ପିପିଲ ଦୁର୍ଘଟଣା ମୃତକ ୩ ଯୁବତୀଙ୍କ ମିଳିଲା ପରିଚୟ : ୨ ଜଣ ରାଜକନିକା ଓ ଜଣେ ଭୁବନେଶ୍ବର ବାସିନ୍ଦା

The Sakala Picture
Published On

ଭୁବନେଶ୍ବର : ଶନିବାର ଅପରାହ୍ନ ସମୟରେ ଭୁବନେଶ୍ବର-ପୁରୀ ୩୧୭ ନମ୍ବର ଜାତୀୟ ରାଜପଥର ପିପିଲି ତରାକାଜ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜଗା ଦର୍ଶନ ପାଇଁ ସ୍କୁଟିରେ ପୁରୀ ଯାଉଥିବା ୩ ଯୁବତୀଙ୍କ ଉପରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆରଟିସି)ର ବସ୍‌ ଚଢିଯାଇଛି। ଯାହା ଫଳରେ ସ୍କୁଟି ଯାଉଥିବା ୩ ଯୁବତୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ମୃତକମାନେ ହେଲେ ରିମ୍‌ଝିମ ପ୍ରିୟଦର୍ଶିନୀ ସାହୁ (୨୦), ଏଲିନା ଦାସ […]

ଭୁବନେଶ୍ବର : ଶନିବାର ଅପରାହ୍ନ ସମୟରେ ଭୁବନେଶ୍ବର-ପୁରୀ ୩୧୭ ନମ୍ବର ଜାତୀୟ ରାଜପଥର ପିପିଲି ତରାକାଜ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜଗା ଦର୍ଶନ ପାଇଁ ସ୍କୁଟିରେ ପୁରୀ ଯାଉଥିବା ୩ ଯୁବତୀଙ୍କ ଉପରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆରଟିସି)ର ବସ୍‌ ଚଢିଯାଇଛି। ଯାହା ଫଳରେ ସ୍କୁଟି ଯାଉଥିବା ୩ ଯୁବତୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ମୃତକମାନେ ହେଲେ ରିମ୍‌ଝିମ ପ୍ରିୟଦର୍ଶିନୀ ସାହୁ (୨୦), ଏଲିନା ଦାସ (୨୦) ଓ କାଜଲ ଦାସ (୨୦)। ସେମାନେ ଭୁବନେଶ୍ବରସ୍ଥିତ ସଂଗୀତ ମହାବିଦ୍ୟାଳୟର ଛାତ୍ରୀ ବୋଲି କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ବର ଲିଙ୍ଗରାଜ ଥାନା ବାରିକସାହିର ରିମ୍‌ଝିମ ପ୍ରିୟଦର୍ଶିନୀ ସାହୁ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳର ଏଲିନା ଦାସ ଓ କାଜଲ ଦାସ ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୩ଟାରେ ଏକ ସ୍କୁଟିରେ ଭୁବନଶ୍ବେରରୁ ପୁରୀ ଅଭିମୁଖେ ବାହାରି ଥିଲେ।। ଶରଧାବାଲିରେ ପହଞ୍ଚି ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ବହୁତ ଖୁସିରେ ଆଗକୁ ବଢୁଥିଲେ। କିନ୍ତୁ ସେମାନଙ୍କର ଆଶା ପୂରା ହୋଇପାରିଲା ନାହିଁ।

ପିପିଲି ଥାନା ତରାକାଜ ନିକଟରେ ରଙ୍ଗ ରୁଟ୍‌ରେ ଆସୁଥିବା ଆଉ ଏକ ସ୍କୁଟି ସାଇଡ୍‌ ମାରିବାରୁ ୩ ଯୁବତୀ ତଳେ ପଡ଼ି ଯାଇଥିଲେ। ଆଉ ଏହି ସମୟରେ ସେହି ରାସ୍ତାରେ ଭୁବନେଶ୍ବରରୁ ପୁରୀ ଯାଉଥିବା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆରଟିସି)ର ଏକ ଯାତ୍ରୀବାହୀ ବସ୍‌ ସେମାନଙ୍କର ଉପରେ ଚଢ଼ି ଯାଇଥିଲା। ଯୁବତୀମାନେ ରକ୍ତ ଜୁଡୁବୁଡୁ ହୋଇ ଛଟପଟ ହେଉଥିବା ବେଳେ ବସ୍‌ଟି ଫେରାର ମାରିଥିଲା। ଆଉ ସେହି ରାସ୍ତା ଉପରେ ହିଁ ୩ ଯୁବତୀଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ସୂଚନା ପାଇ ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି  ୩ଟି ମୃତଦେହ ଉଦ୍ଧାର କରିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ସ୍କୁଟି (ଓଡି ୦୨ ବିକ୍ୟୁ ୭୩୬୭) ଜବତ କରିଛି। ଦୁର୍ଘଟଣା ଘଟାଇଥିବା ବସ୍‌ଟିକୁ ଚିହ୍ନଟ ପାଇଁ ପୁଲିସ ପିପିଲି ଟୋଲ୍‌ ଗେଟ୍‌କୁ ଯାଇ ଛାନଭିନ ଜାରି ରଖିଛି।

ସେପଟେ ଏହି ଦୁର୍ଘଟଣା ନେଇ ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ପ୍ରତି ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର