ଚାଷୀକୁ ଦଳିଦେଲା ହାତୀ

The Sakala Picture
Published On

ତେଲକୋଇ/କେନ୍ଦୁଝର: କେନ୍ଦୁଝର ବନ ଖଣ୍ଡ ତେଲକୋଇ ବନାଞ୍ଚଳ ଶିରିଆବାହାଳି ଠାରେ ଆଜି ସକାଳେ ଚାଷ ଜମିକୁ ଯାଉଥିବା ବେଳେ ଜଣେ ଚାଷୀଙ୍କୁ ହାତୀ ଦଳି ଦେଇଥିବା ଜଣା ପଡ଼ିଛି। ଉକ୍ତ ଚାଷୀ ଜଣଙ୍କ ହେଲେ ଶିରିଆବାହାଳି ଘାଗି ସାହିର ଗୌର ନାଏକ(୫୩) । ସୂଚନା ଅନୁସାରେ, ଆଜି ସକାଳେ ଜମିକୁ ହଳ ନିଆଯାଇଥିବା ଦେଖିବା ପାଇଁ ଗୌର ନାଏକ ଚାଷ ଜମିକୁ ଯାଉଥିଲେ। ବାଟରେ ଏକ ଆମ୍ବ ବଗିଚାରେ ପହଞ୍ଚିବା ବେଳକୁ ପୂର୍ବରୁ ସେଠାରେ ଛକିଥିବା ହାତୀ […]

ତେଲକୋଇ/କେନ୍ଦୁଝର: କେନ୍ଦୁଝର ବନ ଖଣ୍ଡ ତେଲକୋଇ ବନାଞ୍ଚଳ ଶିରିଆବାହାଳି ଠାରେ ଆଜି ସକାଳେ ଚାଷ ଜମିକୁ ଯାଉଥିବା ବେଳେ ଜଣେ ଚାଷୀଙ୍କୁ ହାତୀ ଦଳି ଦେଇଥିବା ଜଣା ପଡ଼ିଛି। ଉକ୍ତ ଚାଷୀ ଜଣଙ୍କ ହେଲେ ଶିରିଆବାହାଳି ଘାଗି ସାହିର ଗୌର ନାଏକ(୫୩) ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ସୂଚନା ଅନୁସାରେ, ଆଜି ସକାଳେ ଜମିକୁ ହଳ ନିଆଯାଇଥିବା ଦେଖିବା ପାଇଁ ଗୌର ନାଏକ ଚାଷ ଜମିକୁ ଯାଉଥିଲେ। ବାଟରେ ଏକ ଆମ୍ବ ବଗିଚାରେ ପହଞ୍ଚିବା ବେଳକୁ ପୂର୍ବରୁ ସେଠାରେ ଛକିଥିବା ହାତୀ ହାବୁଡ଼ରେ ସେ ପଡି ଯାଇଥିଲେ। ଗୋଟିଏ ହାତୀ ଗୌରକୁ ଶୁଣ୍ଢରେ ଟେକି ନେଇ ଗୋଡ଼ରେ ଚାପି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

ଖବର ପାଇ ତେଲକୋଇ ବନ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଜଙ୍ଗଲକୁ ଲାଗିଥିବା ଆମ୍ବ ବଗିଚାରେ ପ୍ରାୟ ୩/୪ଟି ହାତୀ ଥିଲେ ବୋଲି ଲୋକେ କହୁଛନ୍ତି। ଗୌରକୁ ଦଳି ଦେବାପରେ ହାତୀ ଗୁଡିକ ନିକଟସ୍ଥ ଜଙ୍ଗଲରେ ଥିବା ସୂଚନା ମିଳିଛି। ସ୍ଥାନୀୟ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନା ପଠାଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି। ଘଟଣାଟି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

17 May 2021 By The Sakala

ଚାଷୀକୁ ଦଳିଦେଲା ହାତୀ

ତେଲକୋଇ/କେନ୍ଦୁଝର: କେନ୍ଦୁଝର ବନ ଖଣ୍ଡ ତେଲକୋଇ ବନାଞ୍ଚଳ ଶିରିଆବାହାଳି ଠାରେ ଆଜି ସକାଳେ ଚାଷ ଜମିକୁ ଯାଉଥିବା ବେଳେ ଜଣେ ଚାଷୀଙ୍କୁ ହାତୀ ଦଳି ଦେଇଥିବା ଜଣା ପଡ଼ିଛି। ଉକ୍ତ ଚାଷୀ ଜଣଙ୍କ ହେଲେ ଶିରିଆବାହାଳି ଘାଗି ସାହିର ଗୌର ନାଏକ(୫୩) ।

ସୂଚନା ଅନୁସାରେ, ଆଜି ସକାଳେ ଜମିକୁ ହଳ ନିଆଯାଇଥିବା ଦେଖିବା ପାଇଁ ଗୌର ନାଏକ ଚାଷ ଜମିକୁ ଯାଉଥିଲେ। ବାଟରେ ଏକ ଆମ୍ବ ବଗିଚାରେ ପହଞ୍ଚିବା ବେଳକୁ ପୂର୍ବରୁ ସେଠାରେ ଛକିଥିବା ହାତୀ ହାବୁଡ଼ରେ ସେ ପଡି ଯାଇଥିଲେ। ଗୋଟିଏ ହାତୀ ଗୌରକୁ ଶୁଣ୍ଢରେ ଟେକି ନେଇ ଗୋଡ଼ରେ ଚାପି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ତେଲକୋଇ ବନ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଜଙ୍ଗଲକୁ ଲାଗିଥିବା ଆମ୍ବ ବଗିଚାରେ ପ୍ରାୟ ୩/୪ଟି ହାତୀ ଥିଲେ ବୋଲି ଲୋକେ କହୁଛନ୍ତି। ଗୌରକୁ ଦଳି ଦେବାପରେ ହାତୀ ଗୁଡିକ ନିକଟସ୍ଥ ଜଙ୍ଗଲରେ ଥିବା ସୂଚନା ମିଳିଛି। ସ୍ଥାନୀୟ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନା ପଠାଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି। ଘଟଣାଟି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର