ଖରାଦିନେ ଫେଶନ୍‌‌ରେ ଯୋଡ଼ି ହେଉଛି ଖଦି

The Sakala Picture
Published On

ଭୁବନେଶ୍ୱର: ଖରାଦିନେ ବଢ଼଼ୁଛି ଖଦି ନିର୍ମିତ ଶାଢ଼ି ଓ ପୋଷାକର ଚାହିଦା। ରୁମାଲ ଓ ଗାମୁଛା ସହ ଏବେ ଖଦି ଉତ୍ପାଦିତ ବିଭିନ୍ନ ବସ୍ତ୍ରର କେବଳ ଚାହିଦା ବଢ଼଼ୁନି ବରଂ ଫେଶନ୍‌‌ ଶିଳ୍ପରେ ମଧ୍ୟର ଖଦିର ଆଧିପତ୍ୟ ଦେଖିବାକୁ ମିଳିଛି। ଦେଶ ବିଦେଶର ଫେଶନ୍‌‌ ଡିଜାଇନରମାନେ ଖଦିକୁ ବ୍ୟବହାର କରି ଭଳି କି ଭଳି ଆକର୍ଷଣୀୟ ପୋଷାକ ତିଆରି କରୁଛନ୍ତି ଯାହାକି ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପ୍ରଥମ ପସନ୍ଦ ପାଲଟିଛି। ବିଶେଷକରି ଯୁବପିଢିଙ୍କ ମଧ୍ୟରେ […]

ଭୁବନେଶ୍ୱର: ଖରାଦିନେ ବଢ଼଼ୁଛି ଖଦି ନିର୍ମିତ ଶାଢ଼ି ଓ ପୋଷାକର ଚାହିଦା। ରୁମାଲ ଓ ଗାମୁଛା ସହ ଏବେ ଖଦି ଉତ୍ପାଦିତ ବିଭିନ୍ନ ବସ୍ତ୍ରର କେବଳ ଚାହିଦା ବଢ଼଼ୁନି ବରଂ ଫେଶନ୍‌‌ ଶିଳ୍ପରେ ମଧ୍ୟର ଖଦିର ଆଧିପତ୍ୟ ଦେଖିବାକୁ ମିଳିଛି। ଦେଶ ବିଦେଶର ଫେଶନ୍‌‌ ଡିଜାଇନରମାନେ ଖଦିକୁ ବ୍ୟବହାର କରି ଭଳି କି ଭଳି ଆକର୍ଷଣୀୟ ପୋଷାକ ତିଆରି କରୁଛନ୍ତି ଯାହାକି ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପ୍ରଥମ ପସନ୍ଦ ପାଲଟିଛି। ବିଶେଷକରି ଯୁବପିଢିଙ୍କ ମଧ୍ୟରେ ଖଦିର ଆଦର ପୂର୍ବାପେକ୍ଷା ଅଧିକ ବୃଦ୍ଧି ପାଇଛି।
ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ତିଆରି ହୋଇଥିବା ଖଦି ଯୁବପିଢ଼ିଙ୍କ ଚାହିଦାକୁ ଦୃଷ୍ଟିରେ ରଖି ନିଜର ପରିଭାଷା ବଦଳାଇ ଦେଇଛି। ହେଲେ ବଦଳିନି ତା’ର ମୌଳିକତା। ପୂର୍ବରୁ ମାତ୍ର ଦୁଇପ୍ରକାର ରଙ୍ଗରେ ଉପଲବ୍ଧ ହେଉଥିବା ଖଦି ଏବେ ୩୦ରୁ ଊର୍ଦ୍ଧ୍ବ ପ୍ରକାର ରଙ୍ଗରେ ପହଞ୍ଚିଛି। ଫଳରେ ଫେଶନ୍‌‌ ଦୁନିଆରେ ସବୁଠାରୁ ଅଧିକ ଲୋକପ୍ରିୟ ଫ୍ୟାବ୍ରିକ୍‌‌ ପାଲଟିଛି ଖଦି। ଏବେ ଖଦିରେ ଡିଜାଇନ୍‌‌ର ଶାଢ଼ି, ଡ୍ରେସ୍‌‌ ବେଶ୍‌‌ ଲୋକପ୍ରିୟ ହୋଇପାରିଛି। ସୂତା ପୋଷାକ ଭିତରେ ଖଦି ଆଉ ସୀମିତ ହୋଇ ରହିନାହିଁ। ବିଭିନ୍ନ ପ୍ରକାର ଫାଇବର ସହ ଏହାକୁ ମିଶାଯାଇ ସିଲ୍କ ଖଦି, ମଟକା ଖଦି, ପଲି ଖଦି, ଟସର ସିଲ୍କ ପରି ବିଭିନ୍ନ ପ୍ରକାର ଖଦି ପୋଷାକ ପ୍ରସ୍ତୁତ କରାଯାଉଛି। ସାଧାରଣ ଖଦି ମିଟର ପିଛା ୪୦ଟଙ୍କାରୁ ଆରମ୍ଭ କରି ୨ଶହ ଟଙ୍କ ରହିଥିବା ଫେଶନେବୁଲ ଓ ବ୍ରାଣ୍ଡେଡ ଖଦି ମିଟର ପିଛା ୨ଶହରୁ ଆରମ୍ଭ କରି ୪ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଧୀରେ ଧୀରେ ଖଦି ନିଜର ବ୍ରାଇଟ୍‌‌ ଏବଂ ସାଇନିଂ ରଙ୍ଗ ପାଇଁ ଫ୍ୟାସନ୍‌‌ ମାର୍କେଟରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ରାଜନେତା ହୁଅନ୍ତୁ କି ଯୁବପିଢ଼ି ସମସ୍ତଙ୍କଠାରେ ଏଥିନିକ୍‌‌ ଲୁକ୍‌‌କୁ ନେଇ କ୍ରେଜ୍‌‌ ରହିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବହୁ ନାମୀଦାମୀ କମ୍ପାନୀମାନେ ଖଦି ପୋଷାକକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି। କେବଳ ଯେ ବଜାରରେ ଖଦିର କୁର୍ତ୍ତା, ପାଇଜାମା, ଜ୍ୟାକେଟ୍‌‌ ଉପଲବ୍ଧ ହେଉଛି ତା ନୁହେଁ ବରଂ ଖଦିର ବଜାର ପ୍ରବେଶକୁ ଦୃଷ୍ଟିରେ ରଖି ଡେନିମ୍‌‌ ଖଦି ତିଆରି ଜିନ୍ସ ତିଆରି କରିଛି। ଏସମ୍ପର୍କରେ ବୁଣାକାର ପବିତ୍ର ଦାସ କହିଛନ୍ତି ଯେ, ଖଦି କେବଳ ଏବେ ସୂତା ଭିତରେ ସୀମିତ ହୋଇ ରହିନାହିଁ। ଖଦିକୁ ଏବେ ଡିଜାଇନର୍‌‌ମାନେ ବିଭିନ୍ନ ଡିଜାଇନ୍‌‌ କରୁଛନ୍ତି। ଲୋକେ ଫେଶନ ସୋ’, ବିବାହ, ବ୍ରତଘରରେ ମଧ୍ୟ ଖଦିକୁ କଷ୍ଟମାଇଜ୍‌‌ କରି ପରିଧାନ କରୁଛନ୍ତି। ବିଶେଷକରି ଖଦି ଶାଢି ଅଧିକ ଚାହିଦାରେ ରହିଛି। କାରଣ ଏହାକୁ ପରିଧାନ କଲେ ଅନ୍ୟ ଫ୍ୟାବ୍ରିକ୍‌‌ ଅପେକ୍ଷା କମଫର୍ଟ ଲାଗେ। ସେଥିପାଇଁ ବଡ଼ବଡ଼ ମଲରେ ମଧ୍ୟ ଖଦି ନିର୍ମିତ ପୋଷାକର ବେଶ୍‌‌ ଚାହିଦା ବଢ଼଼ୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର