ଅଗ୍ନିଶମ କେନ୍ଦ୍ରରେ ହାଇଡ୍ରାମା: ବରିଷ୍ଠ ଅଧିକାରୀଙ୍କ ନିର୍ଯାତନା ଅଭିଯୋଗ କରି ଛାତ ଉପରକୁ ଚଢ଼ିଲେ କର୍ମଚାରୀ

Madhusudan Das Picture
Published On

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସ୍ଥିତ ଶାଳପଡ଼ା ଅଗ୍ନିଶମ ସେବା କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ମାନସିକ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ କରି ହେମାନନ୍ଦ ଦେହୁରୀ ନାମକ ଜଣେ କର୍ମଚାରୀ କାର୍ଯ୍ୟାଳୟର ଛାତ ଉପରକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ସୂଚନା ଅନୁଯାୟୀ, ହେମାନନ୍ଦ ଦେହୁରୀ ତିନି ମହଲା ବିଶିଷ୍ଟ ଅଗ୍ନିଶମ କାର୍ଯ୍ୟାଳୟର ଛାତ ଉପରକୁ ଚଢ଼ିଯାଇ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ। ତେବେ ତାଙ୍କର ସହକର୍ମୀମାନେ ତୁରନ୍ତ ହସ୍ତକ୍ଷେପ କରି ତାଙ୍କୁ ବୁଝାସୁଝା କରିବା ସହ ସୁରକ୍ଷିତ ଭାବେ ତଳକୁ ଆଣିବାରେ ସକ୍ଷମ ହୋଇଥିଲେ। ପରେ ଦେହୁରୀ ଅଭିଯୋଗ କରିଥିଲେ ଯେ, ଅଧିକାରୀ ସୂର୍ଯ୍ୟ ହେମ୍ବ୍ରମ୍ ତାଙ୍କୁ ବାରମ୍ବାର ମାନସିକ ନିର୍ଯାତନା ଦେଉଛନ୍ତି। ଯଦି ତାଙ୍କ ସମସ୍ୟାର ସମାଧାନ ନହୁଏ, ତେବେ ସେ ଆଗାମୀ ଦିନରେ କୌଣସି ଚରମ ପଦକ୍ଷେପ ନେଇପାରନ୍ତି ବୋଲି ଚେତାବନୀ ଦେଇଛନ୍ତି। ତେବେ ଜଣେ ଜରୁରୀକାଳୀନ ସେବା ପ୍ରଦାନକାରୀ ନିଜେ ମାନସିକ ଚାପରେ ରହିବା ଘଟଣା ସାଧାରଣରେ ଉଦ୍‌ବେଗର କାରଣ ପାଲଟିଛି। 

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର