ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ସମ୍ପତ୍ତି କାଗଜପତ୍ର ନଦେବାରୁ ଶ୍ୱଶୁରଙ୍କୁ କଟୁରୀରେ ହାଣିଲେ ବୋହୂ

The Sakala Picture
Published On

କେନ୍ଦ୍ରାପଡା : ସମ୍ପତି ପାଇଁ ବୋହୂ ଶ୍ୱଶୁରଙ୍କୁ କଟୁରୀରେ ହାଣି ଲହୁଲୁହାଣ କରିଥିବା ନେଇ ପାଟକୁରା ଥାନା, କେନ୍ଦ୍ରାପଡା ଏସ୍ପି, ପୋଲିସ ଡିଜିଙ୍କୁ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ, ପାଟକୁରା ଥାନା ଅଧିନ ଟିକନପୁର ଅଂଚଳର ୬୮ ବର୍ଷୀୟ ବ୍ରଜକିଶୋର ବାରିକ ଏହିଭଳି ଅଭିଯୋଗ କରିଛନ୍ତି । ଶୁକ୍ରବାର ସକାଳ ୮ ସମୟରେ ତାଙ୍କର ବଡ଼ପୁଅ ମହେନ୍ଦ୍ର ବାରିକ ତାଙ୍କୁ ଜମିର କାଗଜପତ୍ର ମାଗିଥିଲେ । ହେଲେ ସେ ତାକୁ ଜମି କାଗଜପତ୍ର କ’ଣ କରିବୁ […]

କେନ୍ଦ୍ରାପଡା : ସମ୍ପତି ପାଇଁ ବୋହୂ ଶ୍ୱଶୁରଙ୍କୁ କଟୁରୀରେ ହାଣି ଲହୁଲୁହାଣ କରିଥିବା ନେଇ ପାଟକୁରା ଥାନା, କେନ୍ଦ୍ରାପଡା ଏସ୍ପି, ପୋଲିସ ଡିଜିଙ୍କୁ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ, ପାଟକୁରା ଥାନା ଅଧିନ ଟିକନପୁର ଅଂଚଳର ୬୮ ବର୍ଷୀୟ ବ୍ରଜକିଶୋର ବାରିକ ଏହିଭଳି ଅଭିଯୋଗ କରିଛନ୍ତି । ଶୁକ୍ରବାର ସକାଳ ୮ ସମୟରେ ତାଙ୍କର ବଡ଼ପୁଅ ମହେନ୍ଦ୍ର ବାରିକ ତାଙ୍କୁ ଜମିର କାଗଜପତ୍ର ମାଗିଥିଲେ । ହେଲେ ସେ ତାକୁ ଜମି କାଗଜପତ୍ର କ’ଣ କରିବୁ ବୋଲି ପଚାରିଥିଲେ । ମହେନ୍ଦ୍ର ଗୋଟିଏ ଲୋନ୍‌ କରିବ ବୋଲି କହିଥିଲା । ଏଥିରେ ବ୍ରଜକିଶୋର ରାଜି ହୋଇନଥିଲେ । ଆଉ କାଗଜପତ୍ର ଦେବା ପାଇଁ ରୋକଠୋକ ମନାକରି ଦେଇଥିଲେ । ଫଳରେ ପୁଅ ମହେନ୍ଦ୍ର ତାଙ୍କୁ ବିଭିନ୍ନ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ସ୍କୁଲ ପ୍ରଧାନ ଶିକ୍ଷକ, ବକେୟା ଦରମା ବିଲ୍ କରାଇବାକୁ ନେଉଥିଲେ ୫୦୦୦ ଲାଞ୍ଚ

ମାଡ଼ ମାରିବା ଯୋଗୁ ବ୍ରଜକିଶୋର ତଳେ ପଡିଯାଇଥିଲେ । ଏହି ସମୟରେ ମହେନ୍ଦ୍ରର ପତ୍ନୀ ବବିତା ପଟ୍ଟନାୟକ କଟୁରିରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । କଟୁରି ମୁଣ୍ଡରେ ଆଉ ହାତରେ ବାଜିବାରୁ ବ୍ରଜକିଶୋର ରକ୍ତାତ ହୋଇ ତଳେ ପଡି ରହିଲେ । ଏହାପରେ ବ୍ରଜକିଶୋରଙ୍କ ଘରେ ପଶି ପୁଅବୋହୂ ତାଙ୍କ ବାକ୍ସ ଭାଙ୍ଗି ୫ ଭରି ସୁନା ଆଉ ୧୨ ହଜାର ଟଙ୍କା ନେଇଯାଇଥିଲେ । ବ୍ରଜକିଶୋର ରକ୍ତାତ ଅବସ୍ଥାରେ ତଳେ ପଡିଥିବା ଦେଖି ସାନପୁଅ ଉଦ୍ଧାର କରି କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା । ବର୍ତ୍ତମାନ ବ୍ରଜକିଶୋର ବହୁତ ଭୟଭୀତ ଅବସ୍ଥାରେ ଅଛନ୍ତି । ତାଙ୍କର ଜୀବନ ପ୍ରତି ବିପଦ ରହିଥିବା ନେଇ ଏତଲାରେ ଦର୍ଶାଇଛନ୍ତି । ପୁଅ ବୋହୂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପାଟକୁରା ଥାନା ଅଧିକାରୀ, ପୋଲିସ ଡିଜି, କେନ୍ଦ୍ରାପଡା ଏସ୍ପି, ଗୃହ ସଚିବ, ୫ଟି ସଚିବ ଏବଂ ଗୃହମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

02 Jul 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର