କାମୁଡି ଥିବା ବିଷାକ୍ତ ଗୋଖର ସାପକୁ ବେକରେ ଗୁଡ଼ାଇ ଗାଁ ଦାଣ୍ଡରେ ବୁଲିଲେ ଯୁବକ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

The Sakala Picture
Published On

କେନ୍ଦୁଝର : କେନ୍ଦୁଝର ରେ ସାପ କାମୁଡ଼ାରେ ଆହତ ଜଣେ ଯୁବକ ଙ୍କର ଅଦ୍ଭୂତ କାଣ୍ଡ ଦେଖି ଲୋକେ ତାଜୁବ ହୋଇଛନ୍ତି । ରାତିରେ ଶୋଇଥିବା ସମୟରେ ଏକ ବିଶାକ୍ତ ସାପ କାମୁଡିବା ପରେ ସେ ସାପଟିକୁ ଧରି ନିଜ ବେକରେ ପକାଇ ଗାଁ ରାସ୍ତାରେ ବୁଲିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଲୋକେ ଏ ବାବଦରେ ଜାଣି ଅନେକ ବୁଝା ସୁଝା ପରେ ଯୁବକ ଡାକ୍ତରଖାନାରେ ଭର୍ତ୍ତି ହୋଇଛି । ସୂଚନା ଅନୁସାରେ କେନ୍ଦୁଝର […]

କେନ୍ଦୁଝର : କେନ୍ଦୁଝର ରେ ସାପ କାମୁଡ଼ାରେ ଆହତ ଜଣେ ଯୁବକ ଙ୍କର ଅଦ୍ଭୂତ କାଣ୍ଡ ଦେଖି ଲୋକେ ତାଜୁବ ହୋଇଛନ୍ତି । ରାତିରେ ଶୋଇଥିବା ସମୟରେ ଏକ ବିଶାକ୍ତ ସାପ କାମୁଡିବା ପରେ ସେ ସାପଟିକୁ ଧରି ନିଜ ବେକରେ ପକାଇ ଗାଁ ରାସ୍ତାରେ ବୁଲିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଲୋକେ ଏ ବାବଦରେ ଜାଣି ଅନେକ ବୁଝା ସୁଝା ପରେ ଯୁବକ ଡାକ୍ତରଖାନାରେ ଭର୍ତ୍ତି ହୋଇଛି । ସୂଚନା ଅନୁସାରେ କେନ୍ଦୁଝର ସଦର ବ୍ଲକ୍ ଗୋବର୍ଦ୍ଧନ ପଞ୍ଚାୟତ କଲୋନୀ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ସଞ୍ଜୟ ମୁଣ୍ଡା ( ୧୯ ) ନିଜ ଘରେ ଶୋଇଥିବା ବଳେ ଏକ ବିଷାକ୍ତ ଗୋଖର ସାପ ତାଙ୍କୁ କାମୁଡ଼ିଥିଲା ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

ସାପ କାମୁଡ଼ିବାପରେ ସଞ୍ଜୟ ନିଦରୁ ଉଠି ସାପଟିକୁ କାବୁ କରି ବେକରେ ପକାଇ ଗାଁ ଦାଣ୍ଡରେ ବୁଲିଥିଲେ । ଗ୍ରାମବାସୀ ଏହା ଜାଣିବା ପରେ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ଗାଁରେ ପହଞ୍ଚି ଯୁବକଙ୍କୁ ଡାକ୍ତରଖାନା ନେବାକୁ କହିଥିଲେ। ଯୁବକଙ୍କୁ ଅନେକ ବୁଝା ସୁଝା କରି ଡାକ୍ତରଖାନା ନେବାବେଳେ ଯୁବକ ଜଣଙ୍କ ସାପଟିକୁ ଛାଡ଼ି ନଥିଲା । ସାପକୁ ଧରି ଡାକ୍ତରଖାନା ଯିବ ବୋଲି ଅଡ଼ି ବସିଥିଲା । ଶେଷରେ ସାପକୁ ଧରି ଯୁବକ ଜଣକ ଡାକ୍ତରଖାନାରେ ପହଁଚି ଥିଲେ । ସାପକୁ ବେକର ଗୁଡ଼ାଇ ଯୁବକ ଜଣଙ୍କ ୧୦୮ ଆମ୍ବୁଲାନ୍ସରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛି ଥିଲେ ।

ଆହୁରି ପଢ଼ନ୍ତୁ: ଅଗ୍ନିଶମ କେନ୍ଦ୍ରରେ ହାଇଡ୍ରାମା: ବରିଷ୍ଠ ଅଧିକାରୀଙ୍କ ନିର୍ଯାତନା ଅଭିଯୋଗ କରି ଛାତ ଉପରକୁ ଚଢ଼ିଲେ କର୍ମଚାରୀ

ସାପ ସମ୍ପର୍କରେ ଵନ ବିଭାଗକୁ ଖବର ଦିଆଯାଇଥିଲା। ସେଠାରେ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ସ୍ନେକ ହେଲ୍ପ ସହାୟତାରେ ସାପଟିକୁ ଉଦ୍ଧାର ପରେ ଜଙ୍ଗଲରେ ଛାଡି ଦିଆଯାଇଛି । ସଞ୍ଜୟ ମୁଣ୍ଡା ଙ୍କ ମୁହଁ ଓଠ ଫୁଲି ଯାଇଥିବାବେଳେ ତାଙ୍କର ଅବସ୍ଥା ଗୁରୁତ୍ୱର ଥିବା ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର