍ରତି କମିଶନରେଟ୍ ପୋଲିସ ନିଜର ଜିରୋ ଟୋଲରାନ୍ସ (ଶୂନ୍ୟ ସହନଶୀଳତା) ନୀତିକୁ ଦୋହରାଇଛି। କୌଣସି ପୋଲିସ ଅଧିକାରୀ କିମ୍ବା କର୍ମଚାରୀ ଏଭଳି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ପ୍ରମାଣିତ ହେଲେ, ଆଇନ ଏବଂ ସେବା ନିୟମ ଅନୁଯାୟୀ କଠୋର ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପ୍ରଶାସନ ପକ୍ଷରୁ ସ୍ପଷ୍ଟ ବାର୍ତ୍ତା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର